ରାଜ୍ୟ

୯୫ର ରାଜ୍‌: ସୁସ୍ଥ ଜୀବନ ପଛରେ ନିର୍ଭେଜାଲ ଖାଦ୍ୟପେୟ

ଧଣ୍ଡାମୁଣ୍ଡା, : ଚର୍ମ ରୁକ୍ଷ, ଶରୀର କ୍ଲାନ୍ତ। କିନ୍ତୁ ମନ ପୂର୍ବବତ୍‌ ଚଳଚଞ୍ଚଳ। ବୟସ ସତେ ଯେମିତି ତାଙ୍କ ପାଇଁ କେବଳ ସଂଖ୍ୟା ମାତ୍ର। ୯୫ ବର୍ଷ ବୟସରେ ସକ୍ରିୟ ଥିବା ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗାଁର ଦୈତ୍ୟାରି ପଟେଲ।

ଶ୍ରୀ ପଟେଲ ପେସାରେ ସେ ଜଣେ ଚାଷୀ ଥିଲେ ମଧ୍ୟ ଅଭିନୟରେ ସିଦ୍ଧହସ୍ତ। ଯୌବନରେ ରାମଲୀଳା ନାଟକରେ ରାମ ଭୂମିକାରେ ଅଭିନୟ କରୁଥିଲେ। ଆଜି ବି ଅଭିନୟ କରିବାର ଦକ୍ଷତା ରହିଛି ତାଙ୍କର। ସେ ବୟସର ସାୟାହ୍ନରେ ପହଞ୍ଚିଥିଲେ ହେଁ ମନରେ ଭରି ରହିଛି ଅଫୁରନ୍ତ ଉତ୍ସାହ। ଶରୀର ମନ ଏଭଳି ଫୂର୍ତ୍ତି ରହିବାର ରହସ୍ୟ ପଚାରିଲେ ଦୈତ୍ୟାରି କହନ୍ତି, ବର୍ତ୍ତମାନ ସମୟର ଖାଦ୍ୟପେୟ, ଚାଲି ଚଳଣି ହଉ ବା ପରିଶ୍ରମ ସବୁକ୍ଷେତ୍ରରେ ଦେଖିବାକୁ ଗଲେ ଏହାଠାରୁ ପୂର୍ବ ଶତାବ୍ଦୀରେ ସବୁ ଠିକ୍ ଥିଲା।

ଖାଦ୍ୟପେୟରେ ରାସାୟନିକ ପଦାର୍ଥର ଅପମିଶ୍ରଣ ନଥିଲା। କେବଳ ଜୈବିକ ଉପାଦାନରୁ ଅମଳ ଖାଦ୍ୟ ଖାଇ ଶାରୀରିକ ପରିଶ୍ରମ କରି ସୁସ୍ଥ ଶରୀର ପାଉଥିଲେ ଲୋକେ। ଆଉ ଏବେ ଯୁଗ ବଦଳିଛି। ତା’ସହିତ ଲୋକଙ୍କ ରୁଚି, ଖାଦ୍ୟପେୟ, ରହଣି ଏପରିକି ରାସାୟନିକ ଦୁନିଆରେ ମୁକ୍ତ ଅମ୍ଲଜାନ ଟିକିଏ ପାଇବା ସହଜ ହେଉନି। ସେଥିରେ ଆ‌ୟୁ କମିବନି ତ କଣ? ସେ ତାଙ୍କ ସମୟରେ ନିର୍ଭେଜାଲ ଖାଦ୍ୟ ଖାଇଥିବାରୁ ଏବଂ ପର୍ଯ୍ୟାପ୍ତ ଶାରୀରିକ ପରିଶ୍ରମ କରିଥିବାରୁ ଆଜି ପର୍ଯ୍ୟନ୍ତ ସୁସ୍ଥ ଜୀବନ ବଞ୍ଚିଥିବା ପ୍ରକାଶ କରିଛନ୍ତି।
୧୯୨୭ ମସିହା ଅକ୍ଟୋବର ୧୦ ତାରିଖ ଜନ୍ମିତ ଦୈତ୍ୟାରି ଏଇ ବୟସରେ ବି ଅନ୍ୟ ଉପରେ ନିର୍ଭରଶୀଳ ନୁହନ୍ତି। ଘର ଆଖପାଖରେ ବାଡ଼ି ଧରି ଚଲାବୁଲା କରୁଛନ୍ତି। ନିଜ କାମ ନିଜେ ଆରାମରେ କରି ପାରୁଛନ୍ତି। ପ୍ରତିଦିନ ସକାଳୁ ନିତ୍ୟକର୍ମ ସାରିବା ପରେ କିଛି ସମୟ ଯୋଗ, ପ୍ରାଣାୟାମ କରୁଥିବା ସେ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।