ରାଜନୀତି ରାଜ୍ୟ

ଅଧିବେଶନର ପ୍ରଥମ ଦିନରେ ଭାବବିହ୍ୱଳ ହେଲେ ଧାମନଗର ବିଧାୟକ, କହିଲେ ମୁଁ ଗର୍ବୀତ

ଭୁବନେଶ୍ୱର ୨୪/୧୧: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳିନ ଅଧିବେଶନ । ଧାମନଗର ଉପନିର୍ବାଚନରେ ବିଜୟ ପରେ ଆଜି ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ । ତେବେ ପ୍ରଥମ ଦିନରେ ଟିକିଏ ଭାବବିହ୍ୱଳ ହୋଇପଡିଥିଲେ ସୂରଜ । ସେ କହିଥିଲେ ପ୍ରଥମ ଦିନ ହୋଇଥିବାରୁ ଏହା ମୋ ପାଇଁ ସ୍ମରଣୀୟ ଦିନ ।

ଦିବଙ୍ଗତ ସଦସ୍ୟଙ୍କୁ ଗୃହରେ ଶୋକ ପ୍ରସ୍ତାବ ଆଗତ ହେଉଥିବା ବେଳେ ତନ୍ମ ମଧ୍ୟରେ ମୋ ପିତା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କୁ ମଧ୍ୟ ଶ୍ରଧାଞ୍ଜଳୀ ଜ୍ଞାପନ ମୋ ପାଇଁ ଚିର ସ୍ମରଣୀୟ । ମୁଁ ଆଜି ଗୃହରେ ଭାଗ ନେଇ ଗର୍ବିତ । ମୁଁ ମଧ୍ୟ ଅନେକ ପ୍ରଶ୍ନ ରଖିଛି ଗୃହରେ । କିନ୍ତୁ ତା ମଧ୍ୟରୁ ଅନ୍ୟତମ ପ୍ରଶ୍ନ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅନେକ ନିର୍ବାଚନ ମଣ୍ଡଳୀକୁ ମୋର ବୋଲି କହୁଛନ୍ତି ,କିନ୍ତୁ ତାହାର କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରୁଥିଲି କିନ୍ତୁ ଉତ୍ତର ମିଳିଲା ନାହିଁ । ସମୟ ପରିବର୍ତ୍ତନ କରି ଉତ୍ତର ଦେବା ନିମନ୍ତେ ୨୮ ତାରିଖକୁ ରଖିଛନ୍ତି । ମୁଁ ଉତ୍ତରକୁ ରାଜ୍ୟବାସୀଙ୍କ ତରଫରୁ ଅପେକ୍ଷା କରିଛି । ବାପାଙ୍କ ସ୍ଥାନ ମୁ ପୁରଣ କରିପାରିବିନି ସତ କିନ୍ତୁ ଚେଷ୍ଟା କରିବି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର