ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଧର୍ମଶାଳା: ଜାରକାସ୍ଥିତ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଜି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି। ଠକେଇର ଶିକାର ହୋଇଥିବା ଏଣ୍ତଳବା ପଞ୍ଚାୟତର ୧୫ଟି ସ୍ବୟଂସହାୟକ ଗୋଷ୍ଠୀର ଶତାଧିକ ମହିଳା ଆଜି ଘେରାଉ କରିଥିଲେ। ବ୍ୟାଙ୍କ୍ ମିତ୍ର ଠକି ନେଇଥିବା ସେମାନଙ୍କ ଋଣ ଅର୍ଥ ପୈଠ କରିବା ପାଇଁ ଦାବି କରିଥିଲେ। ଏହାକୁ ନେଇ ଜିଲ୍ଲାପାଳ ଓ ମହିଳାମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଦୋଷୀ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଘଟଣାର ତଦନ୍ତ ଚାଲିଛି। ଯେଉଁମାନଙ୍କ ପାଖରେ ଟଙ୍କା ଦେଇଥିବାର ରସିଦ୍ ଥିବ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ମାତ୍ର ସେମାନଙ୍କୁ ସଂପୃକ୍ତା ବ୍ୟାଙ୍କ୍ ମିତ୍ର ରସିଦ୍ ଦେଇନଥିବା ମହିଳାମାନେ କହିଥିଲେ।
ଏସ୍ପି ବିନିତ୍ ଅଗ୍ରୱାଲଙ୍କ ସମେତ ଉପସ୍ଥିତ ପୁଲିସ୍ ଅଧିକାରୀ ଉତ୍ତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରିବା ସହିତ ଅଟକାଇଥିଲେ। ପରେ ଟଙ୍କା ଫେରିପାଇବା ପାଇଁ ମହିଳାମାନେ ଅଭିଯୋଗ ଦାଖଲ କରିଥିଲେ। ଜିଲ୍ଲାପାଳ ଘଣ୍ଟାଏ ଶିବିରରେ ଉପସ୍ଥିତ ରହି ମୋଟ ୪୧୩ଟି ଅଭିଯୋଗର ଶୁଣାଣି କରିଥିଲେ। ସେଥିମଧ୍ୟରୁ ୪୦୮ ବ୍ୟକ୍ତିଗତ ଓ ୫ଟି ସମୂହ ଅଭିଯୋଗ ହୋଇଥିଲା। ତତ୍କାଳ ୨୫ଟି ଅଭିଯୋଗର ସମାଧାନ କରାଯାଇଥିଲା। ଜିଲ୍ଲା ରେଡକ୍ରସ୍ରୁ ୯ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୧ଜଣଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଶିବିରରେ କେତେକ ସେମାନଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ କରଥିଲେ। ପ୍ରଶାସନ ପକ୍ଷରୁ ଶିବିର ହେବାନେଇ ଆବଶ୍ୟକ ପ୍ରଚାରପ୍ରସାର କିମ୍ବା ଆଗୁଆ ସୂଚନା ଦିଆଯାଉନଥିବାରୁ ଜନସାଧାରଣ ଏ ସଂପର୍କରେ ଜାଣିପାରୁନାହାନ୍ତି। ଏହାକୁ ନେଇ ଶିବିରସ୍ଥଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା