ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୬୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫୫ ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୫୯୬ ଛୁଇଁଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୧ ହଜାର ୬୪୭ ଜଣ ଓ ସକ୍ରିୟ ରହିଛନ୍ତି ୩୦୫୭ଜଣ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨୦ ଜଣ, ବରଗଡ଼ରୁ ୧୧ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରରୁ ୮ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୨୨ ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ଜଣେ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୩ଜଣ, ଝାରସୁଗୁଡ଼ାରୁ ୧୨ଜଣ, କଳାହାଣ୍ଡିରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୧୨ ଜଣ, କୋରାପୁଟରୁ ଜଣେ, ଖୋର୍ଦ୍ଧାରୁ ୫୦ ଜଣ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୧୭ ଜଣ, ନବରଙ୍ଗପୁରରୁ ୩ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୭ଜଣ, ପୁରୀରୁ ୨୭ଜଣ, ସମ୍ବଲପୁରରୁ ୩୫ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୫୦ଜଣ ଓ ଷ୍ଟେଟ୍ ପୁଲରୁ ୧୨ଜଣ ଚିହ୍ନଟ ହୋଇଛନ୍ତି। ଏଣେ କରୋନାରେ ପୁଣି ୩ଜଣଙ୍କର ମୃତ୍ୟୁ ଘଟିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ