ଅପରାଧ ରାଜ୍ୟ

କାଜୁ ଜଙ୍ଗଲରୁ ମିଳିଲା ନରକଙ୍କାଳ, ଗଛରେ ଝୁଲୁଛି ଗାମୁଛା

ବାଙ୍କି ୧୫।୦୯ : କାଜୁ ଜଙ୍ଗଲରୁ ନରକଙ୍କାଳ ଠାବ । ବାଙ୍କି ଥାନା କୁସୁପଙ୍ଗି-ଚକୁଳେଶ୍ୱର ଗାଁ ମଧ୍ୟରେ ଥିବା ଆଶ୍ରମ ନିକଟରୁ ଏହି ନରକଙ୍କାଳ ଠାବ ହୋଇଛି । ଏବେ କିଛି ତଥ୍ୟ ପୋଲିସର ହସ୍ତଗତ ହୋଇନଥିବାବେଳେ ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଜାଳେଣି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ନରକଙ୍କାଳ ପଡିଥିବା ଦେଖିଥିଲେ ମହିଳା । ଏହାପରେ ତୁରନ୍ତ ଆସି ସ୍ଥାନୀୟଲୋକଙ୍କୁ କହିଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ହେଲେ ଏବେ ଯାଏଁ ନରକଙ୍କାଳ ନେଇ କିଛି ସବିଶେଷ ତଥ୍ୟ ପୋଲିସର ହସ୍ତଗତ ହୋଇନାହିଁ । କିନ୍ତୁ ଶବଟି ବହୁ ଦିନର ବୋଲି ଅନୁମାନ କରାଯାଉଛି । ମୃତଦେହ ନିକଟରେ ଏକ ଗଛରେ ଗାମୁଛା ବନ୍ଧା ହୋଇଥିବା ଦେଖିବାକୁ ମିଳିଥିବାବେଳେ ତାର ଶରୀରର ହାଡ, ମୁଣ୍ଡଖପୁରୀ, ଜିନ ପ୍ୟାଣ୍ଟ୍ ତଳେ ପଡ଼ିଛି । ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ତାଲବସ୍ତ ଫାଣ୍ଡି ଅଧିକାରୀ ଅମରେଶ ଦାସ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।