ଧର୍ମ ରାଜ୍ୟ

୨୩ରୁ ହରିରାଜପୁର ମେଳଣ,ଏଥର ୫ ଦିନ ଧରି ଚାଲିବ

ଜଟଣୀ ୧୫।୦୩: ପାଖେଇ ଆସୁଛି ପ୍ରସିଦ୍ଧ ହରିରାଜପୁର ମେଳଣ । ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଂଚୁଦୋଳ ମେଳଣ ୨୩ ତାରିଖରୁ ଆରମ୍ଭ ହେବ । ଏଥର ୫ ଦିନ ଧରି ଏହା ଆୟୋଜିତ ହେବ ମେଳ । ପୂର୍ବରୁ ଏହା ୪ ଦିନ ଧରି ପାଳନ ହେଉଥିଲା ।

ଖବର ଅନୁଯାଯୀ, ୨୩ ତାରିଖ ବୁଧବାର ରାତିରେ ଜମାଣ ଯାତ୍ରା ହୋଇଥିବା ବେଳେ ୨୭ ତାରିଖ ରବିବାର ଠାକୁର ମେଳଣ ଉତ୍ସବ ଆୟୋଜିତ ହେବ । କରୋନା ମହାମାରୀ କଟକଣା ଯୋଗୁଁ ଗଲା ଦୁଇ ବର୍ଷ ହେବ କେବଳ ନୀତିକାନ୍ତି ମଧ୍ୟରେ ଏହି ମେଳଣ ସୀମିତ ରହିଥିଲ । ଏବେ କଟକଣା କୋହଳ ହେବା ପରେ ପୂର୍ବପରି ଏହା ପାଳିତ ହେବାକୁ ଯାଉଥିବା ମେଳଣ କମିଟି ସଂଯୋଜକ ପ୍ରସନ୍ନ ମହାରଥୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ତେବେ ଏହି ମହାମାରୀ ସଂପୂର୍ଣ୍ଣ ଦୂର ହୋଇନଥିବାରୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ମେଳଣ ସମୟରେ ଫଗୁ ସିଞ୍ଚନ ପରିବର୍ତ୍ତେ ଠାକୁରଙ୍କୁ ଫୁଲ ପ୍ରଦାନ କରିବାକୁ ଶ୍ରଦ୍ଧାଳୁଙ୍କୁ କମିଟି ପକ୍ଷରୁ ଅନୁରୋଧ କରାଯିବ ବୋଲି ସେ କହିଥିଲେ । ଏଥିସହ ସମସ୍ତଙ୍କୁ ମାସ୍କ ପରିଧାନ ସହ ହାତ ବିଶୋଧନ କରି ମେଳଣ ପଡ଼ିଆକୁ ପ୍ରବେଶ ଓ ପ୍ରସ୍ଥାନ କରିବାକୁ ଅନୁରୋଧ କରାଯିବ ବୋଲି କହିଥିଲେ । ଚଳିତବର୍ଷ ବିଭିନ୍ନ ଗ୍ରାମରୁ ଏହି ପ୍ରସିଦ୍ଧ ମେଳଣକୁ ହରିହର ଉପବିଷ୍ଟ ଥିବା ୮୫ ଦୋଳ ବିମାନ ଏଥର ଆସିବା ସହ ପୂର୍ବପରି ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନ କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ