ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୋଗରାଇ: ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଥିବା ବେଳେ ଏକ ବିଶାଳ ମାଛ ଧରାପଡ଼ିଥିଲା। ମାଛଟିକୁ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ସୀମାନ୍ତ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଅଣାଯାଇଥିଲା। ମାଛଟିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ମାଛଟିର ଓଜନ ୨ କ୍ବିଣ୍ଟାଲ୍ ଥିଲା। ଏହାକୁ ବିକ୍ରି ପାଇଁ ନିଲାମ ଡକାଯାଇଥିଲା। କୋଲକାତା ବସିରହାଟ ଅଞ୍ଚଳର ଏକ ଔଷଧ ତିଆରି କମ୍ପାନି ନିଲାମ ଧରି ମାଛଟିକୁ ୩୮ ହଜାର ଟଙ୍କାରେ କିଣିନେଇଥିବା ଜଣାପଡ଼ିଛି। ଉକ୍ତ ମାଛଟିକୁ ବଙ୍ଗଳାରେ ଦରିଆ ଭେକଟି ବା ଭୋଲା କଉ କୁହାଯାଉଥିବା ବେଳେ ଇଂରାଜୀରେ ରିକୋଟ୍ କୁହାଯାଏ।
ପ୍ରକାଶ ଥାଉକି ୨ ବର୍ଷ ପୂର୍ବରୁ ଏହିପରି ଏକ ମାଛ ପାରାଦ୍ବୀପ ନିକଟରେ ଧରାଯାଇଥିଲା। ତାକୁ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଅଣାଇ ୩୫ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l