ଶିକ୍ଷା ଓ ନିଯୁକ୍ତି

ଏବେ ମିଳିବ ବାଉଁଶରୁ ତିଆରି ବିସ୍କୁଟ୍: ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର

ନୂଆଦିଲ୍ଲୀ ୧୯/୦୯ : ବିଶ୍ୱ ବାଉଁଶ ଦିବସ ଅବସରରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ବାଉଁଶରୁ ତିଆରି ବିସ୍କୁଟ ଓ ମହୁ ବୋତଲ ଲଞ୍ଚ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଉଭୟ ସାମଗ୍ରୀ ରାଜ୍ୟରେ ରୋଜଗାର ମଉକା ବୃଦ୍ଧି କରିବ । ପ୍ରତିବର୍ଷ ସେପ୍ଟେମ୍ବର ୧୮ ତାରିଖକୁ ବିଶ୍ୱ ବାଉଁଶ ସଂଗଠନ ଦ୍ୱାରା ବାଉଁଶ ଦିବସ ପାଳନ କରାଯାଇଥାଏ । ଏହି ଦିବସ ଉଦ୍ଦେଶ୍ୟ ହେଲା ବାଉଁଶ ଉଦ୍ୟୋଗର ସଂରକ୍ଷଣ ଓ ସମ୍ବର୍ଧନ ପ୍ରତି ସଚେତନତା ।

ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ କରି ଲେଖିଛନ୍ତି, ବିଶ୍ୱ ବାଉଁଶ ଦିବସ ଅବସରରେ ବାଉଁଶ ତିଆରି ବିସ୍କୁଟ ଓ ମହୁ ବୋତଲ ଲଞ୍ଚ କରାଯାଉଛି । ଏହି ଦୁଇଟି ସାମଗ୍ରୀ ରାଜ୍ୟରେ ଅନେକ ଲୋକଙ୍କ ଜୀବିକା ସାଧନା ହୋଇପାରିବ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ମଧ୍ୟ ପୁରା ହୋଇପାରିବ ।

ସେ କହିଛନ୍ତି ଯେ, ବାଉଁଶରୁ ତିଆରି ହୋଇଥିବା ବିସ୍କୁଟ ପ୍ରାକୃତିକ ଉପାୟରେ ତିଆରି କରାଯାଇଛି । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାରକ ଓ ପୁଷ୍ଟିକର ମଧ୍ୟ । ଏଥିପାଇଁ ସେ ବାମ୍ବୁ ଓ କେନ୍ ବିକାଶ ପ୍ରତିଷ୍ଠାନ ଏବଂ ଡକ୍ଟର ଅଭିନାଭ କାଣ୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ବିସିଡି ଇନଷ୍ଟିଚ୍ୟୁଟର ସଭାପତି ଡକ୍ଟର ଅଭିନାଭ କାଣ୍ଟ ଏହି ବିସ୍କୁଟ ଏବଂ ବାଉଁଶର ବୋତଲ ବିକଶିତ କରିଛନ୍ତି ଯାହା ଦ୍ୱାରା ରାଜ୍ୟରେ ଏହି ନୂତନ ଶିଳ୍ପ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି