Subscribe to Updates

    Get the latest creative news from FooBar about art, design and business.

    What's Hot

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023
    Facebook X (Twitter) Instagram
    Trending
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଉପଲସାଜା କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ୨ପୁଅଙ୍କୁ ହରାଇ ଅନେଶକୁ ବଞ୍ଚାଇଥିଲେ ଦୀପାଇ
    ରାଜ୍ୟ

    ଉପଲସାଜା କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ୨ପୁଅଙ୍କୁ ହରାଇ ଅନେଶକୁ ବଞ୍ଚାଇଥିଲେ ଦୀପାଇ

    NewsLaxmi7By NewsLaxmi7August 21, 2023Updated:August 21, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ରାୟଗଡ଼ା: ଜୁଲାଇ ୩୧ତାରିଖରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ସିକରପାଇ ପଞ୍ଚାୟତ ଉପରସାଜା ଗ୍ରାମରେ କଲଭର୍ଟ ଭୁଶୁଡ଼ି ୪ଜଣ ଶିଶୁଙ୍କ ସମେତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ଅନେଶ ନାମକ ଜଣେ ଶିଶୁ। ଅନେଶ କିପରି ବଞ୍ଚିଲେ ତାର ଅସଲ କାହାଣୀ ଏବେ ପଦାକୁ ଆସିଛି। ଏହି ଅଘଟଣରେ ନିଜ ୨ଶିଶୁ ପୁଅଙ୍କୁ ଦୀପାଇ ମିଣିଆକା ହରାଇଥିବା ବେଳେ ଅନେଶକୁ ବଞ୍ଚାଇଥିଲେ।

    ଘଟଣା ଦିନ ଅନେଶ ଅନ୍ୟ ଚାରି ଶିଶୁ ପ୍ରିନ୍ସ, ଚରଣ, ସୁମନ ଏବଂ ମନୋଜ ସହ ଗାଧୋଇବାକୁ ଉପରସାଜା ଗ୍ରାମର ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ସକାଳୁ ଜାପିଙ୍ଗ ନାଳ ନିକଟକୁ ଯାଇଥିଲେ। ନାଳରେ ଗାଧୋଉଥିବା ବେଳେ ହଠାତ ପ୍ରବଳ ବର୍ଷା ହେବାରୁ ସେଠାରେ ଥିବା କଲଭର୍ଟ ତଳେ ସମସ୍ତେ ଆଶ୍ରୟ ନେଇଥିଲେ। ତେବେ ଅଚାନକ କଲଭର୍ଟ ଭୁଶୁଡ଼ି ପଡ଼ିବାରୁ ସମସ୍ତେ କଲଭର୍ଟ ତ‌ଳେ ଚାପି ହୋଇ ଯାଇଥିଲେ। ନାଳର ଅନ୍ୟ ଏକ ସ୍ଥାନରେ ଦୀପାଇ ଗାଧୋଉଥିଲେ। ଦୀପାଇଙ୍କ ଦୁଇ ପୁଅ ଚରଣ ଓ ସୁମନ କଲଭର୍ଟ ତଳେ ଚାପି ହୋଇଯାଇଥିଲେ। ଦୀପାଇ ଶବ୍ଦ ଶୁଣି ତୁରନ୍ତ କଲଭର୍ଟ ନିକଟକୁ ଆସିଥିଲେ। ସେ ଦେଖିଲେ ସମସ୍ତେ କଲଭର୍ଟ ତଳେ ଚାପି ହୋଇ ଯାଇଛନ୍ତି କିନ୍ତୁ ଜଣକର ହାତ ଉପରକୁ ଦିଶୁଛି। ତୁରନ୍ତ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ବହୁ କଷ୍ଟରେ ସେହି ଶିଶୁକୁ ରକ୍ଷା କରିଥିଲେ ଦୀପାଇ। ବଞ୍ଚି ଯାଇଥିବା ଶିଶୁ ଜଣକ ହେଲା ଅନେଶ। କିନ୍ତୁ ତାଙ୍କର ଦୁଇପୁଅ ଚରଣ ଓ ସୁମନ ମାଟି ତଳେ ଚାପି ହୋଇ ରହିଥିଲେ। ସେମାନଙ୍କୁ ବଞ୍ଚାଇବାକୁ ଦୀପାଇ ବହୁ ଚେଷ୍ଟା କରି ବିଫଳ ହେବାରୁ ତୁରନ୍ତ ଗାଁକୁ ଯାଇ ଲୋକଙ୍କୁ ଡାକିଥିଲେ।

    ଗାଁ ଲୋକେ ପହଞ୍ଚି କଲଭର୍ଟ ତାଡି ୪ଜଣ ଶିଶୁଙ୍କ ସମେତ ବ୍ୟୟସ୍ତ ବ୍ୟକ୍ତି ଲକ୍ଷ୍ମୀଧରଙ୍କୁ କାଢିଥିଲେ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ୪ଜଣ ଶିଶୁଙ୍କ ସମେତ ଲକ୍ଷ୍ମୀଧରଙ୍କ ମୃତ୍ୟୁ ହୋଇସାରିଥିଲା। ଅନେଶ ଆହତ ହୋଇଥିବାରୁ ତୁରନ୍ତ ତାକୁ ମେଡିକାଲ ନିଆଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲା। ଦୀପାଇ ନିଜର ଦୁଇ ପୁଅକୁ ହରାଇଥିଲେ ମଧ୍ୟ ଅନ୍ୟ ଜଣଙ୍କର ପୁଅକୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଦୀପାଇ ପୂର୍ବରୁ ନିଜ ସ୍ବାମୀଙ୍କୁ ହରାଇ ଅସହାୟ ଅବସ୍ଥାରେ ରହିଥିବା ବେଳେ ଏହି ଘଟଣାରେ ଦୁଇ ପୁଅକୁ ହରାଇ ଭାଙ୍ଗି ପଡିଥିଲେ। ଏପରିକି ସେ ଜୀବନ ହାରିବାକୁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ଗ୍ରାମବାସୀ ତାଙ୍କୁ ବଞ୍ଚାଇଥିଲେ। ଦୀପାଇଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଦୀପାଇଙ୍କ ଏହି ବଳିଦାନ କଥା ପଦାକୁ ଆସିବା ପରେ ସମସ୍ତଙ୍କ ଆଖିରୁ ଲୁହ ଝରିଛି। ନିଜର ସର୍ବସ୍ବ ହରାଇ ଜଣେ ଶିଶୁର ଜୀବନ ବଞ୍ଚାଇଥିବାରୁ ତାଙ୍କ ନିକଟରେ ଗାଁ ଲୋକେ କୃତଜ୍ଞ ବୋଲି କହିଥିଲେ। ଦୀପାଇ ଏବେ ନିଜର ଦୁଇ ପୁଅ ଓ ସ୍ବାମୀଙ୍କୁ ଝୁରୁଛନ୍ତି। ଏକାକୀ ଘରେ ପଡ଼ିରହିଛନ୍ତି। କିନ୍ତୁ ଅନେଶର ପରିବାର ଦୀପାଇଙ୍କ ସହଯୋଗକୁ କେବେ ଭୁଲିବେ ନାହିଁ ବୋଲି କହିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଦାଦନରୁ ଡାକ୍ତରୀ ଛାତ୍ର: ସାହୁକାରଠାରୁ ଧାର ଆଣି କଲେଜରେ ନାଁ ଲେଖାଇଛନ୍ତି
    Next Article ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଝାରସୁଗୁଡ଼ା ଗସ୍ତ: ମନ୍ଦିର ବୁଲିଲେ, ଅଭିଯୋଗ ଶୁଣିଲେ
    NewsLaxmi7
    • Website

    Related Posts

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ରାଉରକେଲା: ଉଦିତନଗର ଥାନା ଏଏସ୍‌ଆଇ ଆଲିସ୍‌ ନାରମି ଲୁଗୁନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ବିବାଦ। ଏହି ଘଟଣାରେ…

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ନବଙ୍କ ବିୟୋଗରେ ଶୋକ

    January 30, 2023

    ବିକାଶ ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣା : ପ୍ରତିବାଦରେ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ରାସ୍ତାରୋକ

    July 25, 2022

    ମେ’ ୧୯ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

    May 19, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.