Subscribe to Updates

    Get the latest creative news from FooBar about art, design and business.

    What's Hot

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023
    Facebook X (Twitter) Instagram
    Trending
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ: ଥାନା ଓଏପିଏଫ୍‌ଙ୍କୁ ସାଇଣ୍ଟିଫିକ୍ ଅଫିସର ଦାୟିତ୍ବ
    ରାଜ୍ୟ

    ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ: ଥାନା ଓଏପିଏଫ୍‌ଙ୍କୁ ସାଇଣ୍ଟିଫିକ୍ ଅଫିସର ଦାୟିତ୍ବ

    NewsLaxmi7By NewsLaxmi7July 21, 2023Updated:July 21, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କଟକ : ଚୋର, ଲୁଟେରାଙ୍କୁ ସହଜରେ ଧରିବା ଏବଂ ଅଦାଲତରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୁଲିସ ନୂଆ କୌଶଳ ଗ୍ରହଣ କରିବାକୁ ଯାଉଛି। ଏକ୍ଷେତ୍ରରେ ଫରେନସିକ୍ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି। ତେବେ ଅନେକ ସମୟରେ ଦୁର୍ବଳତା ଯୋଗୁଁ ଅପରାଧୀ ଧରା ପଡୁ ନଥିବା ବେଳେ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ପାରୁ ନାହାନ୍ତି। ପ୍ରତ୍ୟେକ ମାମଲାରେ ଜିଲ୍ଲା ଫରେନସିକ୍ ସାଇନ୍ସ ଲାବୋରେଟୋରିର ଅଫିସର ପହଞ୍ଚି ଅପରାଧୀଙ୍କ ଆଙ୍ଗୁଠି ଛାପ, ପାଦ ଛାପ ସମେତ ଅନ୍ୟାନ୍ୟ ନମୁନା ସଂଗ୍ରହ କରିବା ସମ୍ଭବପର ହୁଏନାହିଁ। କେବଳ ବଡ଼ ଧରଣର ଡକାୟତି ମାମଲା କିମ୍ବା ହତ୍ୟାକାଣ୍ଡରେ ସାଇଣ୍ଟିଫିକ୍ ଅଫିସର(ଏସଓ) ଘଟଣା ସ୍ଥଳକୁ ଆସି ନମୁନା ସଂଗ୍ରହ ଓ ପ୍ୟାକିଂ କରି ଲାବୋରେଟୋରିକୁ ପଠାଇଥାନ୍ତି। ଏଣିକି ପ୍ରତ୍ୟେକ ସମ୍ପତ୍ତି ଜନିତ ଅପରାଧିକ ମାମଲାରେ କଟକ କମିସନରେଟ୍ ପୁଲିସରେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ଜଣେ ଲେଖାଏ ଓଏପିଏଫ୍(ଓଡ଼ିଶା ଅକଜୁଲାରି ପୁଲିସ ଫୋର୍ସ)ଙ୍କୁ ପ୍ରତ୍ୟେକ ଥାନାରେ ସ୍ବତନ୍ତ୍ର ଭାବେ ଫରେନସିକ ଅଫିସର ଦାୟିତ୍ବ ଦିଆଯାଇଛି। ଫରେନସିକ୍ ଅଫିସରଙ୍କ ଭଳି ଏମାନେ ବି ନମୁନା ସଂଗ୍ରହ, ଜବତ ଓ ଯାଞ୍ଚ ପାଇଁ ଲାବୋରେଟୋରିକୁ ପଠାଇବା କ୍ଷେତ୍ରରେ ସହଯୋଗ କରିବେ।

    ସିନ୍ଧି ଚୋରି, ଚୋରି, ଠକେଇ, ଛିନତାଇ ଭଳି ଅପରାଧ ମାମଲା ସଂଖ୍ୟା ବଢ଼ିବା ପୁଲିସ ପାଇଁ ସବୁଠାରୁ ଅଧିକ ଚିନ୍ତାଜନକ ହୋଇଥିବାରୁ ଏଭଳି ନି​ଷ୍ପତ୍ତି ନିଆଯାଇଛି। ତଥ୍ୟ ଅନୁଯାୟୀ କଟକ ସହରରେ ଲୁଟ୍, ଚୋରି ଭଳି ଅପରାଧ ବର୍ଷକୁ ହାରାହାରି ଭାବେ ୧ ହଜାରରୁ ଅଧିକ ଘଟୁଛି। ୨୦୨୧ରେ ଏଭଳି ୯୧୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୧୧ଶହ ୭୧, ୨୦୧୯ରେ ୧ ହଜାର ୩୪, ୨୦୧୮ରେ ୯୮୮, ୨୦୧୭ରେ ୯୨୨ଟି ମାମଲା ରୁଜୁ ହୋଇଛି। ଗଲା ୫ ବର୍ଷ ଭିତରେ ଏଭଳି ଅପରାଧ ମାମଲା ସଂଖ୍ୟା ରହିଛି ୫ ହଜାର ୨୬। ଥାନା ସ୍ତରରେ ନିଯୁକ୍ତ ଜଣେ ଲେଖାଏ ଓଏପିଏଫ୍ କର୍ମଚାରୀଙ୍କୁ ଇତିମଧ୍ୟରେ ତାଲିମ ଦିଆଯାଇଛି। ସେମାନଙ୍କୁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବୋରଟୋରିର ଏସଓଙ୍କ ଦ୍ବାରା ଦୁଇ ମାସିଆ ତାଲିମ ପ୍ରଦାନ କରାଯାଇଛି। ଏହାବାଦ୍ ପ୍ରତି ବର୍ଷ ଜିଲ୍ଲା ସ୍ତରରେ ଜିଲ୍ଲା ଫରେନସିକ୍ ସାଇନ୍ସ ଲାବୋରେଟୋରିର ଏସଓଙ୍କ ଦ୍ବାରା ମଧ୍ୟ ତାଲିମ ଦେବାକୁ ନିଷ୍ପତ୍ତି ହୋଇଛି।

    ମୁଖ୍ୟତଃ ଚୋରି, ଲୁଟ୍ ଜନିତ ଅପରାଧୀକ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ସହିତ ଥାନାରେ ଥିବା ଏହି ଓଏପିଏଫ୍ କର୍ମଚାରୀ ପହଞ୍ଚି ଅଲଟ୍ରା ଭାଓଲେଟ୍ ଲାଇଟ୍ ବ୍ୟବହାର କରି ଆଙ୍ଗୁଠି ଛାପ, ପାଦ ଛାପ ଇଦ୍ୟାଦି ସଂଗ୍ରହ କରିବେ। ଏଗୁଡ଼ିକ କିଭଳି ଠିକ ଢଙ୍ଗରେ ସଂଗ୍ରହ କରାଯାଇ ପ୍ୟାକିଂ କରି ଲାବୋରେଟୋରିକୁ ପଠାଯିବ, ସେ ଦିଗରେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବେ। ଏହି ନମୁନା ଲାବୋରେଟୋରିକୁ ପଠାଇ ଏହାକୁ ଅନ୍ୟ ଅପରାଧୀଙ୍କ ଆଙ୍ଗୁଠି ଓ ପାଦ ନମୁନା ସହିତ ମେଳ କରାଯିବ। ଏହାଫଳରେ ପେସାଦାର ଦୁର୍ବୃତ୍ତଙ୍କୁ ତୁରନ୍ତ ଠାବ କରିବା କ୍ଷେତ୍ରରେ ତଦନ୍ତକାରୀ ଅଧିକାରୀଙ୍କୁ ସହଜ ହୋଇପାରିବ। ଏଥିପାଇଁ ପ୍ରତ୍ୟେକ ଓଏପିଏଫ୍ କର୍ମଚାରୀଙ୍କୁ ଲାବୋରେଟୋରି ପକ୍ଷରୁ ଏକ କିଟ୍ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

    Share. Facebook Twitter LinkedIn WhatsApp Email
    Previous Articleଲୋକପ୍ରିୟ ସହର ସହ ଯୋଡ଼ି ହେବ ଉପକଣ୍ଠ ଷ୍ଟେସନ ନାମ
    Next Article ଧାମନଗର ବିଧାନସଭା: ନୂଆମୁହଁକୁ ନେଇ ଚର୍ଚ୍ଚା, ବିଜେଡିରୁ ଏକାଧିକ ଆଶାୟୀ
    NewsLaxmi7
    • Website

    Related Posts

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ନୂଆଦିଲ୍ଲୀ/ଭୁବନେଶ୍ୱର: ଦିବ୍ୟାଙ୍ଗ ପିଲାମାନଙ୍କ ପ୍ରତିଭା କାହାଠାରୁ କୌଣସି ଗୁଣରେ କମ୍ ନୁହେଁ। ସେମାନେ ଯାଦୁଗର ଭଳି ଅସମ୍ଭବ କଥାକୁ ସମ୍ଭବ…

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଉଜ୍‌ବେକିସ୍ତାନରେ ଏହି ୨ଟି ଭାରତୀୟ ‘କାଶ ସିରପ୍‌’ ବ୍ୟବହାର ନ କରିବାକୁ ‘ହୁ’ର ପରାମର୍ଶ

    January 12, 2023

    ସତର୍କ କରାଇଲେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ : ଆସନ୍ତାବର୍ଷ ଭୟଙ୍କର ଦୁର୍ଭିକ୍ଷ!

    November 16, 2020

    ଗାଁରେ ପଶିଲା ଦନ୍ତାହାତୀ, ଭୟଭୀତ ଗାଁଲୋକ

    June 1, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.