ରାଜ୍ୟ

କୂଳ ଖାଉଛି ସମୁଦ୍ର, ବଢ଼ୁଛି ଭୟ; ୧୬ ଗାଁ ପ୍ରତି ବୃଦ୍ଧି ପାଉଛି ବିପଦ

ବ୍ରହ୍ମଗିରି : ବାଲିବନ୍ତ କ୍ଷୟ ହେଉଥିବା ଯୋଗୁ ଚିଲିକା-ସମୁଦ୍ର ଏକାକାର ହୋଇଗଲାଣି। ଉପକୂଳ ଜନବସତି ସାମ୍‌ନାରେ ଛଅଟି ପ୍ରାକୃତିକ ମୁହାଣ ଖୋଲି ସାରିଲାଣି। ଅମାବାସ୍ୟା ଓ ପୂର୍ଣ୍ଣମୀରେ ସମୁଦ୍ର ଜୁଆର ଆସି ଜନବସତି ଭିତରେ ଲହଡ଼ି ଭାଙ୍ଗୁଛି। ଏହାରି ଭିତରେ ସୁନାମୀ ପ୍ରବଣ ଅଞ୍ଚଳ ଭାବରେ ଘୋଷଣା ହୋଇଥିବା ୧୬ଗାଁ ସାମ୍‌ନାରେ ଥିବା ସମୁଦ୍ର ଉପକୂଳ ଖାଇବାରେ ଲାଗିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ସିପକୁଦା ଗାଁ ସାମ୍‌ନା ରାମଭରତିଆ ମୁହାଣଠାରୁ ଅରଖକୁଦା ଗାଁ ସାମନା ଚଡଚଡି ମୁହାଣ ପର୍ଯ୍ୟନ୍ତ ୬ଟି ପ୍ରାକୃତିକ ମୁହାଣ ପୁରୀ ଆଡ଼କୁ ମେଲି ସାରିଛି। ମୁହାଣ ଦେଇ ସମୁଦ୍ର ଜୁଆର ଜନବସତି ଭିତରକୁ ପ୍ରବେଶ କରୁଛି।

ଅନ୍ୟପଟେ ସ୍ୟାଟେଲାଇଟ ଚିତ୍ର ଅନୁଯାୟୀ ବ୍ରହ୍ମଗିରି ବ୍ଲକ୍‌ର ଗୋରୁଆଳ ପଞ୍ଚାୟତଠାରୁ ଭୂବନପୁର ପଞ୍ଚାୟତ ହାସିନପୁର ପର୍ଯ୍ୟନ୍ତ ସୁନାମୀ ପ୍ରବଣ ଅଞ୍ଚଳ ଭାବରେ ଚିହ୍ନଟ ହୋଇଛି। ସମୁଦ୍ର ଉପକୂଳ ସିପସରୁବାଲି ଜଙ୍ଗଲ ସହିତ ୫ଟି ପଞ୍ଚାୟତର ୧୬ଟି ଗାଁ ସୁନାମୀପ୍ରବଣ ଅଞ୍ଚଳ ଭିତରେ ରହୁଛି। ସୁନାମୀ ପ୍ରବଣ ଅଞ୍ଚଳ ଚିହ୍ନଟ ହେବା ପରେ ସରକାର ବ୍ରହ୍ମଗିରି ବ୍ଲକ ପରିସରରେ ଉଚ୍ଚକ୍ଷମତା ସମ୍ପନ୍ନ ଟାୱାର ସ୍ଥାପନ କରିଛନ୍ତି। ସୁନାମୀ ଆସିବାର ୩ ଘଣ୍ଟା ପୂର୍ବରୁ ସୂଚନା ଦେବ। ସାଇରନ୍‌ ବାଜି ଉଠିବ। ଏହି ସାଇରନ୍‌ର ଶଦ୍ଦ ୧୫ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କୁ ଶୁଭିବ। ଫଳରେ ଲୋକେ ସତର୍କ ହୋଇ ନିରାପଦ ସ୍ଥାନକୁ ଚାଲି ଆସିବେ।

ତେବେ ଏହି ସବୁ ଅଞ୍ଚଳରେ ଏବେ ଆଉ ଏକ ବିପଦ ଦେଖାଦେଇଛି। ବାଲିହରଚଣ୍ଡୀ ମୁହାଣଠାରୁ ମଙ୍ଗଳା ନଈ ମୁହାଣ ପର୍ଯ୍ୟନ୍ତ ଥିବା ୨୫ କିଲୋମିଟର ସମୁଦ୍ର ଉପକୂଳ ଢାଲୁ ହେବାରେ ଲାଗିଛି। ବାଲିହରଚଣ୍ଡୀ ମୁହାଣ ପୂର୍ବରୁ ପଶ୍ଚିମକୁ ୬ଟି ପ୍ରାକୃତିକ ମୁହାଣ ରହିଛି। ବାଲିହରଚଣ୍ଡୀ ମୁହାଣ ଆଗକୁ ଅର୍ଥାତ ପୁରୀ ଆଡ଼କୁ ଏବେ ସମୁଦ୍ର ଉପକୂଳ ଖାଇବାରେ ଲାଗିଛି। ଦ୍ରୁତ ଗତିରେ ଉପକୂଳ ବାଲି ଧସିବାରେ ଲାଗିଛି। ପୂରା ଅଞ୍ଚଳ ଢାଲୁ ହେବାରେ ଲାଗିଛି। ଅନ୍ୟପଟେ ସିପସରୁବାଲି ଅଞ୍ଚଳରେ ଆନ୍ତର୍ଜାତିକ ବିମାନବନ୍ଦର ମଧ୍ୟ ନିର୍ମାଣ କରାଯିବ। ତେଣୁ ଏହି ଅଞ୍ଚଳରୁ ବ୍ୟାପକ ଗଛ କଟା ହେବ। ଫଳରେ ଆହୁରି ଅଧିକ ଉପକୂଳ ଖାଇବାର ଆଶଙ୍କା ଦେଖାଦେବ। ଏବେ ଯେତିକି ପରିମାଣରେ ଉପକୂଳ ଖାଉଛି ଆଗାମୀ ୫ ବର୍ଷ ମଧ୍ୟରେ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। ସୁନାମୀ ପ୍ରବଣ ଅଞ୍ଚଳରେ ଥିବା ୧୬ ଗାଁକୁ ବିପଦ ରହିଥିବା ବିଶେଷଜ୍ଞ ମତ ଦେଉଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।