ନୂଆଦିଲ୍ଳୀ ୨୯।୦୬: ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୀନାଙ୍କ ସ୍ୱାମୀ ବିଦ୍ୟାସାଗରଙ୍କ ପରଲୋକ। ସୋମବାର ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ତାଙ୍କର ଫୁସ୍ଫୁସ୍ ଅନେକ ସଂକ୍ରମଣ ହୋଇଥିଲା। ଏହାକୁ ନେଇ ଗତ କିଛି ମାସ ଧରି ଚିକିତ୍ସା ଚାଲିଥିଲା। ମୃତ୍ୟୁ ବେଳକୁ ବିଦ୍ୟାସାଗରଙ୍କ ପ୍ରାୟତଃ ବୟସ ୪୮ ବର୍ଷ ହୋଇଥିଲା । ମୀନାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସରତ କୁମାର ଟ୍ୱିଟରରେ ସେୟାର କରିଛନ୍ତି।
ବିଦ୍ୟାସାଗର ବାଙ୍ଗାଲୋରର ଜଣେ ବ୍ୟବସାୟୀ ଥିଲେ। ଦୁହେଁ ୨୦୦୯ ରେ ବିବାହ କରିଥିଲେ। ସେମାନଙ୍କର ନୟନିକା ନାମକ ଏକ ଝିଅ ଅଛି। ମୀନା ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସାଉଥ ସିନେମାର ପ୍ରାୟ ସମସ୍ତ ବଡ କଳାକାରଙ୍କ ସହ କାମ କରିଛନ୍ତି । ସରତ ଟ୍ୱିଟରରେ ସମବେଦନା ଜଣାଇ ଲେଖିଛନ୍ତି, ଅଭିନେତ୍ରୀ ମୀନାଙ୍କ ସ୍ୱାମୀ ବିଦ୍ୟାସାଗରଙ୍କ ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।
ଅଭିନେତା ଭେଙ୍କଟେଶ ମଧ୍ୟ ମୀନାଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି। ସେ ଟ୍ୱିଟରରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭେଙ୍କଟେଶ ଲେଖିଛନ୍ତି, ବିଦ୍ୟାସାଗର ମୃତ୍ୟୁ ଖବେ ଶୁଣି ଅତ୍ୟନ୍ତ ଦୁଃଖିତ। ମୀନା ଏବଂ ତାଙ୍କ ପରିବାର ପ୍ରତି ହୃଦୟରୁ ସମବେଦନା ।

