ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ବତନ୍ତ୍ର ତାଳଚେର ଜିଲ୍ଲା ଦାବିରେ ଧାରଣା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ତାଳଚେର/ଭୁବନେଶ୍ବର: ‌ତାଳଚେରକୁ ଜିଲ୍ଲା ଘୋଷଣା ଦାବି ଜୋର୍‌ ଧରିଲା। ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବିଧାନସଭା ଆଗରେ ଧାରଣା ଦିଆଯାଇ ତାଳଚେରକୁ ତୁରନ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏପରିକି ତାଳଚେରକୁ ଜିଲ୍ଲା ଘୋଷଣା କରା ନଗଲେ ଭବିଷ୍ୟ‌ତରେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦିଆଯାଇଛି।
ତାଳଚେରକୁ ଜିଲ୍ଲା ଘୋଷଣା କରିବାକୁ ଦୀର୍ଘ ‌ଦିନ ହେଲା ଦାବି ହୋଇଆସୁଛି। ଏଥିପାଇଁ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦେଢ଼ ମାସ ଧରି ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା। ଶେଷରେ ଏହି ଆନ୍ଦୋଳନ ଆଜି ଭୁବନେଶ୍ବରରେ ପହଞ୍ଚିଛି।

କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ସମେତ ତାଳଚେରବାସୀ ଆଜି ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି। ପରେ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସ୍‌ଡି ରୀତାରାଣୀ ମହାପାତ୍ରଙ୍କୁ ସ୍ମାରକପତ୍ର ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ ୧୯୯୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଳଚେର ରାଜ୍ୟର ୩୧ ନମ୍ବର ଜିଲ୍ଲା ହେବ ବୋଲି ଏକ ଭରା ସଭାରେ ଘୋଷଣା କରିଥିଲେ। ବିଭିନ୍ନ ସମୟରେ ଅଞ୍ଚଳବାସୀ ସରକାରଙ୍କୁ ଏହା ମନେ ପକାଇ ଦେଇଛନ୍ତି। କିନ୍ତୁ ସରକାର ତାଳଚେରକୁ ଜିଲ୍ଲା ଘୋଷଣା କରିବା ନେଇ କୌଣସି ପ୍ରକ୍ରିୟା ଆରମ୍ଭ କରି ନାହାନ୍ତି। ତାଳଚେର, ପାଳଲହଡ଼ା ଓ ପର୍ଜଙ୍ଗ ଅଞ୍ଚଳକୁ ନେଇ ସରକାର ସ୍ୱତନ୍ତ୍ର ତାଳଚେର ଜିଲ୍ଲା ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି। ତାଳଚେରରୁ ରାଜ୍ୟ ଓ କେନ୍ଦ୍ର ସରକାର ଅଧିକ ରାଜସ୍ୱ ପାଉଥିବାବେଳେ ଏ ଅଞ୍ଚଳର ଠିକ୍ ଭାବେ ଉନ୍ନତି ହୋଇପାରି ନାହିଁ। ପାଳଲହଡ଼ା ଓ ପର୍ଜଙ୍ଗ ଅଞ୍ଚଳରୁ ଜିଲ୍ଲା କାର୍ଯ୍ୟାଳୟ ଅଧିକ ଦୂରତା ହୋଇଥିବାରୁ ଅଞ୍ଚଳବାସୀ ଠିକ୍ ଭାବରେ ପ୍ରଶାସନିକ ସେବା ପାଇ ପାରୁ ନ ଥିବାରୁ ତାଳଚେର ଜିଲ୍ଲା ହେଲେ ଲୋକମାନଙ୍କୁ ଉପଯୁକ୍ତ ସେବା ମିଳିବ ବୋଲି ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଚୈତନ୍ୟ ପ୍ରଧାନ ଓ ସାଧାରଣ ସଂପାଦକ ବିଭୂତି ଭୂଷଣ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।