ଦେଶ ବିଦେଶ ମନୋରଞ୍ଜନ

ଅମିତାଭଙ୍କୁ ନିର୍ଦ୍ଦେଶନା ଦେବେ ଅଜୟ

କରୋନା ଯୋଗୁଁ ଏବେ ସବୁ ସିନେମା ହଲ୍‌ରେ ତାଲା ଝୁଲୁଥିବା ବେଳେ ବଲିଉଡ୍ କିନ୍ତୁ ତା’ର ପ୍ରସ୍ତୁତି ଜାରି ରଖିଛି। ଆସନ୍ତା ବର୍ଷ ନିଜ ଦର୍ଶକଙ୍କୁ ଭିନ୍ନ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ପରଷି ଦେବାକୁ ଯୋଜନା ଚାଲିଛି। ଏନେଇ ଅନେକ ମେଗା ବଜେଟ ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ବେଳେ ଆଉ କିଛି ଘୋଷଣା ହେଉଛି। ଏହି ଅବସରରେ ଏବେ ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ଚଳଚ୍ଚିତ୍ରର ନାମ ଘୋଷଣା ହେଉଛି। ଏଥିରେ ବିଗ୍‌-ବି’ଙ୍କୁ ନିର୍ଦ୍ଦେଶନା ଦେବେ ବଲିଉଡ୍‌ ସିଂଘମ୍‌ ଅଜୟ ଦେବଗନ୍‌।

ଆଜ୍ଞା ହଁ! ଏହି ଚଳଚ୍ଚିତ୍ର ଜରିଆରେ ପ୍ରଥମଥର ପାଇଁ ଅଜୟ ନିର୍ଦ୍ଦେଶକର ଚୌକି ସମ୍ଭାଳିବେ। ଏଥିସହ ପ୍ରଥମଥରରେ ହିଁ ବିଗ୍‌-ବି’ଙ୍କୁ ନିର୍ଦ୍ଦେଶନା ଦେବେ। ଚଳଚ୍ଚିତ୍ରଟିର ନାମ ‘ମେ ଡେ’ ରହିଛି। ଏଥିରେ ଅଜୟ ନିର୍ଦ୍ଦେଶନା ଦେବା ସହ ଏକ ପାଇଲଟ୍‌ ଚରିତ୍ରରେ ଅବତୀର୍ଣ୍ଣ ହେବେ। ଏଯାଏ ପୂରା ଷ୍ଟାର୍‌କାଷ୍ଟ ବିଷୟରେ ଘୋଷଣା ହୋଇ ନଥିଲେ ବି ଡିସେମ୍ବରରୁ ଏହାର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ