Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ରାଜ୍ୟରେ ଏଭଳି ସ୍ଥିତି: କେନ୍ଦ୍ରୀୟ ବିଦ୍ୟାଳୟରେ ନାହାନ୍ତି ୬୦% ଶିକ୍ଷକ
    ରାଜ୍ୟ

    କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ରାଜ୍ୟରେ ଏଭଳି ସ୍ଥିତି: କେନ୍ଦ୍ରୀୟ ବିଦ୍ୟାଳୟରେ ନାହାନ୍ତି ୬୦% ଶିକ୍ଷକ

    NewsLaxmi7By NewsLaxmi7July 28, 2023Updated:July 28, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର : ଓଡ଼ିଶାରେ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସଂଖ୍ୟା ବଢ଼ୁଛି। ଗୋଟିଏ ଗୋଟିଏ ଜିଲ୍ଲାରେ ଏକାଧିକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଉଛି। ମାତ୍ର ସୁଦୃଢ଼ ହୋଇପାରୁନି ଭିତ୍ତିଭୂମି। କେଉଁଠି ପଢ଼ାଇବାକୁ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି ତ ଆଉ କେଉଁଠି ଭାରପ୍ରାପ୍ତ ପ୍ରଧାନଶିକ୍ଷକରେ ପରିଚାଳିତ ହେଉଛି ବିଦ୍ୟାଳୟ। କେତେକ ସ୍ଥାନରେ ବର୍ଷ ବର୍ଷ ଧରି ଠିକା ଶିକ୍ଷକରେ ପାଠପଢ଼ା ଚାଲିଛି। ସ୍ଥିତି ଏମିତି ଯେ ୯ମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଯେଉଁ ଶିକ୍ଷକ ପଢ଼ାଉଛନ୍ତି, ଦଶମ ଶ୍ରେଣୀ ବେଳକୁ ଆଉ ଜଣେ ନୂଆ ଶିକ୍ଷକ ଆସୁଛନ୍ତି। କ୍ୟାମ୍ପସରେ ଗୁରୁ-ଶିଷ୍ୟ ପରମ୍ପରା ସୃଷ୍ଟି ହୋଇପାରୁନି କି ପରସ୍ପରକୁ ଠିକ୍‌ ଭାବେ ବୁଝିପାରୁ ନାହାନ୍ତି। ପରିଣାମ ସ୍ବରୂପ କେନ୍ଦ୍ର ସରକାରଙ୍କ ଅଧୀନ ନବୋଦୟ ବିଦ୍ୟାଳୟରେ ପାସ୍‌ହାର ଶୀର୍ଷରେ ରହୁଥିବା ବେଳେ କେଭି ଦିନକୁ ଦିନ ତଳକୁ ଖସୁଛି।

    ADVERTISEMENT

    javascript:false

    javascript:false

    javascript:false

    Ads by

    ସାରା ଦେଶରେ ଏବେ ୧୨୫୩ଟି କେନ୍ଦ୍ରୀୟ ବିଦ୍ୟାଳୟରେ ୧୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଯଦି ଓଡ଼ିଶା କଥା ଦେଖିବା ଏଠାରେ ୬୭ଟି କେନ୍ଦ୍ରୀୟ ବିଦ୍ୟାଳୟରେ ୭୨ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ଆଉ କିଛି ସ୍ଥାନରେ କେଭି ଖୋଲିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ପ୍ରଥମ ଥର ପାଇଁ କେଭିଗୁଡ଼ିକରେ ବାଲ୍‌ ‌ବାଲିକା ଖୋଲିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ତାହା ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ଏବେ ମାତ୍ର ୩ଟି ଯଥା ବୁର୍ଲା, ନୟାଗଡ଼ ଓ ଆଇଆଇଟି ଭୁବନେଶ୍ବରଠାରେ ଥିବା କେଭିରେ ହୋଇପାରିଛି। ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ସବୁ କେଭିରେ ଏହା ଖୋଲାଯାଇପାରି ନାହିଁ। ଆସନ୍ତା ବର୍ଷ ୧୯ଟି କେଭିରେ ବାଲ୍‌ ବାଲିକା ଖୋଲିବାକୁ ନିଷ୍ପତ୍ତି ହୋଇଛି।

    ଭାରପ୍ରାପ୍ତ ଓ ଠିକାରେ ଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟ
    ୧୩ ହଜାର ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି: ଶିହରଣ ବୋଷ

    ଚିନ୍ତାର ବିଷୟ ହେଉଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ରାଜ୍ୟ ଓଡ଼ିଶାରେ ଥିବା ୬୭ଟି କେଭି ମଧ୍ୟରୁ ୩୯ଟିରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ଭାରପ୍ରାପ୍ତରେ ଚାଲିଛି ବିଦ୍ୟାଳୟ। ନୂତନ ଶିକ୍ଷକ ଚୟନ ହେଉ ନ ଥିବାରୁ ପ୍ରତି ବିଦ୍ୟାଳୟର ୬୦% ପଦବିରେ ଚୁକ୍ତିଭିତ୍ତିକ ଭାବେ ନିଯୁକ୍ତି ଦିଆଯାଉଛି। ସମସ୍ତ ବିଦ୍ୟାଳୟରେ ୫୦% ଅଣଶିକ୍ଷକ ପଦବି ଖାଲି ପଡ଼ିଛି। କେଉଁଠି ଖେଳ ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଲାଇବ୍ରେରିଆନ୍‌ ଅଭାବ। ପରିସ୍ଥିତି ଏମିତି ହେଲାଣି, ବିଷୟ ଭିତ୍ତିକ ଶିକ୍ଷକ ନ ଥିବାରୁ ପିଲାଙ୍କର ଗୋଟିଏ ଗୋଟିଏ ବିଷୟ ପାଠପଢ଼ାରେ ଡୋରି ଲାଗିବାକୁ ବସିଲାଣି। ବିଦ୍ୟାଳୟ ଶିକ୍ଷକମାନଙ୍କ ବଦଳି ମାର୍ଚ୍ଚ ମାସରେ ହେବାକୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ହୋଇପାରି ନାହିଁ। ଏବେ ଯଦି ବଦଳି ହୁଏ ତେବେ ପିଲାମାନେ କିଭଳି ନୂତନ ଭାବେ ଯୋଗଦେବାକୁ ଥିବା ଶିକ୍ଷକମାନଙ୍କ ସହ ଯୋଡ଼ି ହେବେ ତାହାକୁ ନେଇ ଅଭିଭାବକ ଚିନ୍ତାପ୍ରକଟ କରିଛନ୍ତି।

    Sambad English

    ସେପଟେ ଦେଶରେ ଥିବା ମାତ୍ର ୪ଟି ଡେମୋନଷ୍ଟ୍ରେସନ୍‌ ମଲ୍‌ଟ୍ରିପପୋଜ୍‌(ଡିଏମ୍‌) ମଧ୍ୟରେ ଭୁବନେଶ୍ବରସ୍ଥିତ ସ୍କୁଲ ଅନ୍ୟତମ। ଏଠାରେ ମଧ୍ୟ ପଢ଼ାଇବାକୁ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି। ତେଣୁ ଠିକା ନିଯୁକ୍ତି ପାଇଁ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଉଥିଲେ ମଧ୍ୟ କେହି ଆସୁନାହାନ୍ତି। ବାହାର ରାଜ୍ୟରୁ ଆସି ଏଠାରେ ଚାକିରି କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଅଧାରୁ ଛାଡ଼ି ଚାଲିଯାଉଛନ୍ତି। ଅଭିଯୋଗ ହେଲାଣି ଯେ ଏଭଳି କରି କେନ୍ଦ୍ର ସରକାର ଡିଏମ୍‌ ସ୍କୁଲ ବନ୍ଦ କରିବାକୁ ମସୁଧା କରୁଛନ୍ତି।

    ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି, କୌଣସି କେଭିରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ସବୁଠି ଶିକ୍ଷକ ଓ ଅଣଶିକ୍ଷକ ପଦବି ଖାଲି ପଡ଼ିଛି। ଏବେ କେବଳ ଠିକା ଶିକ୍ଷକରେ ପାଠପଢ଼ା ଚାଲିଛି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ପାଇଁ ଇଣ୍ଟରଭ୍ୟୁ ସରିଥିବା ବେଳେ ନିଯୁକ୍ତିପତ୍ର ନ ଦେଇ ଶିକ୍ଷା ମନ୍ତ୍ରଣାଳୟ ନିଯୁକ୍ତି ମେଳାକୁ ଅପେକ୍ଷା କରି ବସିଛନ୍ତି। ଏଥିପାଇଁ ସମସ୍ୟା ଜଟିଳ ହେଉଛି। କେନ୍ଦ୍ରୀୟ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ହେଲେ ପ୍ରଥମତଃ ସ୍ଥାୟୀ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯାଉ। କାରଣ ଠିକା ନିଯୁକ୍ତି ଦ୍ବାରା ଗୋଟିଏ ବର୍ଷ ବ୍ୟବଧାନରେ ଶିକ୍ଷକ ବଦଳିବାର ପ୍ରଭାବ ପିଲାମାନଙ୍କ ପାଠପଢ଼ା ଉପରେ ପଡ଼ୁଛି। ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ କିଛି ନ ହେଲେ ଓଡ଼ିଶାର କେଭିଗୁଡ଼ିକ ସମ୍ପର୍କରେ ପଦକ୍ଷେପ ନେବା ଆବଶ୍ୟକ।

    କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଉପ ଆୟୁକ୍ତ ଶିହରଣ ବୋଷ କହିଛନ୍ତି ଯେ ଓଡ଼ିଶାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ଏଥିସହ ଖାଲି ପଡ଼ିଥିବା ପଦବିଗୁଡ଼ିକ ମଧ୍ୟ ପୂରଣ କରାଯିବ। ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅଗଷ୍ଟ ଶେଷ ସୁଦ୍ଧା ବିଦ୍ୟାଳୟଗୁଡ଼ିକରେ ନୂତନ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ ହେବା ପରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।

    Share. Facebook Twitter LinkedIn WhatsApp Email
    Previous Articleସବୁ କଲେଜ କ୍ୟାମ୍ପସ୍‌ରେ ହେବ ପାଚେରି
    Next Article ଓଡ଼ିଶାକୁ ବୁଡ଼ାଇବ ଗୋଦାବରୀ ବନ୍ୟାଜଳ, ଭଦ୍ରାଞ୍ଚଲମ୍ ନିକଟରେ ୫୦ଫୁଟ୍‌ ପାଣି
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଭାରତ ପୁଣି ପ୍ରଥମରୁ ଝୁଣ୍ଟିଲା, ଇଂଲଣ୍ଡ ୮ ୱିକେଟ୍‌ରେ ବିଜୟୀ

    March 13, 2021

    ଡୋନାଲ୍ଡ ଟ୍ରମ୍ଫଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି ସଞ୍ଜୁ ବାବା, ଜାଣନ୍ତୁ କାହିଁକି…

    September 29, 2022

    କୋରାନ୍‌ ସଂକ୍ରାନ୍ତ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ, ଆବେଦନକାରୀଙ୍କୁ ୫୦ ହଜାର ଜରିମାନା

    April 13, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.