ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ସୁନ୍ଦରଗଡ଼/ଲେଫ୍ରିପଡ଼ା: ‘ଡିଜିଟାଲ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଦୁର୍ଗମ ତଥା ଉପାନ୍ତ ଗାଁକୁ ଯୋଡ଼ିବା ପାଇଁ ଭାରତ ସରକାରଙ୍କ ଦୂର ସଞ୍ଚାର ବିଭାଗ ଗତବର୍ଷ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ମଞ୍ଜୁରୀ ଦେଇଥିଲେ। ଏହା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବାକୁ ଓଡ଼ିଶା ସରକାରଙ୍କ ନିକଟକୁ ଚିଠି ଲେଖି ଦେଢ଼ ବର୍ଷ ମଧ୍ୟରେ ଟାୱାର ସ୍ଥାପନ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଇଥିଲା। କିନ୍ତୁ ବର୍ଷେ ବିତିଯିବା ପରେ ବି ବିଭାଗର ତାଲିକାରେ ଥିବା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ପାହାଡ଼ିଆ, ଦୁର୍ଗମ ଇଲାକାର ୧୩୭ ଗାଁକୁ ବିଏସଏନଲର ୪ଜି ସେବା ପହଞ୍ଚିପାରିନାହିଁ। ଏପରିକି ଏଯାଏ ଏସବୁ ଗାଁରେ ଟାୱାର ସ୍ଥାପନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି। ଆବଶ୍ୟକ ଅନୁଦାନ ୟୁନିଭର୍ସାଲ ସର୍ଭିସ୍ ଓଡିଲେଜସନ ଫଣ୍ଡରୁ ଯୋଗାଇ ଦିଆଯାଇଥିବା ଏବଂ ସ୍ଥାନୀୟ ଅଞ୍ଚଳର ତହସିଲଦାରମାନେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରି ରିପୋର୍ଟ ଦେଇ ସାରିଥିଲେ ମଧ୍ୟ ଏ ଦିଗରେ ବିଏସଏନଲକୁ କମ୍ପାନି ନିରବ ରହିଛି। ଉଲ୍ଲେଖଯୋଗ୍ୟ, ବଣପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲାର ଅନେକ ଅଞ୍ଚଳ ଦୁର୍ଗମ ହୋଇଥିବା ବେଳେ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି।
ଏଥିଯୋଗୁଁ ସେସବୁ ଅଞ୍ଚଳର ଅଧିବାସୀ ଜରୁରୀ ଯୋଗାଯୋଗ କ୍ଷେତ୍ରରେ ଅକଥନୀୟ ସମସ୍ୟା ଭୋଗି ଆସୁଛନ୍ତି। ନେଟୱର୍କ ନଥିବାରୁ ଛାତ୍ରଛାତ୍ରୀ ଅନ୍ଲାଇନ୍ ପାଠପଢ଼ାରୁ ବଞ୍ଚିତ ହୋଇ ରହିଛନ୍ତି। ସେହିପରି ଜରୁରୀ ଆମ୍ବୁଲାନ୍ସ, ପୁଲିସ, ଅଗ୍ନିଶମ ସେବା ମଧ୍ୟ ଠିକ୍ ସମୟରେ ମିଳୁ ନଥିବା ଅଭିଯୋଗ ରହିଛି। ଏହା ବ୍ୟତୀତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ମନରେଗା)ର ସମସ୍ତ କାର୍ଯ୍ୟ ଓ ଶ୍ରମିକଙ୍କ ମଜୁରି ଟଙ୍କା ଅନ୍ଲାଇନ୍ରେ ସମ୍ପାରଦିତ ହେଉଥିବା ବେଳେ ନେଟୱର୍କ ନଥିବା ପଞ୍ଚାୟତ ବା ଗାଁରେ ଏହା ବଡ଼ ସମସ୍ୟାର କାରଣ ହୋଇଛି। ସେହିପରି ଗାଁରେ କାର୍ଯ୍ୟରତ ଆଶା, ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହେଉଛି। ସେମାନଙ୍କ ନିୟମିତ ଅନଲାଇନ୍ ରିପୋର୍ଟ ପ୍ରସ୍ତୁତି ଓ ବିଭାଗୀୟ ଅଧିକାରୀଙ୍କ ସହ ଯୋଗଯୋଗରେ ସମସ୍ୟା ଭୋଗୁଛନ୍ତି। ଅଧିକାରୀମାନେ ମଧ୍ୟ ଠିକ୍ ସମୟରେ ସେମାନଙ୍କ ସହ ଯୋଗାଯୋଗ କରି ପାରୁ ନ ଥିବାରୁ ସରକାରୀ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଛି।
ନେଟୱର୍କ ନଥିବାରୁ ଏସବୁ ଅଞ୍ଚଳ ସମସ୍ତ ପ୍ରକାର ଡିଜିଟାଲ ସେବାରୁ ବଞ୍ଚିତ ହୋଇ ରହୁଥିଲେ। ତାକୁ ଦୃଷ୍ଟିରେ ରଖି ଏସବୁ ଗାଁ ବା ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା। ଏହିକ୍ରମରେ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକର ଗିରିଙ୍ଗକେଲା, ରାଜବାହାଲ, ସରଫଗଡ଼, ମଶାବିରା, ଗୁଣ୍ଡିଆଡିହି ଓ ହୁର୍ମେଇ ପଞ୍ଚାୟତର ବଳଦବନ୍ଧା, ହଲଦିଖୋଲ, ବୁଟ୍ରାକଚ୍ଛାର, ଲଛମନପା, ଆମଟପାନି, ବାଢୁନଝରିଆ, ବିନ୍ଦୁଝରିଆ, ଭୁର୍ଷିଦାଣ୍ଡ, ଲଇକେରା, ସୁରୁଲତା, ବୁଡ଼ାପାହାଡ଼, ମଶାବିରା, କସେଇଝରଣ, ଲିଟିଆପାନି, କୁଞ୍ଜୁନାଲା, ହାତୀଟୁକୁ, ମନୋହରପୁର, ମଗରକୁଣ୍ଡା ଆଦି ୧୭ଟି ଗାଁ ସହ କୋଇଡ଼ା ବ୍ଲକର ୧୧ଟି ଗାଁ, ଲହୁଣିପଡ଼ା ବ୍ଲକର ୪୦, ବଣାଇଁ ବ୍ଲକର ୩, ଗୁରୁଣ୍ଡିଆ ବ୍ଲକର ୩୪, ଲାଠିକଟା ବ୍ଲକର ୮, ବିଶ୍ରା ବ୍ଲକର ୨, ରାଜଗାଙ୍ଗପୁର ବ୍ଲକର ୬, କୁତ୍ରା ବ୍ଲକର ୧, ବଡ଼ଗାଁ ବ୍ଲକର ୧, ବାଲିଶଙ୍କରା ବ୍ଲକର ୩, ହେମଗିର ବ୍ଲକର ୧୧ଟି ଗାଁରେ ବିଏସଏନଏଲ ଟାୱାର ବସାଇବାକୁ ଅର୍ଥ ମଞ୍ଜୁର କରାଯାଇଛି। ବିଏସଏନଏଲ କର୍ତ୍ତୃପକ୍ଷ ତୁରନ୍ତ ଟାୱାର ବସାଇ ଅପହଞ୍ଚ ଇଲାକାର ସ୍ବପ୍ନ ପୂରଣ କରିବାକୁ ଦାବି ହେଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l