ଦେଶ ବିଦେଶ ମନୋରଞ୍ଜନ

ଆପଣଙ୍କୁ ମିଳିପାରେ କିଙ୍ଗ୍‌ ଖାନଙ୍କ ଘରେ ଗୋଟିଏ ରାତି କାଟିବାର ସୁଯୋଗ, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଶାହାରୁଖ ଖାନଙ୍କ ଘରେ ଗୋଟାଏ ଦିନ ରହିବାର ସୁଯୋଗ ମିଳିବ ତେବେ ଆପଣ କ’ଣ କରିବେ? ବଲିଉଡ୍‌ କିଙ୍ଗ୍‌ ଶାହାରୁୁଖ ଓ ତାଙ୍କ ପତ୍ନୀ ଗୌରୀ ଖାନ ସେମାନଙ୍କ ଦିଲ୍ଲୀ ଘରେ ରହିବା ପାଇଁ ଏପରି ସୁଯୋଗଟିଏ ସୃଷ୍ଟି କରିଛନ୍ତି। ଆପଣ ଭାବୁଥିବେ ଶାହାରୁଖଙ୍କ ଘରେ କିପରି ରହିବେ? ମାତ୍ର ଗୋଟିଏ ଛୋଟିଆ ପ୍ରତିଯୋଗିତା ଜିତିଗଲେ ଆପଣ କିଙ୍ଗ୍‌ ଖାନଙ୍କ ଘରେ ରାତିଟିଏ ରହିପାରିବେ।

ନିକଟରେ ବଲିଉଡର ପ୍ରଭାବଶାଳୀ ଦମ୍ପତି ଶାହାରୁଖ ଓ ଗୌରୀ ଛୁଟି କାଟିବା ପାଇଁ ରହଣି ବ୍ୟବସ୍ଥା ଯୋଗାଉଥିବା କମ୍ପାନି ଏୟାର୍‌ବିଏନ୍‌ବି ସହ ମିଶି ନିଜ ଦିଲ୍ଲୀ ଘରେ ରହିବାକୁ ଲୋକଙ୍କୁ ସ୍ବାଗତ କରିଛନ୍ତି।

ଶାହାରୁଖଙ୍କ ଘରେ ରହିବାକୁ ଏକ ପ୍ରତିଯୋଗିତା ଜିତିବାକୁ ହେବ। ପ୍ରତିଯୋଗିତା ଜିତିବା ପରେ ଗୋଟାଏ ରାତି ତାଙ୍କ ଦକ୍ଷିଣ ଦିଲ୍ଲୀସ୍ଥିତ ବାସଭବନରେ ରହିବାର ସୁଯୋଗ ମିଳିବ। ୨୦୨୧ ଫେବ୍ରୁଆରି ୧୩ ତାରିଖରେ ପ୍ରତିଯୋଗିତା ଜିତିଥିବା ବିଜେତାଙ୍କୁ ରହିବାର ଏହି ସୁଯୋଗ ମିଳିବ ବୋଲି ସୂଚନା ରହିଛି।

ପ୍ରତିଯୋଗୀମାନଙ୍କୁ ଶାହାରୁଖଙ୍କ ସିଗ୍‌ନେଚର୍‌ ‘ହାତ ଖୋଲା ପୋଜ୍‌’କୁ ସଠିକ ଭାବରେ ୧୦୦ ଶବ୍ଦରେ ବାଖ୍ୟା କରିବାକୁ ହେବ। ଯେଉଁ ପ୍ରତିଯୋଗୀ ସବୁଠାରୁ ଭଲ ବାଖ୍ୟା କରିଥିବେ ସେ ହେବେ ପ୍ରତିଯୋଗିତାର ବିଜୟୀ। ତାଙ୍କୁ ମିଳିବ ଶାହାରୁଖଙ୍କ ଘରେ ରହିବାର ସୁଯୋଗ। ତେବେ ‌ଶାହାରୁଖ ଏହି ପ୍ରତିଯୋଗିତାର ପୂରା ନିୟମ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଉଲ୍ଲେଖ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ