ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ରାଜ୍ୟରେ ଏଭଳି ସ୍ଥିତି: କେନ୍ଦ୍ରୀୟ ବିଦ୍ୟାଳୟରେ ନାହାନ୍ତି ୬୦% ଶିକ୍ଷକ

ଭୁବନେଶ୍ବର : ଓଡ଼ିଶାରେ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସଂଖ୍ୟା ବଢ଼ୁଛି। ଗୋଟିଏ ଗୋଟିଏ ଜିଲ୍ଲାରେ ଏକାଧିକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଉଛି। ମାତ୍ର ସୁଦୃଢ଼ ହୋଇପାରୁନି ଭିତ୍ତିଭୂମି। କେଉଁଠି ପଢ଼ାଇବାକୁ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି ତ ଆଉ କେଉଁଠି ଭାରପ୍ରାପ୍ତ ପ୍ରଧାନଶିକ୍ଷକରେ ପରିଚାଳିତ ହେଉଛି ବିଦ୍ୟାଳୟ। କେତେକ ସ୍ଥାନରେ ବର୍ଷ ବର୍ଷ ଧରି ଠିକା ଶିକ୍ଷକରେ ପାଠପଢ଼ା ଚାଲିଛି। ସ୍ଥିତି ଏମିତି ଯେ ୯ମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଯେଉଁ ଶିକ୍ଷକ ପଢ଼ାଉଛନ୍ତି, ଦଶମ ଶ୍ରେଣୀ ବେଳକୁ ଆଉ ଜଣେ ନୂଆ ଶିକ୍ଷକ ଆସୁଛନ୍ତି। କ୍ୟାମ୍ପସରେ ଗୁରୁ-ଶିଷ୍ୟ ପରମ୍ପରା ସୃଷ୍ଟି ହୋଇପାରୁନି କି ପରସ୍ପରକୁ ଠିକ୍‌ ଭାବେ ବୁଝିପାରୁ ନାହାନ୍ତି। ପରିଣାମ ସ୍ବରୂପ କେନ୍ଦ୍ର ସରକାରଙ୍କ ଅଧୀନ ନବୋଦୟ ବିଦ୍ୟାଳୟରେ ପାସ୍‌ହାର ଶୀର୍ଷରେ ରହୁଥିବା ବେଳେ କେଭି ଦିନକୁ ଦିନ ତଳକୁ ଖସୁଛି।

ADVERTISEMENT

javascript:false

javascript:false

javascript:false

Ads by

ସାରା ଦେଶରେ ଏବେ ୧୨୫୩ଟି କେନ୍ଦ୍ରୀୟ ବିଦ୍ୟାଳୟରେ ୧୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଯଦି ଓଡ଼ିଶା କଥା ଦେଖିବା ଏଠାରେ ୬୭ଟି କେନ୍ଦ୍ରୀୟ ବିଦ୍ୟାଳୟରେ ୭୨ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ଆଉ କିଛି ସ୍ଥାନରେ କେଭି ଖୋଲିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ପ୍ରଥମ ଥର ପାଇଁ କେଭିଗୁଡ଼ିକରେ ବାଲ୍‌ ‌ବାଲିକା ଖୋଲିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ତାହା ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ଏବେ ମାତ୍ର ୩ଟି ଯଥା ବୁର୍ଲା, ନୟାଗଡ଼ ଓ ଆଇଆଇଟି ଭୁବନେଶ୍ବରଠାରେ ଥିବା କେଭିରେ ହୋଇପାରିଛି। ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ସବୁ କେଭିରେ ଏହା ଖୋଲାଯାଇପାରି ନାହିଁ। ଆସନ୍ତା ବର୍ଷ ୧୯ଟି କେଭିରେ ବାଲ୍‌ ବାଲିକା ଖୋଲିବାକୁ ନିଷ୍ପତ୍ତି ହୋଇଛି।

ଭାରପ୍ରାପ୍ତ ଓ ଠିକାରେ ଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟ
୧୩ ହଜାର ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି: ଶିହରଣ ବୋଷ

ଚିନ୍ତାର ବିଷୟ ହେଉଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ରାଜ୍ୟ ଓଡ଼ିଶାରେ ଥିବା ୬୭ଟି କେଭି ମଧ୍ୟରୁ ୩୯ଟିରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ଭାରପ୍ରାପ୍ତରେ ଚାଲିଛି ବିଦ୍ୟାଳୟ। ନୂତନ ଶିକ୍ଷକ ଚୟନ ହେଉ ନ ଥିବାରୁ ପ୍ରତି ବିଦ୍ୟାଳୟର ୬୦% ପଦବିରେ ଚୁକ୍ତିଭିତ୍ତିକ ଭାବେ ନିଯୁକ୍ତି ଦିଆଯାଉଛି। ସମସ୍ତ ବିଦ୍ୟାଳୟରେ ୫୦% ଅଣଶିକ୍ଷକ ପଦବି ଖାଲି ପଡ଼ିଛି। କେଉଁଠି ଖେଳ ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଲାଇବ୍ରେରିଆନ୍‌ ଅଭାବ। ପରିସ୍ଥିତି ଏମିତି ହେଲାଣି, ବିଷୟ ଭିତ୍ତିକ ଶିକ୍ଷକ ନ ଥିବାରୁ ପିଲାଙ୍କର ଗୋଟିଏ ଗୋଟିଏ ବିଷୟ ପାଠପଢ଼ାରେ ଡୋରି ଲାଗିବାକୁ ବସିଲାଣି। ବିଦ୍ୟାଳୟ ଶିକ୍ଷକମାନଙ୍କ ବଦଳି ମାର୍ଚ୍ଚ ମାସରେ ହେବାକୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ହୋଇପାରି ନାହିଁ। ଏବେ ଯଦି ବଦଳି ହୁଏ ତେବେ ପିଲାମାନେ କିଭଳି ନୂତନ ଭାବେ ଯୋଗଦେବାକୁ ଥିବା ଶିକ୍ଷକମାନଙ୍କ ସହ ଯୋଡ଼ି ହେବେ ତାହାକୁ ନେଇ ଅଭିଭାବକ ଚିନ୍ତାପ୍ରକଟ କରିଛନ୍ତି।

Sambad English

ସେପଟେ ଦେଶରେ ଥିବା ମାତ୍ର ୪ଟି ଡେମୋନଷ୍ଟ୍ରେସନ୍‌ ମଲ୍‌ଟ୍ରିପପୋଜ୍‌(ଡିଏମ୍‌) ମଧ୍ୟରେ ଭୁବନେଶ୍ବରସ୍ଥିତ ସ୍କୁଲ ଅନ୍ୟତମ। ଏଠାରେ ମଧ୍ୟ ପଢ଼ାଇବାକୁ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି। ତେଣୁ ଠିକା ନିଯୁକ୍ତି ପାଇଁ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଉଥିଲେ ମଧ୍ୟ କେହି ଆସୁନାହାନ୍ତି। ବାହାର ରାଜ୍ୟରୁ ଆସି ଏଠାରେ ଚାକିରି କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଅଧାରୁ ଛାଡ଼ି ଚାଲିଯାଉଛନ୍ତି। ଅଭିଯୋଗ ହେଲାଣି ଯେ ଏଭଳି କରି କେନ୍ଦ୍ର ସରକାର ଡିଏମ୍‌ ସ୍କୁଲ ବନ୍ଦ କରିବାକୁ ମସୁଧା କରୁଛନ୍ତି।

ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି, କୌଣସି କେଭିରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ସବୁଠି ଶିକ୍ଷକ ଓ ଅଣଶିକ୍ଷକ ପଦବି ଖାଲି ପଡ଼ିଛି। ଏବେ କେବଳ ଠିକା ଶିକ୍ଷକରେ ପାଠପଢ଼ା ଚାଲିଛି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ପାଇଁ ଇଣ୍ଟରଭ୍ୟୁ ସରିଥିବା ବେଳେ ନିଯୁକ୍ତିପତ୍ର ନ ଦେଇ ଶିକ୍ଷା ମନ୍ତ୍ରଣାଳୟ ନିଯୁକ୍ତି ମେଳାକୁ ଅପେକ୍ଷା କରି ବସିଛନ୍ତି। ଏଥିପାଇଁ ସମସ୍ୟା ଜଟିଳ ହେଉଛି। କେନ୍ଦ୍ରୀୟ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ହେଲେ ପ୍ରଥମତଃ ସ୍ଥାୟୀ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯାଉ। କାରଣ ଠିକା ନିଯୁକ୍ତି ଦ୍ବାରା ଗୋଟିଏ ବର୍ଷ ବ୍ୟବଧାନରେ ଶିକ୍ଷକ ବଦଳିବାର ପ୍ରଭାବ ପିଲାମାନଙ୍କ ପାଠପଢ଼ା ଉପରେ ପଡ଼ୁଛି। ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ କିଛି ନ ହେଲେ ଓଡ଼ିଶାର କେଭିଗୁଡ଼ିକ ସମ୍ପର୍କରେ ପଦକ୍ଷେପ ନେବା ଆବଶ୍ୟକ।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଉପ ଆୟୁକ୍ତ ଶିହରଣ ବୋଷ କହିଛନ୍ତି ଯେ ଓଡ଼ିଶାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ଏଥିସହ ଖାଲି ପଡ଼ିଥିବା ପଦବିଗୁଡ଼ିକ ମଧ୍ୟ ପୂରଣ କରାଯିବ। ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅଗଷ୍ଟ ଶେଷ ସୁଦ୍ଧା ବିଦ୍ୟାଳୟଗୁଡ଼ିକରେ ନୂତନ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ ହେବା ପରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।