ଧର୍ମ

ହନୁମାନ ଚାଳିଶା ପାଠର ଅବ୍ୟର୍ଥ ଶକ୍ତି, ରହିଛି ଅନେକ ବିପଦର ନିରାକରଣ, ପ୍ରତିଦିନ ପଢ଼ିଲେ ଯାହା ମିଳେ ତାହା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ହନୁମାନ ଚାଳିଶା ହନୁମାନଙ୍କ କୃପା ପାଇବାର ସବୁଠୁ ସରଳ ଏବଂ ଶ୍ରେଷ୍ଠ ମାଧ୍ୟମ। ହନୁମାନ ଚାଳିଶାର ପ୍ରୟୋଗ ଆମ ଜୀବନରେ ଏକ ସଠିକ୍ ଉପାୟ ଭାବେ କାମ କରିଥାଏ। ହନୁମାନ ଚାଳିଶାର ଏହି ଛୋଟ ଛୋଟ ଉପାୟ ବ୍ୟକ୍ତିଙ୍କ ଜୀବନରେ ଅନେକ ସଙ୍କଟରୁ ମୁକ୍ତି ଦେଇଥାଏ।
• ଯଦି ଆପଣଙ୍କ ମନରେ ଭୟ କିମ୍ବା ସବୁବେଳେ ଡରର ସ୍ଥିତି ରହିଥାଏ ତେବେ ହନୁମାନ ଚାଳିଶା ପ୍ରତିଦିନ ପାଠ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ନିର୍ଭୟତା ପ୍ରାପ୍ତି ହେବ।
• ଘରୁ ବାହାରକୁ ଯିବା ସମୟରେ,ଖାସ୍ କରି ଗାଡ଼ି ଚଲାଇବାବେଳେ ନିଜ ସହ ଏକ ଛୋଟ ହନୁମାନ ଚାଳିଶା ସବୁବେଳେ ସାଥିରେ ରଖନ୍ତୁ। ଦୁର୍ଘଟଣାରୁ ବର୍ତ୍ତିବେ।
• ଯଦି ଛୋଟ ପିଲା ରାତିରେ ଶୋଇବାବେଳେ ହଠାତ୍ ଡରୁଛନ୍ତି ତେବେ ତାଙ୍କ ମୁଣ୍ଡ ପାଖରେ ଏକ ହନୁମାନ ଚାଳିଶା ରଖନ୍ତୁ। ଏହି ସମସ୍ୟାର ମୁକ୍ତି ମିଳିବ।
• ଯଦି ଶନିଙ୍କ ସାଢ଼େସାତୀ କାରଣରୁ ଜୀବନରେ ସଂଘର୍ଷ ବଢ଼ୁଛି ତେବେ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଏହା ଦ୍ବାରା ସ୍ଥିତି ଅନୁକୂଳ ହେବ।
• ଇଣ୍ଟରଭ୍ୟୁରେ ଯିବା ପୂର୍ବରୁ ହନୁମାନ ଚାଳିଶା ପାଠ କରନ୍ତୁ। ଆପଣ ଡରିବେ ନାହିଁ।
• ଯଦି ଜାତକରେ ମଙ୍ଗଳ ଦଶା ଚାଲୁଛି ତେବେ ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ। ଭଲ ପରିଣାମ ଆସିବ।
• କରଜର ସମସ୍ୟା ଅଧିକ ହେଲେ ସକାଳ-ସନ୍ଧ୍ୟାରେ ୩-୩ଥର ହନୁମାନ ଚାଳିଶା ପାଠ କରିବା ଦ୍ବାରା ଲାଭ ମିଳିବ।
• ଯଦି ଆପଣଙ୍କ କୌଣସି ଜମି କିମ୍ବା ପ୍ରପର୍ଟି ବିକ୍ରି ହେଉନାହିଁ ତେବେ ଘରେ ମାରୁତି ଯନ୍ତ୍ର ସ୍ଥାପିତ କରି ଏହା ସମ୍ମୁଖରେ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଦ୍ବାରା ଭଲ ପରିଣାମ ମିଳିବ।
• ଯଦି ଅକାରଣରେ ଆପଣଙ୍କ ଜେଲ୍ ଯିବାର ପରିସ୍ଥିତି ଉପୁଜୁଛି ତେବେ ହନୁମାନ ଚାଳିଶା ପାଠର ଏକ ଅନୁଷ୍ଠାନ କରନ୍ତୁ,ଚମତ୍କାର ପରିଣାମ ମିଳିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ