ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ବ ଥାଲାସେମିଆ ଦିବସ: ରାଜ୍ୟରେ ୭ହଜାର ୫ଶହ ଥାଲାସେମି୍ଆ ରୋଗୀ, ଏସ୍‌ସିବିରେ ୧୫ଶହ

କଟକ : ସାରା ବିଶ୍ବରେ ଥାଲାସେମିଆ ରୋଗ ଏବେ ଚିନ୍ତାଜନକ ସ୍ଥିତିରେ। ରାଜ୍ୟରେ ବିଭିନ୍ନ ହସ୍ପିଟାଲ୍‌ରେ ବର୍ତ୍ତମାନ ୭ହଜାର ୫୦୦ ଥାଲାସେମିଆ ରୋଗୀ ଚିକିତ୍ସିତ ହେଉଥିବା ବେଳେ କଟକ ବଡ଼ଡାକ୍ତରଖାନାରେ ୧୫ଶହ ରୋଗୀ ନିୟମିତ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ବାହାରିଥିବା ଚିକିତ୍ସା ପଦ୍ଧତିରେ ଥାଲାସେମିଆ ପ୍ରତି ରୋଗୀମାନେ ଆଉ ଭୟ କରିବାର ଆବଶ୍ୟକତା ନାହିଁ। ଯଦିଓ ଏହାର କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୋଇ ନାହିଁ ତଥାପି ନିୟମିତ ସମୟରେ ଡାକ୍ତରୀ ପରାମର୍ଶ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ଦ୍ବାରା ଥାଲାସେମିଆକୁ ନିୟନ୍ତ୍ରଣ କରାଯାଇପାରେ ବୋଲି ଥିବା ଏସ୍‌ସିବି ହେମାଟୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା କହିଛନ୍ତି। ସେ କହିଛନ୍ତି ଯେ, ଏଭଳି କରିବା ଦ୍ବାରା ରୋଗୀ ସଂପୂର୍ଣ୍ଣ ସୁସ୍ଥ ମଧ୍ୟ ହୋଇପାରିବ। ଏବେ ଜନ୍ମ ହେବାକୁ ଥିଲା ଶିଶୁ ଭବିଷ୍ୟତରେ ଥାଲାସେମିଆ ରୋଗ ଦ୍ବାରା ଆକ୍ରାନ୍ତ ହେବ ନା ନାହିଁ ସେ ସଂପର୍କରେ ଗର୍ଭାବସ୍ଥାରୁ ଚିହ୍ନଟ ‌କରିହେଉଛି। ଏସ୍‌ସିବିରେ ଗର୍ଭାବସ୍ଥାରେ ଭ୍ରୃଣରୁ ଥାଲାସେମିଆ ରୋଗ ଚିହ୍ନଟ ପାଇଁ ରହିଛି ଜେନେନେଟିକ୍ ଲାବୋରେଟୋରି ରହିଛି ବୋଲି ଡାକ୍ତର ଜେନା କହିଛନ୍ତି। ଏଥିସହ ଥାଲାସେମିଆ ରୋଗୀଙ୍କ ପାଇଁ ଅସ୍ଥିମଜ୍ଜା ପ୍ରତିରୋପଣ ୟୁନିଟ୍‌ରେ ଅସ୍ଥିମଜ୍ଜା ସଂପର୍କିତ ଚିକିତ୍ସା ଖୁବ୍‌ ଶୀଘ୍ର ଏସ୍‌ସିବି‌ରେ ଉପଲବ୍ଧ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

ଥାଲାସେମିଆ ଗ୍ରୀକ୍ ଶବ୍ଦ ‘ଥାଲାସାରୁ ଆସିଛି । ଏହି ରୋଗ ଏକ ‘ଜିନ୍ବାହିତ। ସାଧାରଣତଃ ଏହା ଏକ ରକ୍ତ ଅନିୟମିତା ଯୋଗୁଁ ଦେହରେ ପ୍ରବାହିତ ହେଉଥିବା ଲାଲ୍ ରକ୍ତ କଣିକା ସୃଷ୍ଟି କରିବାରେ ଅସମର୍ଥ ହୋଇଥାଏ। ଏବଂ ଲାଲ୍ କଣିକାଗୁଡିକ ନଷ୍ଟ ମଧ୍ୟ ହୋଇଯାଇଥାଏ। ଥାଲାସେମିଆ ରୋଗୀ ପ୍ରଥମେ କ୍ଲାନ୍ତ ଅନୁଭବ କରେ ଓ ଧୀରେ ଧୀରେ ରୋଗୀର ଶାରୀରିକ ବିକାଶ କମ୍ ହୋଇଯାଏ। ଏପରିକି ବିକଳାଙ୍ଗ ଅବସ୍ଥା ମଧ୍ୟ ହୋଇଯାଇଥାଏ। ତେଣୁ ରୋଗୀ ଦେହରେ ପ୍ରତ୍ୟେକ ୨-୩ ସପ୍ତାହରେ ଥରେ ନୂତନ ରକ୍ତ ପ୍ରବେଶ କରାଇବାକୁ ହୋଇଥାଏ। ଥାଲାସେମିଆ ରୋଗର ଶିକାର ହୋଇ ଥିବା ପିତାମାତାଙ୍କ ପ୍ରତି ୫ଟି ସନ୍ତାନରେ ଜଣେ ଏହି ରୋଗ ସଂକ୍ରମିତ ହେବାର ସମ୍ଭବନା ରହିଥାଏ। ଏହି ରୋଗ ପ୍ରତିକାରର ମାଧ୍ୟମ ହେଉଛି ଅସ୍ଥିମଜ୍ଜା ପ୍ରତିରୋପଣ।

ଓଡ଼ିଶା ହେଉଛି ଭାରତରେ ପ୍ରଥମ ରାଜ୍ୟ ଯେଉଁଠି ମାଗଣାରେ ଥାଲାସେମିଆ ରୋଗୀଙ୍କ ଦେହରେ ଥିବା ଅତ୍ୟଧିକ ଲୌହଅଂଶ ବାହାର କରିବା ପାଇଁ ଦାମୀ ଔଷଧ ଯୋଗାଇ ଦିଆଯାଇଥିଲା। ଏସ୍‌ସିବିରେ ମଧ୍ୟ ଗର୍ଭାବସ୍ଥାରେ ଭ୍ରୃଣରୁ ଥାଲାସେମିଆ ରୋଗ ଚିହ୍ନଟ ପାଇଁ ରହିଛି ଜେନେନେଟିକ୍ ଲାବୋରେଟୋରି। ଫଳରେ ଗର୍ଭାବସ୍ଥାରୁ ବି ଶିଶୁ ଥାଲାସେମିଆ ରୋଗରେ ଆକ୍ରାନ୍ତ ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ। ଥାଲାସେମିଆ ରୋଗ ନିରୂପଣଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଏସ୍‌ସିବିରେ ମାଗଣାରେ ଉପଲବ୍ଧ ବୋଲି ପ୍ରଫେସର ଡାକ୍ତର ଜେନା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ଓ ନିୟମିତ ରକ୍ତର ଆବଶ୍ୟକତା ପଡୁଛି ସେମାନଙ୍କ ଚିକିତ୍ସା, ଯାତାୟତ ଖର୍ଚ୍ଚ ପାଇଁ ସରକାରଙ୍କ ପକ୍ଷରୁ ମାସକୁ ୫ଶହ ଟଙ୍କାର ପ୍ରତ୍ସୋହନ ରାଶି ପ୍ରଦାନ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।