ନୂଆଦିଲ୍ଲୀ ୧୯/୧୦ : ଭାରତରେ ଦୁର୍ବଳ ଦୃଷ୍ଟି ଶକ୍ତି ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ପାଖାପାଖି ୭.୯ କୋଟି ଲୋକଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ। ଗତ ୩୦ ବର୍ଷରେ ଏହିଭଳି ଲୋକଙ୍କ ସଂଖ୍ୟା ଦୁଇଗୁଣ ବଢିଛି। ସୂଚନାଯୋଗ୍ୟ ଯେ ୧୯୯୦ ମସିହାରେ ଦେଶରେ କେବଳ ୪ କୋଟି ଲୋକଙ୍କର ସାମାନ୍ୟ ଦୃଷ୍ଟି ଦୋଷ ଥିଲା। ବର୍ତ୍ତମନ ୧୩ କୋଟିରୁ ଅଧିକ ଭାରତୀୟଙ୍କ ଆଖି ପାଖ ଜିନିଷ ଉପରେ ଫୋକସ କରିବା ଭଳି କ୍ଷମତା ମଧ୍ୟ ନାହିଁ। ଏ ସମ୍ବନ୍ଧରେ ଦୁଇଟି ଅନ୍ତରାଷ୍ଟ୍ରୀୟ ସଂସ୍ଥା ଭିଜନ ଲସ ଏକ୍ସପର୍ଟ ଗ୍ରୁପ ( VLEG) ଓ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ଦି ପ୍ରିଭେନ୍ଶନ ଅଫ ବ୍ଲାଇଣ୍ଡନେସ (IAPB) ଦ୍ୱାରା ଏହି ତାଲିକା ଜାରି କରାଯାଇଛି।
ବିଶେଷଜ୍ଞଙ୍କ ଅନୁସାରେ ଭାରତୀୟଙ୍କ ଲାଇଫ୍ ଏକ୍ସପେକ୍ଟେନ୍ସି ହିଁ ସାମାନ୍ୟ ଓ ଗମ୍ଭୀର ଦୃଷ୍ଟି ଦୋଷର କାରଣ। ୧୯୯୦ ମସିହା ବେଳକୁ ଭାରତୀୟଙ୍କ ହାରାହାରି ଆୟୁଷ ୫୯ ବର୍ଷ ପାଖାପାଖି ଥିବାବେଳେ ୨୦୧୯ ମସିହା ବେଳକୁ ଏହା ୭୦ ବର୍ଷ ହୋଇଛି। ତାଜା ରିପୋର୍ଟ ଦେଖିବାକୁ ଗଲେ ଦେଶର ପାଖାପାଖି ୭୦ ପ୍ରତିଶତ ନେତ୍ରହୀନଙ୍କ ବୟସ ୫୦ ବର୍ଷରୁ ଅଧିକ। ଏମାନଙ୍କ ଛଡା ମଧୁମେହ ରୋଗୀଙ୍କ ମଧ୍ୟ ନେତ୍ରହୀନତା ଅଭିଯୋଗ ରହିଛି। ଆଶ୍ଚର୍ଯ୍ୟର କଥା ହେଲା ୬ଜଣଙ୍କ ମଧ୍ୟରୁ ଜଣେ ମଧୁମେହ ରୋଗୀ ରେଟିନାପେଥିରେ ପୀଡିତ। ସୂଚନା ଅନୁଯାୟୀ, ଚୀନ ପରେ ଭାରତରେ ସବୁଠାରୁ ଅଧିକ ମଧୁମେହ ରୋଗୀ ଅଛନ୍ତି। ଚୀନରେ ପାଖାପାଖି ୧୧.୬ କୋଟି ମଧୁମେହ ରୋଗୀ ଥିବାବେଳେ ଭାରତରେ ଅଛନ୍ତି ପାଖାପାଖି ୭.୭ କୋଟି।
ଭାରତରେ ଗତ ୩୦ ବର୍ଷରେ ‘near vision loss’ ବା presbyopia (ଯେଉଁମାନେ ପାଖ ଜିନିଷ ଦେଖିବାକୁ ଅସମର୍ଥ) ମାମଲା ଦୁଇଗୁଣରୁ ଅଧିକ ହୋଇଛି। ୧୯୯୦ ରେ ୫.୭୭ ଲୋକ ପୀଡିତ ଥିବାବେଳେ ୨୦୧୯ ରେ ଦୁଇଗୁଣରୁ ଅଧିକ ଅର୍ଥାତ ୧୩.୭୬ କୋଟି ହୋଇଛି। ଦୁନିଆରେ ନେତ୍ରହୀନଙ୍କ ମାମଲାରେ ଭାରତ ପ୍ରଥମରେ ରହିଛି | ଦେଶରେ ୯୨ ଲକ୍ଷ ଲୋକ ଅଛନ୍ତି ଯେଉଁମାନଙ୍କୁ ଦେଖାଯାଏ ନାହିଁ। ଚୀନରେ ନେତ୍ରହୀନଙ୍କ ସଂଖ୍ୟା ୮୯ ଲକ୍ଷ ରହିଛି।
ଏଠାରେ ପ୍ରଶ୍ନ ଉଠୁଛି MSVI ବା ମଡ଼ରେଟ୍ ଓ ସିଭିୟର୍ ଭିଜନ୍ ଲସ୍ କଣ ? ଭିଜୁଆଲ୍ ଏକ୍ୟୁଟି ୬/୧୮ ବା ୩/୬୦ରୁ କମ୍ ହୋଇଥାଏ। ଅର୍ଥାତ ଯଦି ଜଣଙ୍କୁ MSVI 3/360 ସମସ୍ୟା ରହିଛି ତାହେଲେ ଏହାର ଅର୍ଥ ଉକ୍ତ ବ୍ୟକ୍ତିଙ୍କୁ ୩ ଫୁଟ୍ ଦୂରରୁ ସ୍ପଷ୍ଟ ଦେଖିପାରିବେ। କିନ୍ତୁ ଯେଉଁମାନଙ୍କ ଦୃଷ୍ଟି ଶକ୍ତି ଠିକ ଥାଏ ସେମାନେ ୬୦ ଫୁଟ୍ ଦୂରରୁ ଦେଖିବାକୁ ସକ୍ଷମ। ନେତ୍ରହୀନ ମାମଲାରେ ଭିଜୁଆଲ୍ ଏକ୍ୟୁଟି 3/60 ରୁ କମ୍।
Trending
- ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ
- ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର
- ସିଡ୍ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ
- ଇରାନକୁ ଉଚିତ ସମୟରେ ଜବାବ ଦିଆଯିବ: ଇସ୍ରାଏଲ
- ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି
- ୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ
- କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ
- ନିର୍ବାଚନୀ ବଣ୍ଡ୍ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’
Friday, April 19