ଖେଳ ଦେଶ ବିଦେଶ

ଆରସିବିର ନୂଆ କ୍ୟାପ୍ଚେନ୍ ହେଲେ ଫାପ୍ ଡୁପ୍ଲେସିସ୍ : ଏମିତି କହିଲେ ବିରାଟ

ନୂଆଦିଲ୍ଲୀ ୧୫/୦୩: ଆରସିବିର ନୂଆ ଅଧିନାୟକ ହେଲେ ଦକ୍ଷିଣ ଆଫ୍ରିକାର ଷ୍ଟାର୍ ବ୍ୟାଟସମ୍ୟାନ୍ ଫାପ୍ ଡୁପ୍ଲେସିସ୍ । ଏହାପୂର୍ବରୁ ଦଳର ନେତୃତ୍ୱ ନେଇଥିଲେ ରନ୍ ମେସିନ୍ ବିରାଟ କୋହଲି । କୋହଲି ନେତୃତ୍ୱ ଭାର ଛାଡିବା ପରେ ଫାପ୍‌ଙ୍କୁ ଏହି ଦାୟିତ୍ୱ ମିଳିଛି । ତେବେ ଫାପ୍‌ଙ୍କ ନିଯକ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରାଟ କୋହଲି ।

କୋହଲି କହିଛନ୍ତି ଯେ,ସେମାନେ ଅତିଶୀଘ୍ର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ବେସ୍ ଉତ୍ସାହିତ ଅଛନ୍ତି । ଫାପ୍ ଦଳର ଅଧିନାୟକ ହୋଇଥିବାରୁ ସେ ବେଶ୍ ଖୁସି ଅଛନ୍ତି । ଦଳ ନୂଆ ଶକ୍ତି ଓ ଉର୍ଜାରେ ଖେଳିବ । ସେ ଫାପଙ୍କୁ ଦୀର୍ଘ ଦିନ ହେବ ଜାଣିଛନ୍ତି । ଫାଫ୍ ଜଣେ ଭଲ ଅଧିନାୟକ ହୋଇପାରିବେ ବୋଲି କୋହଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଅନେକ ବର୍ଷ ହେଲା ସେ ଫାପ୍ ଡୁପ୍ଲେସିସଙ୍କୁ ଜାଣିଛନ୍ତି । ଉଭୟ ପୂର୍ବରୁ ଅଲଗା ଦଳରେ ଖେଳୁଥିଲେ । ଏବେ ଗୋଟିଏ ଦଳ ପାଇଁ ସେମାନେ ଖେଳିବେ । ସେ ତାଙ୍କ ଅଧିନରେ ଖେଳିବା ପାଇଁ ଉତ୍ସାହିତ ରହିଛନ୍ତି । ଫାଫଙ୍କ ସହ ପାର୍ଟନରସିପ୍ ଦର୍ଶକଙ୍କୁ ପସନ୍ଦ ଆସିବ । ଗ୍ଲେନ୍ ମ୍ୟାକ୍ସଓ୍ୱେଲ ମଧ୍ୟ ଭଲ ଫର୍ମରେ ଅଛନ୍ତି । ଏଥର ସିଜିନ୍ ଅଧିକ ରୋମାଞ୍ଚକର ହେବ ବୋଲି ସେ କହିଛନ୍ତି ।

ରନ୍ ମେସିନ୍ ଆହୁରି କହିଛନ୍ତି ଯେ, ଦଳ ଏବେ ସନ୍ତୁଳନ ରହିଛି । ଫାଫଙ୍କ ସହ ଖେଳ ଆରମ୍ଭ କରିବା ପାଇଁ ସେ ଅପେକ୍ଷା କରି ରହିଛନ୍ତି । ଅନ୍ୟ ସଦସ୍ୟମାନେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଥିବା ସେ ପ୍ରକାଶ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ