ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାର ସ୍ବତନ୍ତ୍ର ଶିଶୁ ନୀତି: ‘ପ୍ରାରମ୍ଭ’ରେ ନାହିଁ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା, କେମିତି ଅଛନ୍ତି ରାଜ୍ୟର ଭବିଷ୍ୟତ?

ଭୁବନେଶ୍ବର: ରାଜ୍ୟ ସରକାର ପ୍ରଥମ କରି ଅନୁମୋଦିତ କରିଛନ୍ତି ସ୍ବତନ୍ତ୍ର ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’। କିନ୍ତୁ ଏହାକୁ ନେଇ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା ହୋଇପାରିନାହିଁ। ତେଣୁ ଯେଉଁ ମହତ୍‌ ଲକ୍ଷ୍ୟ ନେଇ ଏହି ନୀତିର ପ୍ରଣୟନ ହେଲା, ତାହାର ଉପଯୁକ୍ତ କାର୍ଯ୍ୟକାରିତା ନେଇ ବିଶେଷଜ୍ଞମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

୨୦୧୯ ମସିହାରେ ପ୍ରଥମକରି ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରିଥିଲେ। ମହାମାରୀରେ ଯେତେ ସଂଖ୍ୟାରେ ଶିଶୁ ଅଭିଭାବକ ଛେଉଣ୍ଡ, ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି, ଅଧାରୁ ପାଠ ଛାଡ଼ିଲେ, କୁପୋଷଣ ବଢ଼ିଲା ସେମାନଙ୍କୁ ନେଇ ଏହି ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଛି। ଏଥିରେ ଶିଶୁ ସୁରକ୍ଷା, ମାନସିକ, ଶାରୀରିକ ସ୍ବାସ୍ଥ୍ୟ, ଶିକ୍ଷାର ଅଧିକାରକୁ ଅଗ୍ରାଧିକାର ଦିଆଯାଇଛି। ସ୍ବାସ୍ଥ୍ୟ, ପୋଷଣ, ପାଣି, ପରିଚ୍ଛନ୍ନତା, ସୁରକ୍ଷା ଆଦି ମୁଖ୍ୟ ଫୋକସ ଅଟେ। ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ସହିତ ଯୋଜନା, ଶ୍ରମ, ସାମାଜିକ ସୁରକ୍ଷା, ସ୍କୁଲ ଏବଂ ଗଣଶିକ୍ଷା, ଗୃହ ଏବଂ ରେୟାର ଏଥିପାଇଁ କାର୍ଯ୍ୟ କରିବ। ଏହି ବିଭାଗଗୁଡ଼ିକୁ ଶିଶୁଙ୍କ ୭ଟି ପ୍ରସଙ୍ଗରେ ପ୍ରସ୍ତାବ ମଗାଯାଇଛି।

ଏଥିରେ ଅଭିଭାବକ ଛେଉଣ୍ଡ ପିଲାଙ୍କୁ ସହାୟତା, ୧୩ରୁ ୧୮ବର୍ଷୀୟଙ୍କୁ ଗୁରୁତ୍ବ, ପାଠ୍ୟକ୍ରମରେ ବାୟୁମଣ୍ଡଳ ଏବଂ ଲିଙ୍ଗଗତ ସମ୍ବେଦନଶୀଳତାକୁ ସାମିଲ ନିମନ୍ତେ କ’ଣ ପଦକ୍ଷେପ ଗ୍ରହଣ କରାଯାଇପାରିବ, ସେଥିପାଇଁ ଯୋଜନା ବିଭାଗ ଠାରୁ ପ୍ରସ୍ତାବ ମଗାଯାଇଛି। ଭିନ୍ନକ୍ଷମ ଶିଶୁ ଚିହ୍ନଟ, ଶିକ୍ଷା ଏବଂ ସୁବିଧା ପାଇଁ ସାମାଜିକ ସୁରକ୍ଷା ବିଭାଗ, ଶିଶୁ ଶ୍ରମିକ, ସେମାନଙ୍କୁ ଉଦ୍ଧାର ଏବଂ ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ଶିକ୍ଷା ନେଇ ଶ୍ରମ ଏବଂ ଇଏସଆଇ, ଶିଶୁଙ୍କ ଦକ୍ଷତା ବିକାଶ, ଶିଶୁ ଜନଗଣନା, ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରେ ପ୍ରଯୁକ୍ତିର ଭିତ୍ତିଭୂମି ସୃଷ୍ଟିକୁ ନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ, ଇଣ୍ଟରନେଟ୍‌ରେ ଶିଶୁଙ୍କ ସୁରକ୍ଷା ନେଇ ଗୃହ ବିଭାଗ, ଭିନ୍ନକ୍ଷମ ଶିଶୁଙ୍କ ଥଇଥାନ ପାଇଁ ରେୟାରକୁ ପ୍ରସ୍ତାବ ଦେବାକୁ କୁହାଯାଇଛି। ତେବେ, ଏହି ନୀତିରେ ଆର୍ଥିକ ପ୍ରସ୍ତାବର ଆବଶ୍ୟକତା ନାହିଁ। ସମସ୍ତ ବିଭାଗ ମିଶି ଏହାକୁ କାର୍ଯ୍ୟକାରୀ କରିବେ ଏବଂ ସେମାନଙ୍କ ବର୍ତ୍ତମାନର ବଜଟେ୍‌ ବ୍ୟବସ୍ଥା ଅନୁସାରେ ଏହାକୁ କାର୍ଯ୍ୟକାରୀ କରାଯିବ। ୨୦୨୧ ମସିହାରେ ପ୍ରଥମ କରି ଏହି ନୀତି ସମ୍ପର୍କରେ ମତାମତ ସଂଗ୍ରହ କରାଯାଇଥିଲା।

କେମିତି ଅଛନ୍ତି ରାଜ୍ୟର ଭବିଷ୍ୟତ?
ଏନଏଫଏଚ୍‌ଏସ୍‌-୫ ଅନୁସାରେ, ରାଜ୍ୟରେ ୬ରୁ ୨୩ ମାସର ମାତ୍ର ୨୦.୪ ପ୍ରତିଶତ ଶିଶୁହିଁ ଯଥେଷ୍ଟ ଖାଦ୍ୟ ପାଆନ୍ତି। ଶିଶୁ ମୃତ୍ୟୁହାର ୩୬.୩ ପ୍ରତିଶତ, ଏଠାରେ ୫ବର୍ଷରୁ କମ ଶିଶୁ ମୃତ୍ୟୁହାର ୪୧.୧ ପ୍ରତିଶତ, ୨୭ ପ୍ରତିଶତ ଶିଶୁ ଜୀବନର ୨୮ ଦିନ ମଧ୍ୟ ସମ୍ପୂର୍ଣ୍ଣ କରିପାରୁନାହାନ୍ତି। ୬.୧ ପ୍ରତିଶତ ଶିଶୁଙ୍କ ଓଜନ ମାତ୍ରାଧିକ ଏବଂ ୨୯.୭ ପ୍ରତିଶତଙ୍କ କମ ଓଜନ ରହିଛି। ୨୦.୫ ପ୍ରତିଶତ ଝିଅ, ୧୩.୩ ପ୍ରତିଶତ ପୁଅଙ୍କ ବାଲ୍ୟବସ୍ଥାରେ ବିବାହ ହେଉଛି। ୭.୬ ପ୍ରତିଶତ ବାଳିକା ମା କିମ୍ବା ଗର୍ଭବତୀ ହେଉଛନ୍ତି। ଆଜି ବି ୨୯ ପ୍ରତିଶତ ବାଳିକା ସ୍କୁଲ ଯାଇ ପାରୁ ନାହାନ୍ତି। ରହିଛି। ୨୦୨୧ ମସିହା ଲୋକସଭାରେ ପ୍ରଶ୍ନର ଏକ ଉତ୍ତରରେ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୧୦ ବର୍ଷ ମଧ୍ୟରେ ଶିଶୁ ଦୁଷ୍କର୍ମ ୧୭୯୪ପ୍ରତିଶତ ବୃଦ୍ଧି ପାଇଛି। ୨୦୦୯ ମସିହାରେ ୮୭ ଜଣ ଶିଶୁ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ୨୦୧୯ ମସିହାରେ ଏହା ୧୬୪୮କୁ ବୃଦ୍ଧି ପାଇଛି। ଦେଶରେ ସର୍ବାଧିକ ଶିଶୁ ଯୌନ ନିର୍ଯାତନା ରାଜ୍ୟ ଭାବରେ ଓଡ଼ିଶାର ସ୍ଥାନ ଚତୁର୍ଥ ରହିଛି। ଅନଲାଇନରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ କିଛି ଦିନ ପୂର୍ବରୁ ସିବିଆଇର ଟିମ୍‌ ଓଡ଼ିଶା ଆସିଥିଲେ। କୋଭିଡ୍‌ ସମୟରେ ପ୍ରାୟ ୩୫ ହଜାର ଶିଶୁଙ୍କୁ ସରକାରୀ ଯୋଜନାରେ ଆର୍ଥିକ ସହାୟତା ଦିଆଯାଇଛି। ରାଜଧାନୀରେ ପ୍ରାୟ ୧ ହଜାର ଶିଶୁ ରାସ୍ତା କଡ଼ରେ ଥିବା ନେଇ ଚାଇଲ୍ଡ ଲାଇନ ରିପୋର୍ଟ ଦେଇଛି। ସହରର ରାସ୍ତାକଡ଼ର ୫୭ ପ୍ରତିଶତ ଶିଶୁ ବାଧ୍ୟତାମୂଳକ ଶିକ୍ଷାରୁ ବଞ୍ଚିତ ଅଛନ୍ତି, ୧୭ ପ୍ରତିଶତ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।