ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

କଳିଙ୍ଗ ଷ୍ଟାଡିୟମରେ ସାଫ୍ ଚାମ୍ପିଅନସିପ୍ : ଅଂଶ ଗ୍ରହଣ କରିବେ ୫ ଦଳ

ଭୁବନେଶ୍ୱର ୨୧/୦୭: ପୁରୁଷ ୨୦ ବର୍ଷରୁ କମ୍‌ ଦକ୍ଷିଣ ଏସିଆ ଫୁଟବଲ୍‌ ଫେଡେରେସନ୍‌ (ସାଫ୍‌) ଚାମ୍ପିଅନସିପ୍‌ର ଚତୁର୍ଥ ସଂସ୍କରଣ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ଏ ବିଷୟରେ ସର୍ବଭାରତୀୟ ଫୁଟବଲ୍‌ ସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଘୋଷଣା କରାଯାଇଛି । ଏହି ଚାମ୍ପିଅନସିପ୍‌ ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ ।

ପୂର୍ବରୁ ଭୁବନେଶ୍ୱର ଭେନ୍ୟୁ ତାଲିକାରେ ନଥିଲା । ଶେଷ ମୁହୂର୍ତ୍ତରେ କଳିଙ୍ଗ ଷ୍ଟାଡିୟମକୁ ଭେନ୍ୟୁ ଭାବେ ଘୋଷଣା କରାଯାଇଛି । ମୋଟ୍‌ ୫ଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ । ସେମାନେ ହେଲେ ଆୟୋଜକ ଭାରତ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ ଓ ମାଳଦ୍ୱୀପ । ଗତ ବର୍ଷ ୭ ତାରିଖରେ ଫିଫା ପାକିସ୍ତାନ ଫୁଟବଲ ଫେଡେରେସନ୍‌କୁ ବାସନ୍ଦ କରିଥିଲା । ତେଣୁ ପାକିସ୍ତାନ ଏହି ସଂସ୍କରଣରେ ଭାଗ ନେଇ ପାରିବ ନାହିଁ । ପ୍ରଥମ ଥର ପୁରୁଷ ବର୍ଗରେ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଯଦିଓ ପୂର୍ବରୁ ମହିଳା ବର୍ଗରେ ଗୋଲ୍ଡ କପ୍‌ ୨୦୧୯ରେ ଖେଳାଯାଇଥିଲା । ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟର ଭାରତ-କାତାର ମ୍ୟାଚ୍‌ ଭୁବନେଶ୍ୱରରେ ଖେଳାଯିବାର ଥିଲା । କିନ୍ତୁ ମହାମାରୀ ଯୋଗୁ ଶେଷରେ ଏହି ମ୍ୟାଚ୍‌ ଆୟୋଜନ ସମ୍ଭବ ହୋଇପାରି ନଥିଲା ।

୨୭ରେ ବାଂଲାଦେଶକୁ ଭେଟିବ ଭାରତ

ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ରାଉଣ୍ଡ ରବିନ ଫର୍ମାଟ୍‌ରେ ଖେଳାଯିବ । ଆସନ୍ତା ଜୁଲାଇ ୨୫ ତାରିଖରେ ଦୁଇଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ ନେପାଳ ଓ ମାଳଦ୍ୱୀପ ଏବଂ ଦ୍ୱିତୀୟ ମ୍ୟାଚ୍‌ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ।

ଆସନ୍ତା ୨୭ ତାରିଖରେ ଘରୋଇ ଭାରତ ପ୍ରଥମ ମ୍ୟାଚ୍‌ ବାଂଲାଦେଶ ସହ ଖେଳିବ । ସେଦିନର ଦ୍ୱିତୀୟ ମ୍ୟାଚ୍‌ ଶ୍ରୀଲଙ୍କା ଓ ନେପାଳ ମଧ୍ୟରେ ଖେଳାଯିବ । ସେହିପରି ୨୯ ତାରିଖରେ ଭାରତ-ଶ୍ରୀଲଙ୍କା ଏବଂ ମାଳଦ୍ୱୀପ -ବାଂଲାଦେଶ³ ୩୧ ତାରିଖରେ ମାଳଦ୍ୱୀପ-ଶ୍ରୀଲଙ୍କା ଏବଂ ନେପାଳ-ଭାରତ³ ଅଗଷ୍ଟ ୨ ତାରିଖରେ ବାଂଲାଦେଶ-ନେପାଳ ଏବଂ ଭାରତ-ମାଳଦ୍ୱୀପ ମଧ୍ୟରେ ମ୍ୟାଚ୍‌ ରହିଛି ।

ପଏଣ୍ଟ ଟେବୁଲର ଶ୍ରେଷ୍ଠ ଦୁଇଟି ଦଳ ମଧ୍ୟରେ ଅଗଷ୍ଟ ୫ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଭାରତ ୨୦୧୯ ସଂସ୍କରଣରେ ବାଂଲାଦେଶକୁ ପରାଜିତ କରି ଚାମ୍ପିଅନ ହୋଇଥିଲା । ନେପାଳ ସର୍ବାଧିକ ଦୁଇ ଥର (୨୦୧୫ ଓ ୨୦୧୭) ଟାଇଟଲ ହାସଲ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ