Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଓଡ଼ିଶାର ସ୍ବତନ୍ତ୍ର ଶିଶୁ ନୀତି: ‘ପ୍ରାରମ୍ଭ’ରେ ନାହିଁ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା, କେମିତି ଅଛନ୍ତି ରାଜ୍ୟର ଭବିଷ୍ୟତ?
    ରାଜ୍ୟ

    ଓଡ଼ିଶାର ସ୍ବତନ୍ତ୍ର ଶିଶୁ ନୀତି: ‘ପ୍ରାରମ୍ଭ’ରେ ନାହିଁ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା, କେମିତି ଅଛନ୍ତି ରାଜ୍ୟର ଭବିଷ୍ୟତ?

    NewsLaxmi7By NewsLaxmi7November 25, 2022No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ରାଜ୍ୟ ସରକାର ପ୍ରଥମ କରି ଅନୁମୋଦିତ କରିଛନ୍ତି ସ୍ବତନ୍ତ୍ର ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’। କିନ୍ତୁ ଏହାକୁ ନେଇ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା ହୋଇପାରିନାହିଁ। ତେଣୁ ଯେଉଁ ମହତ୍‌ ଲକ୍ଷ୍ୟ ନେଇ ଏହି ନୀତିର ପ୍ରଣୟନ ହେଲା, ତାହାର ଉପଯୁକ୍ତ କାର୍ଯ୍ୟକାରିତା ନେଇ ବିଶେଷଜ୍ଞମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

    ୨୦୧୯ ମସିହାରେ ପ୍ରଥମକରି ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରିଥିଲେ। ମହାମାରୀରେ ଯେତେ ସଂଖ୍ୟାରେ ଶିଶୁ ଅଭିଭାବକ ଛେଉଣ୍ଡ, ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି, ଅଧାରୁ ପାଠ ଛାଡ଼ିଲେ, କୁପୋଷଣ ବଢ଼ିଲା ସେମାନଙ୍କୁ ନେଇ ଏହି ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଛି। ଏଥିରେ ଶିଶୁ ସୁରକ୍ଷା, ମାନସିକ, ଶାରୀରିକ ସ୍ବାସ୍ଥ୍ୟ, ଶିକ୍ଷାର ଅଧିକାରକୁ ଅଗ୍ରାଧିକାର ଦିଆଯାଇଛି। ସ୍ବାସ୍ଥ୍ୟ, ପୋଷଣ, ପାଣି, ପରିଚ୍ଛନ୍ନତା, ସୁରକ୍ଷା ଆଦି ମୁଖ୍ୟ ଫୋକସ ଅଟେ। ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ସହିତ ଯୋଜନା, ଶ୍ରମ, ସାମାଜିକ ସୁରକ୍ଷା, ସ୍କୁଲ ଏବଂ ଗଣଶିକ୍ଷା, ଗୃହ ଏବଂ ରେୟାର ଏଥିପାଇଁ କାର୍ଯ୍ୟ କରିବ। ଏହି ବିଭାଗଗୁଡ଼ିକୁ ଶିଶୁଙ୍କ ୭ଟି ପ୍ରସଙ୍ଗରେ ପ୍ରସ୍ତାବ ମଗାଯାଇଛି।

    ଏଥିରେ ଅଭିଭାବକ ଛେଉଣ୍ଡ ପିଲାଙ୍କୁ ସହାୟତା, ୧୩ରୁ ୧୮ବର୍ଷୀୟଙ୍କୁ ଗୁରୁତ୍ବ, ପାଠ୍ୟକ୍ରମରେ ବାୟୁମଣ୍ଡଳ ଏବଂ ଲିଙ୍ଗଗତ ସମ୍ବେଦନଶୀଳତାକୁ ସାମିଲ ନିମନ୍ତେ କ’ଣ ପଦକ୍ଷେପ ଗ୍ରହଣ କରାଯାଇପାରିବ, ସେଥିପାଇଁ ଯୋଜନା ବିଭାଗ ଠାରୁ ପ୍ରସ୍ତାବ ମଗାଯାଇଛି। ଭିନ୍ନକ୍ଷମ ଶିଶୁ ଚିହ୍ନଟ, ଶିକ୍ଷା ଏବଂ ସୁବିଧା ପାଇଁ ସାମାଜିକ ସୁରକ୍ଷା ବିଭାଗ, ଶିଶୁ ଶ୍ରମିକ, ସେମାନଙ୍କୁ ଉଦ୍ଧାର ଏବଂ ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ଶିକ୍ଷା ନେଇ ଶ୍ରମ ଏବଂ ଇଏସଆଇ, ଶିଶୁଙ୍କ ଦକ୍ଷତା ବିକାଶ, ଶିଶୁ ଜନଗଣନା, ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରେ ପ୍ରଯୁକ୍ତିର ଭିତ୍ତିଭୂମି ସୃଷ୍ଟିକୁ ନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ, ଇଣ୍ଟରନେଟ୍‌ରେ ଶିଶୁଙ୍କ ସୁରକ୍ଷା ନେଇ ଗୃହ ବିଭାଗ, ଭିନ୍ନକ୍ଷମ ଶିଶୁଙ୍କ ଥଇଥାନ ପାଇଁ ରେୟାରକୁ ପ୍ରସ୍ତାବ ଦେବାକୁ କୁହାଯାଇଛି। ତେବେ, ଏହି ନୀତିରେ ଆର୍ଥିକ ପ୍ରସ୍ତାବର ଆବଶ୍ୟକତା ନାହିଁ। ସମସ୍ତ ବିଭାଗ ମିଶି ଏହାକୁ କାର୍ଯ୍ୟକାରୀ କରିବେ ଏବଂ ସେମାନଙ୍କ ବର୍ତ୍ତମାନର ବଜଟେ୍‌ ବ୍ୟବସ୍ଥା ଅନୁସାରେ ଏହାକୁ କାର୍ଯ୍ୟକାରୀ କରାଯିବ। ୨୦୨୧ ମସିହାରେ ପ୍ରଥମ କରି ଏହି ନୀତି ସମ୍ପର୍କରେ ମତାମତ ସଂଗ୍ରହ କରାଯାଇଥିଲା।

    କେମିତି ଅଛନ୍ତି ରାଜ୍ୟର ଭବିଷ୍ୟତ?
    ଏନଏଫଏଚ୍‌ଏସ୍‌-୫ ଅନୁସାରେ, ରାଜ୍ୟରେ ୬ରୁ ୨୩ ମାସର ମାତ୍ର ୨୦.୪ ପ୍ରତିଶତ ଶିଶୁହିଁ ଯଥେଷ୍ଟ ଖାଦ୍ୟ ପାଆନ୍ତି। ଶିଶୁ ମୃତ୍ୟୁହାର ୩୬.୩ ପ୍ରତିଶତ, ଏଠାରେ ୫ବର୍ଷରୁ କମ ଶିଶୁ ମୃତ୍ୟୁହାର ୪୧.୧ ପ୍ରତିଶତ, ୨୭ ପ୍ରତିଶତ ଶିଶୁ ଜୀବନର ୨୮ ଦିନ ମଧ୍ୟ ସମ୍ପୂର୍ଣ୍ଣ କରିପାରୁନାହାନ୍ତି। ୬.୧ ପ୍ରତିଶତ ଶିଶୁଙ୍କ ଓଜନ ମାତ୍ରାଧିକ ଏବଂ ୨୯.୭ ପ୍ରତିଶତଙ୍କ କମ ଓଜନ ରହିଛି। ୨୦.୫ ପ୍ରତିଶତ ଝିଅ, ୧୩.୩ ପ୍ରତିଶତ ପୁଅଙ୍କ ବାଲ୍ୟବସ୍ଥାରେ ବିବାହ ହେଉଛି। ୭.୬ ପ୍ରତିଶତ ବାଳିକା ମା କିମ୍ବା ଗର୍ଭବତୀ ହେଉଛନ୍ତି। ଆଜି ବି ୨୯ ପ୍ରତିଶତ ବାଳିକା ସ୍କୁଲ ଯାଇ ପାରୁ ନାହାନ୍ତି। ରହିଛି। ୨୦୨୧ ମସିହା ଲୋକସଭାରେ ପ୍ରଶ୍ନର ଏକ ଉତ୍ତରରେ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୧୦ ବର୍ଷ ମଧ୍ୟରେ ଶିଶୁ ଦୁଷ୍କର୍ମ ୧୭୯୪ପ୍ରତିଶତ ବୃଦ୍ଧି ପାଇଛି। ୨୦୦୯ ମସିହାରେ ୮୭ ଜଣ ଶିଶୁ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ୨୦୧୯ ମସିହାରେ ଏହା ୧୬୪୮କୁ ବୃଦ୍ଧି ପାଇଛି। ଦେଶରେ ସର୍ବାଧିକ ଶିଶୁ ଯୌନ ନିର୍ଯାତନା ରାଜ୍ୟ ଭାବରେ ଓଡ଼ିଶାର ସ୍ଥାନ ଚତୁର୍ଥ ରହିଛି। ଅନଲାଇନରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ କିଛି ଦିନ ପୂର୍ବରୁ ସିବିଆଇର ଟିମ୍‌ ଓଡ଼ିଶା ଆସିଥିଲେ। କୋଭିଡ୍‌ ସମୟରେ ପ୍ରାୟ ୩୫ ହଜାର ଶିଶୁଙ୍କୁ ସରକାରୀ ଯୋଜନାରେ ଆର୍ଥିକ ସହାୟତା ଦିଆଯାଇଛି। ରାଜଧାନୀରେ ପ୍ରାୟ ୧ ହଜାର ଶିଶୁ ରାସ୍ତା କଡ଼ରେ ଥିବା ନେଇ ଚାଇଲ୍ଡ ଲାଇନ ରିପୋର୍ଟ ଦେଇଛି। ସହରର ରାସ୍ତାକଡ଼ର ୫୭ ପ୍ରତିଶତ ଶିଶୁ ବାଧ୍ୟତାମୂଳକ ଶିକ୍ଷାରୁ ବଞ୍ଚିତ ଅଛନ୍ତି, ୧୭ ପ୍ରତିଶତ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି।

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Article୮ ବର୍ଷ ପରେ ରାଉରକେଲା ଫେରିଲା ହକି ଉତ୍କର୍ଷ କେନ୍ଦ୍ର
    Next Article ପଡ଼ୋଶୀ ରାଜ୍ୟ ସହ ବିବାଦରେ ରାଜ୍ୟର ୨୭ଟି ଗ୍ରାମ
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଜରାଜୀର୍ଣ୍ଣ ପୁରାତନ ଗୋପୀନାଥ ଜିଉ ମନ୍ଦିର: ଗର୍ଭଗୃହରେ ଫାଟ, ଚରିଯାଇଛି ଚେର

    January 30, 2023

    ପାରାଦୀପ: ନକଲି କୋଭିଡ୍ ସାର୍ଟିଫିକେଟ୍ ଯୋଗାଇ ଗିରଫ ହେଲେ ଯୁବକ, ବ୍ୟବହୃତ କମ୍ପ୍ୟୁଟର ଓ ଲାପଟପ୍ ଜବତ

    January 23, 2021

    ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ତେଜୁଛି ଅସନ୍ତୋଷ

    January 19, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.