Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଦେଶ ବିଦେଶ»୨୦୨୪‌ ଲଢ଼େଇ: ବିରୋଧୀ ମେଣ୍ଟ ’ଆଇଏନ୍‌ଡିଆଇଏ’ରେ ୨୬ ଦଳ
    ଦେଶ ବିଦେଶ

    ୨୦୨୪‌ ଲଢ଼େଇ: ବିରୋଧୀ ମେଣ୍ଟ ’ଆଇଏନ୍‌ଡିଆଇଏ’ରେ ୨୬ ଦଳ

    NewsLaxmi7By NewsLaxmi7July 19, 2023Updated:July 19, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଆଜି ବିରୋଧୀ ଦଳ ନେତାମାନଙ୍କର ଔପଚାରିକ ବୈଠକ ହୋଇଛି। ଗତକାଲି ନୈଶ ଭୋଜି‌ରେ ୨୬ ବିରୋଧୀ ଦଳ ନେତା ଯୋଗଦେବା ପରେ ଆଜି ଦ୍ବିତୀୟ ଦିନରେ ବିରୋଧୀ ନେତାମାନଙ୍କର ରୁଦ୍ଧଦ୍ବାର ବୈଠକ ହୋଇଛି। ପୂର୍ବରୁ ରହିଥିବା କଂେଗ୍ରସ ନେତୃତ୍ବାଧୀନ ମେଣ୍ଟ ‘ୟୁପିଏ’ର ନାମ ବଦଳାଇ ‘ଆଇ.ଏନ୍‌.ଡି.ଆଇ.ଏ’- ଇଣ୍ଡିଆନ ନ୍ୟାସନାଲ ଡେଭେଲପମେଣ୍ଟାଲ ଇନକ୍ଲୁସିଭ ଆଲିଆନ୍ସ (ଭାରତୀୟ ରାଷ୍ଟ୍ରୀୟ ବିକାଶଶୀଳ ସମ୍ମିଳିତ ମେଣ୍ଟ) ରଖାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ବିରୋଧୀ ମେଣ୍ଟର ନଁା ‘ଆଇଏନ୍‌ଡିଆଇଏ’ ରଖାଯାଇଛି ବୋଲି ଘୋଷଣା କରିଛନ୍ତି। ନିର୍ବାଚନ ପ୍ରଚାର ପରିଚାଳନା ପାଇଁ ଦିଲ୍ଲୀରେ ‘ଆଇଏନ୍‌ଡିଆଇଏ’ର ଏକ ସଚିବାଳୟ ପ୍ରତିଷ୍ଠା ହେବ। ପରବର୍ତ୍ତୀ ବିରୋଧୀ ମେଣ୍ଟ ବୈଠକ ମୁମ୍ବାଇରେ ହେବ ବୋଲି ଖଡ଼ଗେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ୧୧ ସଦସ୍ୟ ବିଶିଷ୍ଟ ଏକ କୋଅର୍ଡିନେସନ୍‌ କମିଟି (ସମନ୍ବୟ କମିଟି) ଗଠନ ହେବ ଏବଂ ଏହାର ସଦସ୍ୟ କିଏ ରହିବେ‌ ସେନେଇ ମୁମ୍ବାଇ ବୈଠକରେ ଆଲୋଚନା ହେବ। ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ୩୮ ଦଳର ବୈଠକକୁ ସେ କଟାକ୍ଷ କରିଛନ୍ତି। ଖଡ଼ଗେ କହିଛନ୍ତି, ଏନଡିଏ ୩୮ ଦଳ ସହ ବୈଠକ କରୁଛି। ଏଥି ମଧ୍ୟରୁ ଅନେକ ଦଳର ନାଁ ମୁଁ ପୂର୍ବରୁ କେବେ ବି ଶୁଣିନାହିଁ। ପୂର୍ବରୁ ସେମାନେ କୌଣସି ବୈଠକ କରିନାହାନ୍ତି। କିନ୍ତୁ ଏବେ ସେମାନେ ଜଣ ଜଣଙ୍କୁ ଭେଟୁଛନ୍ତି। ପ୍ରଧାନମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ ଭୟ କରୁଛନ୍ତି। ତେବେ ଆମେ ଏଠାରେ ଗଣତନ୍ତ୍ର ଓ ସମ୍ବିଧାନକୁ ସୁରକ୍ଷା‌ ଦେବାପାଇଁ ଏକାଠି ହୋଇଛୁ ବୋଲି ଖଡ଼ଗେ କହିଛନ୍ତି।

    ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜିର ବୈଠକକୁ ଫଳପ୍ରଦ କହିଛନ୍ତି। ରାହୁଲ କହିଛନ୍ତି, ଏହି ଲଢ଼େଇ ବିଜେପିର ବିଚାରଧାରା ବିରୋଧରେ। ଆମେ ସମ୍ବିଧାନ, ଭାରତୀୟଙ୍କ ସ୍ବର ଏବଂ ଭାରତର ବିଚାରଧାରାକୁ ସୁରକ୍ଷା ଦେଉଛୁ। ଭାରତର ବିଚାରଧାରା ସହ ଯିଏ ବି ଲଢ଼ିବାକୁ ଚାହିଛି ତାହାର ପରିଣାମ କ’ଣ ହୋଇଛି ତାହା ଆପଣମାନେ ଜାଣିଛନ୍ତି। ଏହି ଲଢ଼େଇ ଏନ୍‌ଡିଏ ଓ ଆଇଏନ୍‌ଡିଆଏ ମେଣ୍ଟ, ନରେନ୍ଦ୍ର ମୋଦୀଙ୍କ ବିଚାରଧାରା ଏବଂ ଆଇଏନ୍‌ଡିଆଇଏ ମଧ୍ୟରେ ହେଉଛି। ଭାରତ ସବୁବେଳେ ସବୁ ଲଢ଼େଇ ଜିତିଛି। ଭାରତର ଦୁଇ ବିଚାରଧାରା ବିରୋଧରେ ଏହି ଲଢ଼େଇ। ଆମ ଦେଶର ସ୍ବରକୁ ଚାପି ଦିଆଯାଇଛି। ଦେଶର ସ୍ବର ପାଇଁ ଏହି ଲଢ଼େଇ ହେଉଛି। ତେଣୁ ‘ଇଣ୍ଡିଆ’ (ଆଇଏନ୍‌ଡିଆଇଏ) ନାଁ ରଖାଗଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ‘ଇଣ୍ଡିଆ’ ବିଜେପିକୁ ହରାଇବ। ବୈଠକ ପରେ ମମତା କହିଛନ୍ତି, ଏହା ଏକ ଫଳପ୍ରଦ ବୈଠକ ଥିଲା ଏବଂ ଆଜିଠାରୁ ହିଁ ବାସ୍ତବ ଚ୍ୟାଲେଂଜ ଆରମ୍ଭ ହେଲା। ବିରୋଧୀ ମେଣ୍ଟର ନୂଆ ନାଁ ସଂକ୍ରାନ୍ତରେ ମମତା କହିଛନ୍ତି, ମୁଁ ବିଜେପି ଏବଂ ଏନଡିଏକୁ ଏକ ପ୍ରଶ୍ନ କରିବାକୁ ଚାହୁଛି। ସେମାନେ କ’ଣ ‘ଆଇଏନ୍‌ଡିଆଇଏ’କୁ ଚ୍ୟାଲେଂଜ କରିପାରିବେ କି ? ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦେଶକୁ ସୁରକ୍ଷା ଦେବାପାଇଁ ଏବଂ ବିଜେପିର ଘୃଣା ପ୍ରଚାର ବିରୋଧରେ ଲଢ଼େଇ ପାଇଁ ୨୬ ବିରୋଧୀ ଦଳ ଏକାଠି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ କିଛି କରିଥାଇପାରନ୍ତି। କିନ୍ତୁ ସେ ସମସ୍ତ କ୍ଷେତ୍ରକୁ ଧ୍ବଂସ କରିଦେଇଛନ୍ତି। ଆମେ ଏଠାରେ ଆମପାଇଁ ଏକାଠି ହୋଇନୁ, ବରଂ ଦେଶକୁ ଘୃଣା କବଳରୁ ରକ୍ଷା କରିବାପାଇଁ ଏକାଠି ହୋଇଛୁ। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ କହିଛନ୍ତି, ଦେଶ ଏବେ ଏକଛତ୍ରବାଦ ବିରୋଧରେ ଏକଜୁଟ ହୋଇଛି। ଦେଶ ହେଉଛି ଆମର ପରିବାର ଏବଂ ଏଥିପାଇଁ ଲଢ଼େଇ କରୁଛୁ।

    ପରବର୍ତ୍ତୀ ବିରୋଧୀ ମେଣ୍ଟ ବୈଠକରେ ସମନ୍ବୟ କମିଟି ସଦସ୍ୟମାନେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ସେନେଇ ନିଷ୍ପତ୍ତି ‌ନେବେ। ଏହି ବୈଠକରେ ସମସ୍ତ ନେତାଙ୍କ ଦ୍ବାରା ଆସନ ବୁଝାମଣା ନେଇ ଆଲୋଚନା ହେବା। ଆଜି ବୈଠକ ପରେ ବିରୋଧୀ ଦଳ ନେତାମାନେ ଏକ ମିଳିତ ବିବୃତି ଜାରି କରିଛନ୍ତି। ସମ୍ବିଧାନରେ ଭାରତର ଏକତା ଓ ଅଖଣ୍ଡତା ନେଇ ଯେଉଁ ଚିନ୍ତାଧାରାର ପ୍ରତିଫଳନ ହୋଇଛି ତାହାକୁ କା‌ଏମ ରଖିବାପାଇଁ ‘ଇଣ୍ଡିଆ ମେଣ୍ଟ’ର ୨୬ଟି ଦଳ ଦୃଢ଼ ସଙ୍କଳ୍ପ ନେଇଛନ୍ତି ବୋଲି ଏହି ମିଳିତ ବିବୃତିରେ କୁହାଯାଇଛି। ମିଳିତ ବିବୃତିରେ ବିରୋଧୀ ଦଳଗୁଡ଼ିକ ଶାସକ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମ‌ାଲୋଚନା କରିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଧରାପଡ଼ିଲେ ଚଡ଼ି ଗ୍ୟାଙ୍ଗ୍‌ର ୧୧: ଦିନରେ ବେପାର, ରାତିରେ ଲୁଟ୍‌
    Next Article ତିନି ଜିଲ୍ଲାରେ ବର୍ଷା ବିତ୍ପାତ: ଆନ୍ଧ୍ର, ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    2023 ପାଇଁ ବାବା ଭେଙ୍ଗାଙ୍କ 5 ଭୟଙ୍କର ଭବିଷ୍ୟବାଣୀ ! ଶୁଣିଲେ ଭୟରେ ଥରିବ ଛାତି…

    February 15, 2023

    ସମୃଦ୍ଧ ହେଉଛି ଦାସିଆ ଅଜାଙ୍କ ସଂଗ୍ରହାଳୟ, ବିରଳ ସାମଗ୍ରୀ ସବୁକୁ ଦେଖିବା ପାଇଁ ବଢ଼ୁଛି ଆଗ୍ରହ

    September 11, 2022

    ୟାମୀ-ଆଦିତ୍ୟ ଏକାଠି

    June 14, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.