ଦେଶ ବିଦେଶ ମନୋରଞ୍ଜନ

‘ଆଶ୍ରମ-୩’ ଷ୍ଟ୍ରିମିଂ ହେବା ପରେ ସାମ୍ନାକୁ ଆସିଲା ସିଜିନ୍‌-୪ର ଟିଜର, ଫ୍ୟାନ୍ସ ଦେଲେ ଏମିତି ରିଆକ୍ସନ

ନୂଆଦିଲ୍ଲୀ ୦୪।୦୬: ‘ଆଶ୍ରମ’ର ସିଜନ-୩ OTT ପ୍ଲାଟଫର୍ମ ‘MX ପ୍ଲେୟାର’ରେ ସିଜିନ୍‌-୩ର ଷ୍ଟ୍ରିମିଂ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସିଜିନ୍‌-୪ର ଟିଜର ଗତକାଲି ଅର୍ଥାତ୍‌ ଶୁକ୍ରବାର ଦିନ ରିଲିଜ୍‌ ହୋଇଛି। ଏହି ୱେବ୍‌ ସିରିଜ୍‌ରେ ବାବା ନିରାଲାଙ୍କ ଭୂମିକାରେ ଅଭିନୟ କରିଥିବା ବବି ଦେଓଲ୍ ପୁଣି ଥରେ ଭଣ୍ଡ ବାବା ଭୂମିକାରେ ଦମ୍‌ଦାର ଅଭିନୟ କରୁଥିବାର ସାମ୍ନାକୁ ଆସିଛି।

ଏହି ସିରିଜ୍‌ର ନାମ ଅଫିସିଆଲି ଭାବେ ‘ଏକ ବଦନାମ୍ … ଆଶ୍ରମ’ ରଖାଯାଇଛି । ଯାହାକୁ ବବି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଟିଜରକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ବାବା ଅନ୍ତରୟାମି, ସେ ତୁମର ମନର କଥା ଜାଣନ୍ତି । ତେଣୁ, ‘ଆଶ୍ରମ ୩’ର ଏପିସୋଡ୍ ସହିତ,’ ଆଶ୍ରମ-୪’ର ଝଲକ ମଧ୍ୟ ଦେଖିବାକୁ ମିଳିଛି ।

ଟିଜରର ଆରମ୍ଭରେ, ବବି ତଥା ବାବା ନିରାଲା ନିଜକୁ ଆଇନଠାରୁ ଉପରେ ବୋଲି କହିଛନ୍ତି। ଏହା ସହ ସେ କହୁଛନ୍ତି କି ଭଗବାନ ଆମେ ତମ ଉପରେ। ମୁଁ ସ୍ବର୍ଗ ସୃଷ୍ଟି କରିଛି। ମୁଁ କିପରି ଭଗବାନଙ୍କୁ ଗିରଫ କରିପାରିବି? ଏହି ସମୟରେ, ସିଜିନ୍ -୨ରେ ଆଶ୍ରମରୁ ପଳାଇଥିବା ପମ୍ମି (ଆଦିତ୍ୟ ପୋହନକର) ଆଶ୍ଚର୍ଯ୍ୟଜନକ ଭାବରେ ଆଶ୍ରମକୁ ଫେରି ଆସନ୍ତି ।

ଆଶ୍ରମଙ୍କ ସିଜନ୍-୪ର ଟିଜର ହଠାତ୍ ରିଲିଜ୍ ହୋଇଛି । କୁହାଯାଉଛି କି ଏହା ଆସନ୍ତା ବର୍ଷ ରିଲିଜ୍‌ ହୋଇପାରେ । ଯାହାକୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୱେବ୍ ସିରିଜ୍ ‘ଆଶ୍ରମ’ ୨୦୨୦ ରେ ଆରମ୍ଭ ହୋଇଥିଲା । ଯାହା ପରେ ସମସ୍ତ ସିଜିନ୍‌ ଆସିବାରେ ଲାଗିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ