ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଉତ୍କଳ ବିଶ୍ଵ ବିଦ୍ୟାଳୟର ଦାୟିତ୍ଵହୀନତା: ପ୍ରଶ୍ନ ପତ୍ରରେ ଭୟଙ୍କର ଭୁଲ୍, ପ୍ରଫେସର ନା ଆଉ କିଏ ପ୍ରସ୍ତୁତ କରିଛନ୍ତି ?

ଭୁବନେଶ୍ଵର ୨୪।୦୩: ପରୀକ୍ଷାରେ ପିଲା ଭୁଲ୍ ଉତ୍ତର ଲେଖିଲେ ମାର୍କ କଟୁଛି, ହେଲେ ପ୍ରଶ୍ନ ପତ୍ରରେ ଭୁଲ ଲେଖାକୁ ନେଇ କାହାକୁ ଦାୟୀ କରାଯିବ ? ଯଦି ଖୋଦ୍ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳୁଛି ତା ହେଲେ ଆମେ ଆଉ କହିବା କାହାକୁ । ଜୁଲୋଜି ଅନର୍ସର ପଞ୍ଚମ ସେମିଷ୍ଟର ପ୍ରଶ୍ନ ପତ୍ରରେ ହୋଇଥିବା ତ୍ରୁଟିକୁ ଦେଖିଲେ ଲାଗୁଛି ଯେମିତି ଏହାକୁ ବିଶ୍ବବିଦ୍ୟାଳୟର କୌଣସି ପ୍ରଫେସର ନୁହନ୍ତି ବରଂ ଅନ୍ୟକେହି ଏହାକୁ ପ୍ରସ୍ତୁତ କରିଛନ୍ତି ।

ଜୁଲୋଜି ପ୍ରଶ୍ନପତ୍ରରେ ଭୟଙ୍କର ଭୁଲ୍ । ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ପ୍ରଶ୍ନ ପତ୍ରରେ କେମିତି ଏଭଳି ଭୁଲ ହେଲା ? ଜୁଲୋଜି ଅନର୍ସର ପଞ୍ଚମ ସେମିଷ୍ଟର ପ୍ରଶ୍ନପତ୍ରକୁ ଦେଖିଲେ ଲାଗୁଛି ସତେ ଯେମିତି ଏହାକୁ ଉତ୍କଳ ବିଶ୍ବବିଦ୍ୟାଳୟର କେହି ପ୍ରଫେସର ନୁହନ୍ତି ବରଂ ଅନ୍ୟ କେହି ପ୍ରସ୍ତୁତ କରିଛନ୍ତି । ୨୦୨୧ରେ ପରୀକ୍ଷା ହେଉଛି ହେଲେ ପ୍ରଶ୍ନପତ୍ର ଉପରେ ଲେଖାଯାଇଛି ୨୦୨୦ । ଠିକ୍ ଅଛି ଆପଣ ଏହାକୁ ପ୍ରିଣ୍ଟିଙ୍ଗ ମିଷ୍ଟେକ ବୋଲି କହି ପାରିବେ ।


କିନ୍ତୁ ପ୍ରଶ୍ନ ଗୁଡିକ କିଭଳି ହୋଇଛି ତା ଉପରେ ଥରେ ନଜର ପକାନ୍ତୁ । ଏକ ନମ୍ବର ଦ୍ବିତୀୟ ପ୍ରଶ୍ନରେ ହୋଲ ମାଉଣ୍ଟ ଅଫ୍ ଫ୍ରଗ୍ ଜାଗାରେ ଲେଖାଯାଇଛି ରୋଲ୍ ମାଉଣ୍ଟ ଅଫ୍ ଫ୍ରଗ । ତା’ ତଳେ ଥିବା ପ୍ରଶ୍ନରେ ଡେଭଲପମେଣ୍ଟ ଅଫ୍ ଚିକ୍ ଜାଗାରେ ଲେଖାଯାଇଛି ଡେଭଲପମେଣ୍ଟ ଅଫ୍ କ୍ଲକ୍ । ଏଭଳି ଅନେକ ଭୁଲ ତ୍ରୁଟି ସାମ୍ନାକୁ ଆସିଛି ଏହି ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଏହି ପ୍ରଶ୍ନ ପତ୍ରରେ । ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସବୁ କଲେଜ ଯେଉଁଠି ଜୁଲୋଜି ଅନର୍ସ ଅଛି ସେଠାକୁ ଏହି ପ୍ରଶ୍ନ ପତ୍ର ପଠାଯାଇଛି । ହେଲେ ଏଭଳି ଭୁଲ ତ୍ରୁଟିକୁ ନେଇ ଖୋଦ୍ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ କ’ଣ କହିଛନ୍ତି ଆସନ୍ତୁ ଦେଖିବା ।

ପ୍ରଶ୍ନ ଉଠୁଛି ଜୁଲୋଜି ପ୍ରଶ୍ନ ପତ୍ରରେ ଏତେ ମାତ୍ରାରେ ଭୁଲ ରହିଲା କେମିତି ? ପ୍ରଶ୍ନ ପତ୍ର ତିଆରି ପରେ ଏହାକୁ ପୁଣି ଥରେ ଯାଞ୍ଚ କରାଯାଇଥିଲା କି ନାହିଁ ? ଯଦି ପିଲା ଭୁଲ ଉତ୍ତର ଲେଖେ ତାର ମାର୍କ କଟାଯାଏ । କିନ୍ତୁ ପ୍ରଶ୍ନପତ୍ରରେ ଏକାଧିକ ଭୁଲ ଥିଲେ ଏଥିପାଇଁ କିଏ ଦାୟୀ ହେବେ ? ଛାତ୍ରଛାତ୍ରୀଙ୍କ ନମ୍ବର ଏହା ଦ୍ବାରା ପ୍ରଭାବିତ ହେଲେ ତାହାକୁ କିଭଳି ଭରଣା କରାଯିବ ? ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ବ ହୀନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍ ।

ପ୍ରଶ୍ନ ପତ୍ର ପ୍ରସ୍ତୁତ ପାଇଁ ବିଶ୍ବବିଦ୍ୟାଳୟ ବିଭିନ୍ନ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ସେମାନେ ପ୍ରଶ୍ନପତ୍ର ତିଆରି କରି ବିଶ୍ବବିଦ୍ୟାଳୟକୁ ପଠାନ୍ତି। ତାପରେ ବିଭିନ୍ନ କଲେଜକୁ ପ୍ରଶ୍ନପତ୍ର ପଠାଯାଇଥାଏ । ଏଭଳି ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ପତ୍ରକୁ ଦେଖିଲେ ପୁରୁଣା ପ୍ରଶ୍ନପତ୍ରକୁ କେବଳ ବର୍ଷ ବଦଳାଇ ଦିଆଯାଉଥିବା ନେଇ ମଧ୍ୟ ଆଲୋଚନା ହେଉଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି