ରାଜ୍ୟ

ଉପଲସାଜା କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ୨ପୁଅଙ୍କୁ ହରାଇ ଅନେଶକୁ ବଞ୍ଚାଇଥିଲେ ଦୀପାଇ

ରାୟଗଡ଼ା: ଜୁଲାଇ ୩୧ତାରିଖରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ସିକରପାଇ ପଞ୍ଚାୟତ ଉପରସାଜା ଗ୍ରାମରେ କଲଭର୍ଟ ଭୁଶୁଡ଼ି ୪ଜଣ ଶିଶୁଙ୍କ ସମେତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ଅନେଶ ନାମକ ଜଣେ ଶିଶୁ। ଅନେଶ କିପରି ବଞ୍ଚିଲେ ତାର ଅସଲ କାହାଣୀ ଏବେ ପଦାକୁ ଆସିଛି। ଏହି ଅଘଟଣରେ ନିଜ ୨ଶିଶୁ ପୁଅଙ୍କୁ ଦୀପାଇ ମିଣିଆକା ହରାଇଥିବା ବେଳେ ଅନେଶକୁ ବଞ୍ଚାଇଥିଲେ।

ଘଟଣା ଦିନ ଅନେଶ ଅନ୍ୟ ଚାରି ଶିଶୁ ପ୍ରିନ୍ସ, ଚରଣ, ସୁମନ ଏବଂ ମନୋଜ ସହ ଗାଧୋଇବାକୁ ଉପରସାଜା ଗ୍ରାମର ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ସକାଳୁ ଜାପିଙ୍ଗ ନାଳ ନିକଟକୁ ଯାଇଥିଲେ। ନାଳରେ ଗାଧୋଉଥିବା ବେଳେ ହଠାତ ପ୍ରବଳ ବର୍ଷା ହେବାରୁ ସେଠାରେ ଥିବା କଲଭର୍ଟ ତଳେ ସମସ୍ତେ ଆଶ୍ରୟ ନେଇଥିଲେ। ତେବେ ଅଚାନକ କଲଭର୍ଟ ଭୁଶୁଡ଼ି ପଡ଼ିବାରୁ ସମସ୍ତେ କଲଭର୍ଟ ତ‌ଳେ ଚାପି ହୋଇ ଯାଇଥିଲେ। ନାଳର ଅନ୍ୟ ଏକ ସ୍ଥାନରେ ଦୀପାଇ ଗାଧୋଉଥିଲେ। ଦୀପାଇଙ୍କ ଦୁଇ ପୁଅ ଚରଣ ଓ ସୁମନ କଲଭର୍ଟ ତଳେ ଚାପି ହୋଇଯାଇଥିଲେ। ଦୀପାଇ ଶବ୍ଦ ଶୁଣି ତୁରନ୍ତ କଲଭର୍ଟ ନିକଟକୁ ଆସିଥିଲେ। ସେ ଦେଖିଲେ ସମସ୍ତେ କଲଭର୍ଟ ତଳେ ଚାପି ହୋଇ ଯାଇଛନ୍ତି କିନ୍ତୁ ଜଣକର ହାତ ଉପରକୁ ଦିଶୁଛି। ତୁରନ୍ତ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ବହୁ କଷ୍ଟରେ ସେହି ଶିଶୁକୁ ରକ୍ଷା କରିଥିଲେ ଦୀପାଇ। ବଞ୍ଚି ଯାଇଥିବା ଶିଶୁ ଜଣକ ହେଲା ଅନେଶ। କିନ୍ତୁ ତାଙ୍କର ଦୁଇପୁଅ ଚରଣ ଓ ସୁମନ ମାଟି ତଳେ ଚାପି ହୋଇ ରହିଥିଲେ। ସେମାନଙ୍କୁ ବଞ୍ଚାଇବାକୁ ଦୀପାଇ ବହୁ ଚେଷ୍ଟା କରି ବିଫଳ ହେବାରୁ ତୁରନ୍ତ ଗାଁକୁ ଯାଇ ଲୋକଙ୍କୁ ଡାକିଥିଲେ।

ଗାଁ ଲୋକେ ପହଞ୍ଚି କଲଭର୍ଟ ତାଡି ୪ଜଣ ଶିଶୁଙ୍କ ସମେତ ବ୍ୟୟସ୍ତ ବ୍ୟକ୍ତି ଲକ୍ଷ୍ମୀଧରଙ୍କୁ କାଢିଥିଲେ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ୪ଜଣ ଶିଶୁଙ୍କ ସମେତ ଲକ୍ଷ୍ମୀଧରଙ୍କ ମୃତ୍ୟୁ ହୋଇସାରିଥିଲା। ଅନେଶ ଆହତ ହୋଇଥିବାରୁ ତୁରନ୍ତ ତାକୁ ମେଡିକାଲ ନିଆଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲା। ଦୀପାଇ ନିଜର ଦୁଇ ପୁଅକୁ ହରାଇଥିଲେ ମଧ୍ୟ ଅନ୍ୟ ଜଣଙ୍କର ପୁଅକୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଦୀପାଇ ପୂର୍ବରୁ ନିଜ ସ୍ବାମୀଙ୍କୁ ହରାଇ ଅସହାୟ ଅବସ୍ଥାରେ ରହିଥିବା ବେଳେ ଏହି ଘଟଣାରେ ଦୁଇ ପୁଅକୁ ହରାଇ ଭାଙ୍ଗି ପଡିଥିଲେ। ଏପରିକି ସେ ଜୀବନ ହାରିବାକୁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ଗ୍ରାମବାସୀ ତାଙ୍କୁ ବଞ୍ଚାଇଥିଲେ। ଦୀପାଇଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଦୀପାଇଙ୍କ ଏହି ବଳିଦାନ କଥା ପଦାକୁ ଆସିବା ପରେ ସମସ୍ତଙ୍କ ଆଖିରୁ ଲୁହ ଝରିଛି। ନିଜର ସର୍ବସ୍ବ ହରାଇ ଜଣେ ଶିଶୁର ଜୀବନ ବଞ୍ଚାଇଥିବାରୁ ତାଙ୍କ ନିକଟରେ ଗାଁ ଲୋକେ କୃତଜ୍ଞ ବୋଲି କହିଥିଲେ। ଦୀପାଇ ଏବେ ନିଜର ଦୁଇ ପୁଅ ଓ ସ୍ବାମୀଙ୍କୁ ଝୁରୁଛନ୍ତି। ଏକାକୀ ଘରେ ପଡ଼ିରହିଛନ୍ତି। କିନ୍ତୁ ଅନେଶର ପରିବାର ଦୀପାଇଙ୍କ ସହଯୋଗକୁ କେବେ ଭୁଲିବେ ନାହିଁ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।