Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ହାତୀ, ବାଘକୁ ବିପଦ: ନୂଆପଡ଼ାରେ କଲରାପତରିଆର ମୃତ୍ୟୁ; କୁନୋରେ ଆଉ ଏକ ଚିତା ମଲା
    ରାଜ୍ୟ

    ହାତୀ, ବାଘକୁ ବିପଦ: ନୂଆପଡ଼ାରେ କଲରାପତରିଆର ମୃତ୍ୟୁ; କୁନୋରେ ଆଉ ଏକ ଚିତା ମଲା

    NewsLaxmi7By NewsLaxmi7May 10, 2023Updated:May 10, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନୂଆପଡ଼ା: ନୂଆପଡ଼ା ବନ ବିଭାଗ ରେଞ୍ଜ ଅଫିସରେ ଗତ ୨୩ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛି ଚିକିତ୍ସାଧୀନ କଲରାପତରିଆ। ସୋମବାର ରାତି ୧୨ଟା ୧୫ ମିନିଟ ସମୟରେ ବାଘଟି ପ୍ରାଣ ହରାଇଥିବା ସୂଚନା ଦେଇଛନ୍ତି ଡିଏଫ୍‌ଓ। ପ୍ରାଣୀ ଚିକିତ୍ସା ବିଭାଗ ବିଶେଷଜ୍ଞଙ୍କ ବାରମ୍ବାର ପରାମର୍ଶ ପରେ ମଧ୍ୟ ବାଘକୁ ଅଧିକ ଚିକିତ୍ସା ପାଇଁ ବାହାରକୁ ନିଆଯାଇ ନଥିଲା। ବନ ବିଭାଗର ଅବହେଳା ଓ ଖାମ୍‌ଖିଆଲି ହେତୁ ଉତ୍ତମ ଚିକିତ୍ସା ନପାଇ ଶେଷରେ ବାଘଟି ମରିଥିବା ଅଭିଯୋଗ ହେଉଛି। ପ୍ରାଣୀ ଚିକିତ୍ସା ବିଭାଗ ଅଧିକାରୀ ବାଘଟିର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଦେଖି ଭୁବନେଶ୍ବର ନେଇ ଚିକିତ୍ସା କରିବାକୁ କହିଥିଲେ। ହେଲେ ଭୁବନେଶ୍ବରରୁ ଓୟୁଏଟି ବିଶେଷଜ୍ଞ ଦଳ ପହଞ୍ଚି ଚିକିତ୍ସା କରିଥିଲେ। ବାଘଟି ରୋଗାକ୍ରାନ୍ତ ଥିବାରୁ ତାକୁ ନନ୍ଦନକାନ୍ଦନ ନେଲେ ସେଠାରେ ଥିବା ଅନ୍ୟ ପ୍ରାଣୀମାନେ ସଂକ୍ରମିତ ହେବେ ବୋଲି ଆଶଙ୍କା କରି ସେମାନେ ନୂଆପଡ଼ାରେ ବାଘର ଚିକିତ୍ସା କରାଯିବ ବୋଲି କହି ଫେରିଯାଇଥିଲେ।

    ଗତ ଏପ୍ରିଲ ୧୬ ତାରିଖ ଦିନ ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁ ଆମକୋନୀ ଜଙ୍ଗଲରୁ ଏହି କଲାରାପତରିଆ ବାଘକୁ ଗୁରୁତର ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିଲା। ପରେ ତାକୁ ନୂଆପଡ଼ା ରେଞ୍ଜ ଅଫିସ ପରିସରରେ ଯନ୍ତାରେ ରଖି ଚିକିତ୍ସା ଚାଲିଥିଲା। ବାଘକୁ ରେଞ୍ଜ ଅଫିସରେ  ଅନଭିଜ୍ଞ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଦ୍ବାରା ଚିକିତ୍ସା ଚାଲିଥିଲା। କିନ୍ତୁ, ବାଘର ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ବଦଳରେ ଅଧିକ ବିଗିଡ଼ିଥିଲା। ଗତ ୪ରୁ ୫ ଦିନ ହେବ ବାଘ ଖାଇପାରୁ ନଥିଲା। ସୋମବାର ରାତିରେ ତାର ମୃତ୍ୟୁ ଘଟିଛି। ନୂଆପଡ଼ା ରେଞ୍ଜ ଅଫିସ ପରିସରରେ ଗତ ୨୩ ଦିନ ଧରି ଚକିତ୍ସାଧୀନ ଥିବା ବାଘର ମୃତ୍ୟୁ ପରେ ଏବେ ତାର ଅଙ୍ଗପ୍ରତ୍ୟଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୃତ ବାଘର ୪ଟି ନିଶ ଗାଏବ ଥିବା ଜଣାପଡ଼ିଛି। ମୃତଦେହ ବ୍ୟବଚ୍ଛେଦ ସମୟରେ ୪ଟି ନିଶ ନଥିବା ଜଣାପଡ଼ିଥିଲା। ବାଘର ନିଶ ରୋଗରେ ଝଡ଼ିଯାଇଛି କି କିଏ ନେଇଯାଇଛି ସ୍ପଷ୍ଟ ଜଣାପଡ଼ି ନାହିଁ। ଏନେଇ ଏଡିଭିଓ କେ. ପଣ୍ଡାଙ୍କୁ ପଚାରିବାରୁ ରୋଗରେ ବାଘର ନିଶ ଝଡ଼ିଥିବା ଅନୁମାନ କରାଯାଉଛି, ଅନ୍ୟ ସବୁ ଅଙ୍ଗପ୍ରତ୍ୟଙ୍ଗ ସୁରକ୍ଷିତ ଅଛି ବୋଲି ସେ କହିଛନ୍ତି।

    ତିନି ମାସରେ ୩ ଚିତା ଆଖି ବୁଜିଲେଣି

    ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ମାଈ ଚିତା ଦକ୍ଷାର ମୃତ୍ୟୁ ଘଟିଛି। ଦକ୍ଷାକୁ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରୁ କୁନୋ ଅଣାଯାଇଥିଲା। ମୁଖ୍ୟ ବନ ସଂରକ୍ଷକ ଜିଏସ୍‌ ଚୌହାନ କହିଛନ୍ତି ଯେ ଦକ୍ଷା ସହ ମିଳନ ପାଇଁ ଏକ ଅଣ୍ଡିରା ଚିତାକୁ ପଠାଯାଇଥିଲା। ଉଭୟଙ୍କ ମଧ୍ୟରେ ହିଂସ୍ର ବ୍ୟବହାର ଦେଖିବାକୁ ମିଳିଥିବା ବେଳେ ଅଣ୍ଡିରା ଚିତାର ପଂଝା ଆକ୍ରମଣରେ ଦକ୍ଷା ଆହତ ହୋଇଥିଲା। ଏହାପରେ ତୁରନ୍ତ ଦକ୍ଷାକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ତା’ର ମୃତ୍ୟୁ ହୋଇଛି। ଗତ ୩ ମାସରେ କୁନୋ ଜାତୀୟ ଉଦ୍ୟାନରେ ୩ଟି ଚିତାର ମୃତ୍ୟୁ ହେଲାଣି। ଏଠାରେ ଏବେ ୧୭ଟି ଚିତା ଅଛନ୍ତି।

    ସୂଚନାଯୋଗ୍ୟ, ଭାରତରେ ଚିତାବାଘ ବିଲୁପ୍ତ ହୋଇଯାଇଥିବାରୁ ପୁଣି ଏମାନଙ୍କ ବଂଶବୃଦ୍ଧି ପାଇଁ ଅନ୍ତଃମହାଦେଶୀୟ ପ୍ରାଣୀ ସ୍ଥାନାନ୍ତର କାର୍ଯ୍ୟକ୍ରମ ଅଧୀନରେ ଭାରତକୁ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଅଣାଯାଇ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା। ସେମାନଙ୍କ
    ମଧ୍ୟରୁ ଦୁଇଟି ଚିତାର ମୃତ୍ୟୁ ନିକଟରେ ହୋଇଥିବା ବେଳେ ଆଜି ତୃତୀୟ ଚିତାର ମୃତ୍ୟୁ ପ୍ରଶାସନକୁ ଚିନ୍ତାରେ ପକାଇଛି। ନିକଟରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଚିତାଙ୍କ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ସେମାନଙ୍କ ସାମ୍ନା କରୁଥିବା ପ୍ରତିକୂଳ ସ୍ଥିତି ଉପରେ ନଜର ରଖିବାକୁ ଗୁରୁତ୍ବାରୋପ କରିଥିଲେ। ଆଫ୍ରିକା ମହାଦେଶରୁ ଆସିଥିବା ଚିତାଙ୍କ ପାଇଁ କୁନୋ ଜାତୀୟ ଉଦ୍ୟାନରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ। ଏହି ଜାତୀୟ ଉଦ୍ୟାନ ୭୪୮ ବର୍ଗ କିଲୋମିଟରରେ ପରିବ୍ୟାପ୍ତ। ସେଠାରେ ୪୮୭ ବର୍ଗ କିଲୋମିଟରର ବଫର ଜୋନ୍ ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଚିତାଙ୍କ ବିଚରଣ ପାଇଁ ପ୍ରାୟ ୧୦୦ ବର୍ଗ କିଲୋମିଟରର ସ୍ଥାନ ଆବଶ୍ୟକ।

    Share. Facebook Twitter LinkedIn WhatsApp Email
    Previous Articleମେ ୧୨ରେ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବ ଗଭୀର ଅବପାତ
    Next Article କର୍ଣ୍ଣାଟକରେ କ’ଣ କରୁଛି ଗୋଆରୁ ଆସିଥିବା ବସ୍: ସତର୍କ କରାଇଲା କଂଗ୍ରେସ
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା: ୩୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ

    March 10, 2023

    ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୁରତୀ, ଦିନକ ପରେ ରଥାରୁଢ ହେବେ ଶ୍ରୀଜୀଉ

    July 10, 2021

    ଆଇପିଏଲରେ କିଣିଲେନି କେହି : ରଣଜୀ ଖେଳିବେ ଇଶାନ୍ତ ଶର୍ମା

    February 17, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.