ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ମାମୁଁଙ୍କ ପାଇଁ ହାଇକୋର୍ଟରେ ମିଛ ସତ୍ୟପାଠ ଦେଇଥିବା ଭଣଜାଙ୍କୁ ଆଜି ଜେଲ ଯିବାକୁ ପଡିଛି। ଏଭଳି ଘଟଣାରେ ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳର ଭଣଜା ତପନ କୁମାର ସାହୁକୁ ଚୌଦ୍ବାର ଜେଲ ହାଜତକୁ ପଠାଇବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ତପନକୁ ଖଇରା ଥାନା ପୁଲିସ ଗିରଫ କରିବା ପରେ ଆଜି ହାଇକୋର୍ଟରେ ହାଜର କରିଥିଲା। ମିଛ ସତ୍ୟପାଠ ସହିତ ଜାଲ ନଥିପତ୍ର ଦାଖଲ କରାଯାଇଥିବା ଘଟଣା ସ୍ପଷ୍ଟ ହେବା ପରେ ହାଇକୋର୍ଟ ତପନକୁ କଟକ ସଦର ଏସଡିଜେଏମ ଅଦାଲତରେ ହାଜର କରିବାକୁ ଖଇରା ଥାନା ଓଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତପନକୁ ଏସଡିଜେଏମ୍ ଅଦାଲତ ଚୌଦ୍ବାର ଜେଲକୁ ପଠାଇବେ ଓ ଫେବ୍ରୁଆରି ୨୮ ତାରିଖରେ ତାଙ୍କୁ ମାମଲାର ଶୁଣାଣି ବେଳେ ହାଜର କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀନାଥ ରଣାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଶ୍ରୀନାଥଙ୍କ ନିୟମିତ ଜାମିନ ଆବେଦନ ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ଅନ୍ତରୀଣ ଜାମିନ ପାଇଁ ଏକ ଆବେଦନ ତାଙ୍କ ତରଫରୁ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ପତ୍ନୀ ଏସସିବିରେ ଚିକିତ୍ସିତ ହେଉଛନ୍ତି ବୋଲି ଦର୍ଶାଇ ଏହି ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିଲା। ଅନ୍ତରୀଣ ଆବେଦନ ସହିତ ଓପିଡି କାର୍ଡ, ପ୍ରେସକ୍ରିପସନ୍ ଓ ୟୁଏସଜି ରିପୋର୍ଟ ଇତ୍ୟାଦି ମଧ୍ୟ ହାଇକୋର୍ଟରେ ଦାଖଲ କରାଯାଇଥିଲା। ୨୦୨୩ ଜାନୁଆରି ୧୩ରେ ହାଇକୋର୍ଟ ଆବେଦନକାରୀଙ୍କୁ ଦୁଇ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଅନ୍ତରୀଣ ଜାମିନ ମିଆଦ ପୂରା ହେବା ପରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ସହିତ ପରବର୍ତ୍ତୀ ଶୁଣାଣି ସମୟରେ ସରେଣ୍ଡର ସାର୍ଟିଫିକେଟ ଆବେଦନକାରୀ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଫେବ୍ରୁଆରି ୧୦ରେ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଏସସିବି ମେଡିକାଲର କାର୍ଡିଓଲୋଜି ବିଭାଗ ମୁଖ୍ୟ ପ୍ରଫେସର ଏସ.ଏନ.ରାଉତରାୟଙ୍କ ଚିଠି ହାଇକୋର୍ଟରେ ଉପସ୍ଥାପନ କରାଯାଇଥିଲା। ଅନ୍ତରୀଣ ଜାମିନ ଆବେଦନ ସହିତ ଦାଖଲ ପ୍ରେସକ୍ରିପସନ୍, ଓପିଡି ଟିକେଟ ଓ ଉଲ୍ଲେଖ ଥିବା ପରାମର୍ଶ ସଂପୂର୍ଣ୍ଣ ଜାଲ ବୋଲି ଏହି ଚିଠିରୁ ସ୍ପଷ୍ଟ ହୋଇଥିଲା।

ଅନ୍ତରୀଣ ଆବେଦନରେ ଆବେଦନକାରୀଙ୍କ ଭଣଜା ଦର୍ଶାଇ ସତ୍ୟପାଠ ଦାଖଲ କରିଥିବା ତପନଙ୍କୁ ଗିରଫ କରିବାକୁ ଖଇରା ଥାନା ଓଆଇସିଙ୍କୁ ଫେବ୍ରୁଆରି ୧୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ଖଇରା ଥାନା ପୁଲିସ ତପନକୁ ହାଇକୋର୍ଟରେ ହାଜର କରିଥିଲା। ସତ୍ୟପାଠରେ ଥିବା ଦସ୍ତଖତ ଦେଖି ତପନ କହିଥିଲେ ଯେ ଏହି ଦସ୍ତଖତ ତାଙ୍କର ନୁହେଁ। ସେ ସତ୍ୟପାଠ କରି ନାହାନ୍ତି ବୋଲି ତପନ କହିଥିଲା। ଅନ୍ୟପକ୍ଷରେ ସତ୍ୟପାଠରେ ଥିବା ଦସ୍ତଖତ ତପନ କୁମାର ସାହୁଙ୍କର ବୋଲି ଚିହ୍ନଟ କରିଥିବା ବ୍ୟକ୍ତି ଜଣେ ଆଡଭୋକେଟ କ୍ଲର୍କ ବୋଲି ସ୍ପଷ୍ଟ ହୋଇଥିଲା। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ତପନ ଓ ସଂପୃକ୍ତ ଆଡଭୋକେଟ କ୍ଲର୍କଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କାହିଁକି ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ଆଇନ ଅନୁସାରେ ମାମଲା ଚାଲିବ ନାହିଁ ସେ ନେଇ କାରଣ ଦର୍ଶାଇବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପରବର୍ତ୍ତୀ ଶୁଣାଣି ସମୟରେ ତପନକୁ ଚୌଦ୍ବାର ଜେଲରୁ ଆଣି ହାଇକୋର୍ଟରେ ହାଜର କରାଯିବ। ଏଥି ସହିତ ଆଡଭୋକେଟ କ୍ଲର୍କ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ଅଦାଲତ ଅବମାନନା ଆଇନ ଅନୁସାରେ ଦଣ୍ଡିତ ହେବା ଉଚିତ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ସରକାରଙ୍କ ତରଫରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l