ରାଜ୍ୟ ସ୍ପେଶାଲ ରିପୋର୍ଟ

ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ: ଥାନା ଓଏପିଏଫ୍‌ଙ୍କୁ ସାଇଣ୍ଟିଫିକ୍ ଅଫିସର ଦାୟିତ୍ବ

କଟକ : ଚୋର, ଲୁଟେରାଙ୍କୁ ସହଜରେ ଧରିବା ଏବଂ ଅଦାଲତରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୁଲିସ ନୂଆ କୌଶଳ ଗ୍ରହଣ କରିବାକୁ ଯାଉଛି। ଏକ୍ଷେତ୍ରରେ ଫରେନସିକ୍ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି। ତେବେ ଅନେକ ସମୟରେ ଦୁର୍ବଳତା ଯୋଗୁଁ ଅପରାଧୀ ଧରା ପଡୁ ନଥିବା ବେଳେ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ପାରୁ ନାହାନ୍ତି। ପ୍ରତ୍ୟେକ ମାମଲାରେ ଜିଲ୍ଲା ଫରେନସିକ୍ ସାଇନ୍ସ ଲାବୋରେଟୋରିର ଅଫିସର ପହଞ୍ଚି ଅପରାଧୀଙ୍କ ଆଙ୍ଗୁଠି ଛାପ, ପାଦ ଛାପ ସମେତ ଅନ୍ୟାନ୍ୟ ନମୁନା ସଂଗ୍ରହ କରିବା ସମ୍ଭବପର ହୁଏନାହିଁ। କେବଳ ବଡ଼ ଧରଣର ଡକାୟତି ମାମଲା କିମ୍ବା ହତ୍ୟାକାଣ୍ଡରେ ସାଇଣ୍ଟିଫିକ୍ ଅଫିସର(ଏସଓ) ଘଟଣା ସ୍ଥଳକୁ ଆସି ନମୁନା ସଂଗ୍ରହ ଓ ପ୍ୟାକିଂ କରି ଲାବୋରେଟୋରିକୁ ପଠାଇଥାନ୍ତି। ଏଣିକି ପ୍ରତ୍ୟେକ ସମ୍ପତ୍ତି ଜନିତ ଅପରାଧିକ ମାମଲାରେ କଟକ କମିସନରେଟ୍ ପୁଲିସରେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ଜଣେ ଲେଖାଏ ଓଏପିଏଫ୍(ଓଡ଼ିଶା ଅକଜୁଲାରି ପୁଲିସ ଫୋର୍ସ)ଙ୍କୁ ପ୍ରତ୍ୟେକ ଥାନାରେ ସ୍ବତନ୍ତ୍ର ଭାବେ ଫରେନସିକ ଅଫିସର ଦାୟିତ୍ବ ଦିଆଯାଇଛି। ଫରେନସିକ୍ ଅଫିସରଙ୍କ ଭଳି ଏମାନେ ବି ନମୁନା ସଂଗ୍ରହ, ଜବତ ଓ ଯାଞ୍ଚ ପାଇଁ ଲାବୋରେଟୋରିକୁ ପଠାଇବା କ୍ଷେତ୍ରରେ ସହଯୋଗ କରିବେ।

ସିନ୍ଧି ଚୋରି, ଚୋରି, ଠକେଇ, ଛିନତାଇ ଭଳି ଅପରାଧ ମାମଲା ସଂଖ୍ୟା ବଢ଼ିବା ପୁଲିସ ପାଇଁ ସବୁଠାରୁ ଅଧିକ ଚିନ୍ତାଜନକ ହୋଇଥିବାରୁ ଏଭଳି ନି​ଷ୍ପତ୍ତି ନିଆଯାଇଛି। ତଥ୍ୟ ଅନୁଯାୟୀ କଟକ ସହରରେ ଲୁଟ୍, ଚୋରି ଭଳି ଅପରାଧ ବର୍ଷକୁ ହାରାହାରି ଭାବେ ୧ ହଜାରରୁ ଅଧିକ ଘଟୁଛି। ୨୦୨୧ରେ ଏଭଳି ୯୧୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୧୧ଶହ ୭୧, ୨୦୧୯ରେ ୧ ହଜାର ୩୪, ୨୦୧୮ରେ ୯୮୮, ୨୦୧୭ରେ ୯୨୨ଟି ମାମଲା ରୁଜୁ ହୋଇଛି। ଗଲା ୫ ବର୍ଷ ଭିତରେ ଏଭଳି ଅପରାଧ ମାମଲା ସଂଖ୍ୟା ରହିଛି ୫ ହଜାର ୨୬। ଥାନା ସ୍ତରରେ ନିଯୁକ୍ତ ଜଣେ ଲେଖାଏ ଓଏପିଏଫ୍ କର୍ମଚାରୀଙ୍କୁ ଇତିମଧ୍ୟରେ ତାଲିମ ଦିଆଯାଇଛି। ସେମାନଙ୍କୁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବୋରଟୋରିର ଏସଓଙ୍କ ଦ୍ବାରା ଦୁଇ ମାସିଆ ତାଲିମ ପ୍ରଦାନ କରାଯାଇଛି। ଏହାବାଦ୍ ପ୍ରତି ବର୍ଷ ଜିଲ୍ଲା ସ୍ତରରେ ଜିଲ୍ଲା ଫରେନସିକ୍ ସାଇନ୍ସ ଲାବୋରେଟୋରିର ଏସଓଙ୍କ ଦ୍ବାରା ମଧ୍ୟ ତାଲିମ ଦେବାକୁ ନିଷ୍ପତ୍ତି ହୋଇଛି।

ମୁଖ୍ୟତଃ ଚୋରି, ଲୁଟ୍ ଜନିତ ଅପରାଧୀକ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ସହିତ ଥାନାରେ ଥିବା ଏହି ଓଏପିଏଫ୍ କର୍ମଚାରୀ ପହଞ୍ଚି ଅଲଟ୍ରା ଭାଓଲେଟ୍ ଲାଇଟ୍ ବ୍ୟବହାର କରି ଆଙ୍ଗୁଠି ଛାପ, ପାଦ ଛାପ ଇଦ୍ୟାଦି ସଂଗ୍ରହ କରିବେ। ଏଗୁଡ଼ିକ କିଭଳି ଠିକ ଢଙ୍ଗରେ ସଂଗ୍ରହ କରାଯାଇ ପ୍ୟାକିଂ କରି ଲାବୋରେଟୋରିକୁ ପଠାଯିବ, ସେ ଦିଗରେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବେ। ଏହି ନମୁନା ଲାବୋରେଟୋରିକୁ ପଠାଇ ଏହାକୁ ଅନ୍ୟ ଅପରାଧୀଙ୍କ ଆଙ୍ଗୁଠି ଓ ପାଦ ନମୁନା ସହିତ ମେଳ କରାଯିବ। ଏହାଫଳରେ ପେସାଦାର ଦୁର୍ବୃତ୍ତଙ୍କୁ ତୁରନ୍ତ ଠାବ କରିବା କ୍ଷେତ୍ରରେ ତଦନ୍ତକାରୀ ଅଧିକାରୀଙ୍କୁ ସହଜ ହୋଇପାରିବ। ଏଥିପାଇଁ ପ୍ରତ୍ୟେକ ଓଏପିଏଫ୍ କର୍ମଚାରୀଙ୍କୁ ଲାବୋରେଟୋରି ପକ୍ଷରୁ ଏକ କିଟ୍ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।