ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ କମିଛି, ହେଲେ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ପଡ଼ୁଥିବା ପରିଲକ୍ଷିତ ହୋଇଛି। କୁହୁଡ଼ି ହେତୁ ଗତକାଲି ରାତି ଓ ଭୋର ସମୟରେ ଦୃଶ୍ୟମାନ ଦୂରତା ନୟାଗଡ଼ରେ ୩୦ ମିଟର, ଗୋପାଳପୁରରେ ୫୦ ମିଟର, ଖୋର୍ଦ୍ଧାରେ ୫୦ ମିଟର, କଟକରେ ୧୦୦ ମିଟର, ଫୁଲବାଣୀରେ ୧୦୦ ମିଟର, ଅନୁଗୁଳରେ ୨୦୦ ମିଟର, କୋରାପୁଟରେ ୨୦୦ ମିଟର, ବାରିପଦାରେ ୩୦୦ ମିଟର, ପାରାଦୀପରେ ୫୦୦ ମିଟର, ଭବାନୀପାଟଣାରେ ୫୦୦ ମିଟର, ସମ୍ବଲପୁରରେ ୮୦୦ ମିଟର, ହୀରାକୁଦରେ ୯୦୦ ମିଟର ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଗତକାଲି, କଟକ, ପାରାଦୀପ, ଖୋର୍ଦ୍ଧା ୫୦ ମିଟର ଥିବା ବେଳେ ନୟାଗଡ଼ରେ ୩୦ ମିଟର, ସେପଟେ ଚାନ୍ଦବାଲିରେ ଦୃଶ୍ୟମାନ ଦୂରତା ୧୦୦ ମିଟର ଥିଲା। ଜଗତସିଂହପୁର, କେନ୍ଦ୍ରାପଡା ୧୦୦ ମିଟର ଥିବା ବେଳେ ଢେଙ୍କାନାଳରେ ୧୫୦ ମିଟର ଥିଲା।
ଏଣେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ଘନ କୁହୁଡ଼ି ଅନୁଭୂତ ହେଉଥିବାରୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ବର୍ଷା ପରେ ପାଣିପାଗରେ ସାମାନ୍ୟ ପରିଵର୍ତନ ହୋଇପାରେ। ଗୁରୁଚାପ ପ୍ରଭାବରେ ଘନ କୁହୁଡ଼ି ଦେଖାଦେବ, ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରି ବୃଦ୍ଧି ପାଇବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l