ଧର୍ମ

ଆର୍ଥିକ ସମସ୍ୟା ଭୋଗୁଛନ୍ତି କି ? ତେବେ ଘରର ଉତ୍ତର ଦିଗରେ ରଖନ୍ତୁ ଏସବୁ ଜିନିଷ

ନବଗ୍ରହ ମଣ୍ଡଳ ଏବଂ ବାସ୍ତୁ ପୁରୁଷରେ ଉତ୍ତର ଦିଗକୁ ସବୁଠୁ ପ୍ରମୁଖ କୁହାଯାଇଛି। ଧାର୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହାର ଗୋଟିଏ ଦୁଇଟି ଖାସ୍ କାରଣ ରହିଛି। ଭାରତର ଉତ୍ତରରେ ହିମାଳୟ ଅବସ୍ଥିତ, ଯେଉଁଠାରେ ଭଗବାନ ଶିବଙ୍କ ବାସସ୍ଥାନ ରହିଛି। ଶିବ ଶଙ୍କରଙ୍କ ସହ ତାଙ୍କର ସଖା ମହାରାଜା କୁବେର ମଧ୍ୟ ଏଠାରେ ବିଦ୍ୟମାନ। କୁବେର ଧନ-ସମ୍ପତ୍ତିର ଦେବତା। କୁବେର ପ୍ରସନ୍ନ ହୋଇଗଲେ ନିର୍ଧନ ମଧ୍ୟ ଧନୀ ହୋଇଯାଆନ୍ତି।
ମନୁଷ୍ୟଙ୍କ ଧନୀ କିମ୍ବା ଗରିବ ହେବା ପଛରେ ମା’ ଲକ୍ଷ୍ମୀ ନୁହଁନ୍ତି ବରଂ କୁବେରଙ୍କ ହାତ ରହିଛି। ମାଆ ଲକ୍ଷ୍ମୀ ଚଞ୍ଚଳ ଚପଳ,ଯିଏ ଆସିବେ ଏବଂ ଚାଲିଯିବେ। କିନ୍ତୁ ଲଙ୍କାପତି ରାବଣଙ୍କ ବଡ଼ ଭାଇ କୁବେର ଧନର ଅଧିପତି। ବାସ୍ତୁ ହିସାବରେ ଉତ୍ତର ଦିଗକୁ ଧନ କୁବେରଙ୍କ ଦିଗ ବୋଲି କୁହାଯାଇଛି।
ଉତ୍ତର ଦିଗରେ ଯଦି କିଛି ଗଡ଼ବଡ଼ ରହିଛି ତେବେ ମହାରାଜା କୁବେର କେବେ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ। ଯେଉଁଠାରେ ସବୁଜିମା ହୋଇଥାଏ ଭଗବାନ କୁବେର ସେଠାରେ ରହିଥାନ୍ତି। ଉତ୍ତର ଦିଗ କୁବେରଙ୍କ ବ୍ୟତୀତ ବୁଧ ଗ୍ରହ,ବ୍ରହ୍ମା ଦେବତା ଏବଂ ଶିବଙ୍କ ମଧ୍ୟ ଦିଗ ହୋଇଥାଏ। ଏଥିପାଇଁ ସବୁବେଳେ ଶିବଲିଙ୍ଗର ମୁହଁ ଉତ୍ତର ଦିଗକୁ ହୋଇଥାଏ।
ଘରର ଉତ୍ତର ଦିଗରେ ସବୁବେଳେ ଏକ ପାରଦ ଶିବଲିଙ୍ଗ ରହିବା ଜରୁରୀ। ଏକମାତ୍ର ଏହି ଜିନିଷ ଆପଣ ଘରେ ରଖିବା ଦ୍ବାରା ଆପଣ ଧନୀ ହୋଇପାରିେ। କୁବେରଙ୍କ ସବୁଠୁ ପସନ୍ଦର ଜିନିଷ ହେଉଛି ପାରଦ। ଏହାକୁ ବୁଧଙ୍କ ଧାତୁ ମଧ୍ୟ କୁହାଯାଇଥାଏ। ଏହା କେବେ ଗୋଟିଏ ଅବସ୍ଥାରେ ରହିନଥାଏ। ଏହା କମିବା ଏବଂ ବଢ଼ିବାର କନେକ୍ସନ ଟ୍ରେଜେରୀରେ ରଖିଥିବା ଧନରୁ ହୋଇଥାଏ।
ଯଦି ଧନର ଉତ୍ଥାନ ପତନକୁ ଆପଣ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ ନିଜ ଘରର ଉତ୍ତର ଦିଗରେ ଏକ ପାରଦ ଶିବଲିଙ୍ଗ ନିଶ୍ଚୟ ରଖନ୍ତୁ। ଏହି ଦିଗକୁ ସବୁଜ ରଙ୍ଗ କରିବାକୁ ଭୁଲନ୍ତୁ ନାହିଁ।
ଗୋଟିଏ କଥା ମନେ ରଖନ୍ତୁ ଯେ ଉତ୍ତର ଦିଗରେ ରଖିଥିବା ପାରଦ ଅଧ ଇଞ୍ଚରୁ ଅଧିକ ବଡ଼ ହେବା ଅନୁଚିତ୍। ଦ୍ବିତୀୟରେ,ଶିବଲିଙ୍ଗର ମୁଖ ସବୁବେଳେ ଉତ୍ତର ଦିଗ ଆଡ଼କୁ ହେବା ଉଚିତ୍।
ଏହା ସହିତ ଏହି ଦିଗରେ ନିଶ୍ଚିତ ଭାବରେ ୫ଟି ଜିନିଷର ବନ୍ଦୋବସ୍ତ କରନ୍ତୁ। ଅଗ୍ନି ତତ୍ତ୍ବ ଦୀପରୁ,ବାୟୁ ତତ୍ତ୍ବ ଧୂପରୁ,ଜଳ ତତ୍ତ୍ବ ତିଳକରୁ,ପୃଥିବୀ ତତ୍ତ୍ବ ପ୍ରସାଦରୁ ଏବଂ ଆକାଶ ତତ୍ତ୍ବ ଫୁଲରୁ ଅମଙ୍ଗଳମ୍ କରନ୍ତୁ। ଏପରି କରିବା ଦ୍ବାରା ଭଗବାନ ଶିବ ଯାହାଙ୍କୁ ବାସ୍ତୁ ନାଥ କୁହାଯାଇଥାଏ ଆପଣଙ୍କୁ ଧନବାନ କରିବାକୁ ତତ୍ପର ରହିବେ।
ଘରର ଉତ୍ତର ଦିଗରେ ଆପଣଙ୍କୁ କିଛି ଖାସ୍ ପରିବର୍ତ୍ତନ ମଧ୍ୟ କରିବାକୁ ପଡ଼ିବ। ଘରର ଉତ୍ତର ଦିଗକୁ ସବୁବେଳେ ବନ୍ଦ ରଖନ୍ତୁ ନାହିଁ। ଏହି ଦିଗରେ କେବେ ଟୟେଲେଟ୍ ଏବଂ ବାଥରୁମ୍ ବନାନ୍ତୁ ନାହିଁ। ଏହି ଦିଗରେ ଫର୍ଣ୍ଣିଚର ରଖନ୍ତୁ ନାହିଁ। ଏହି ସ୍ଥାନକୁ ସବୁବେଳେ ଖୋଲା,ସୁଗନ୍ଧ ଏବଂ ସଫା-ସୁତୁରା ରଖନ୍ତୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ