Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ସୁନ୍ଦରଗଡ଼ରେ ନିର୍ମାଣ ଶ୍ରମିକଙ୍କୁ ଧୋକା: ଅଟକିଛି ୨୧.୮୨ କୋଟି ସହାୟତା
    ରାଜ୍ୟ

    ସୁନ୍ଦରଗଡ଼ରେ ନିର୍ମାଣ ଶ୍ରମିକଙ୍କୁ ଧୋକା: ଅଟକିଛି ୨୧.୮୨ କୋଟି ସହାୟତା

    NewsLaxmi7By NewsLaxmi7May 26, 2023Updated:May 26, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ରାଉରକେଲା: ଆଦିବାସୀ ଅଧ୍ୟୁଷିତ ଶିଳ୍ପ କାରଖାନା ଓ ଖଣି ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ‌ ପ୍ରତାରଣା। ପଞ୍ଜିକରଣ ତାଲିକା ଲମ୍ବୁଛି, ହେଲେ ସହାୟତା ତାଲିକା କମୁଛି। ଆବେଦନକାରୀ ମାସ ମାସ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଦୌଡୁଛନ୍ତି, କିନ୍ତୁ ଏମାନଙ୍କୁ ସହାୟତା ମିଳୁନି। ୧୦ କି ୨୦ ଜଣ ନୁହେଁ, ୪ ୦ ୪୧ ଶ୍ରମିକଙ୍କୁ ସହାୟତା ବାବଦରେ ମୋଟ୍‌ ୨୧ କୋଟି ୮୨ ଲକ୍ଷ ୬୮ ହଜାର ଟଙ୍କା ମିଳିନି। ଏଥି ମଧ୍ୟରେ ଅଛି ୧୩୯୧ ଜଣଙ୍କୁ ଶିକ୍ଷା ସହାୟତା ବାବଦରେ ମିଳିବାକୁ ଥିବା ୯୪ ଲକ୍ଷ ୫୭ ହଜାର ୮୦୦ ଟଙ୍କା, ବିବାହ ସହାୟତା ବାବଦରେ ୫୮୫ ଜଣଙ୍କୁ ୨ କୋଟି ୬୪ ଲକ୍ଷ ୯୦ ହଜାର, ୧୩୪ ଜଣଙ୍କୁ ପ୍ରସୂତିକାଳୀନ ସହାୟତା ବାବଦରେ ୧୩ ଲକ୍ଷ ୩୬ ହଜାର, ଅନ୍ତିମସତ୍କାର କର୍ମ ବାବଦରେ ୯୮୦ ଜଣଙ୍କୁ ମିଳିବାକୁ ଥିବା ୪୮ ଲକ୍ଷ ୮୪ ହଜାର ଟଙ୍କା। ସେମିତି ୯୫୧ ଜଣଙ୍କ ମୃତ୍ୟୁକାଳୀନ ସହାୟତା ବାବଦରେ ପ୍ରାପ୍ୟ ୧୭ କୋଟି ୬୧ ଲକ୍ଷ ପଡ଼ିଛି। ଏହା କେବେ ମିଳିବ ବିଭାଗୀୟ ଅଧିକାରୀଙ୍କ ପାଖରେ କିଛି ଉତ୍ତର ନାହିଁ।

    ଜିଲ୍ଲାରେ ପଞ୍ଜିକୃତ ଶ୍ରମିକ ୨.୫ ଲକ୍ଷରୁ ଅଧିକ
    ଉପକୃତ ହେଉଛନ୍ତି ମାତ୍ର ୧୮୦୦ ନିର୍ମାଣ ଶ୍ରମିକ

    ଏଥି ସକାଶେ ନିର୍ମାଣ ଶ୍ରମିକ ସଙ୍ଗଠନଗୁଡ଼ିକ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ହେଲେ କିଛି ଫଳ ମିଳୁନାହିଁ। ୨୦୨୨-୨୩ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ରେ ମାତ୍ର ୧୮୨୮ ଜଣଙ୍କୁ ଶିକ୍ଷା, ବିବାହ, ପ୍ରସୂତି, ଅନ୍ତିମସତ୍କାର କର୍ମ ଓ ମୃତ୍ୟୁକାଳୀନ ସହାୟତା ବାବଦରେ ୧୩ କୋଟି ୮୨ ଲକ୍ଷ ଟଙ୍କା ମିଳିଥିଲା। ପୂର୍ବରୁ ଆବେଦନ କରିଥିବା ୪୦୪୧ ଜଣଙ୍କୁ ୨୧ କୋଟି ୮୨ ଲକ୍ଷରୁ ଏ ଯାଏଁ ଟଙ୍କାଟିଏ ମିଳି ନାହିଁ। ଏବେ ପ୍ରତି ମାସକୁ ସହାୟତା ପାଇଁ ଶହ ଶହ ନିର୍ମାଣ ଶ୍ରମିକ ଅନ୍‌ଲାଇନ୍‌ରେ ଆବେଦନ କରୁଛନ୍ତି। କିନ୍ତୁ ସବୁକିଛି ଢ଼ିଲା ଚାଲିଛି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ ଅବା ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ବିଳମ୍ବରୁ ଏଭଳି ସମସ୍ୟା ଉପୁଜିଥିବା ଆବେଦନକାରୀ ନିର୍ମାଣ ଶ୍ରମିକ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଜିଲ୍ଲାରେ ଏଯାଏଁ ଜିଲ୍ଲାରେ କେତେ ନିର୍ମାଣ ଶ୍ରମିକ ଆବେଦନ କରିଛନ୍ତି, କେତେ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରି ନିର୍ମାଣ ଶ୍ରମିକ କାର୍ଡ ଦିଆଯାଇଛି, ତା’ର ସଠିକ୍‌ ତଥ୍ୟ ମଧ୍ୟ ବିଭାଗ ପାଖରେ ନାହିଁ। ତେବେ ଏ ସଂକ୍ରାନ୍ତରେ ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟାଜ୍ୟୋତି ନାୟକଙ୍କୁ ପଚାରିବା‌ରେ ସେ କହିଛନ୍ତି, ଅଧିକାଂଶ ପଞ୍ଜିକୃତ ଶ୍ରମିକ ପୁନଃ ନବୀକରଣ କରୁନାହାନ୍ତି। ଯାହା ଫଳରେ ଏଭଳି ସମସ୍ୟା ଉପୁଜିଛି।

    ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜିକରଣ କରିଛନ୍ତି। ହେଲେ ସହାୟତା ଅର୍ଥ ସେହି ଅନୁପାତରେ ଢ଼େର କମ୍। କେବଳ ଏତିକି ନୁହେଁ, ବ୍ଲକ ଅଞ୍ଚଳରେ ବିଭାଗ ପକ୍ଷରୁ କୌଣସି ସଚେନତା କାର୍ଯ୍ୟକ୍ରମ ହେଉ ନଥିବାରୁ ସରକାରଙ୍କ ପକ୍ଷରୁ ମିଳିଥିବା ବା ମିଳୁଥିବା ସହାୟତା ସଂକ୍ରାନ୍ତରେ ନିର୍ମାଣ ଶ୍ରମିକମାନେ ଜାଣିପାରୁ ନାହାନ୍ତି। ଫଳରେ ଜିଲ୍ଲାରେ ପଞ୍ଜିକରଣର ପ୍ରାୟ ୨୦ରୁ ୩୦% ପଞ୍ଜିକୃତ ଶ୍ରମିକ ହିଁ ସହାୟତା ପାଇଁ ଆବେଦନ କରୁନଥିବା ଜଣାପଡ଼ିଛି। କେବଳ ବ୍ଲକ ନୁହେଁ ସହରରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ତେବେ ଆବେଦନ କରିଥିବା ୨୦-୩୦ % ଶ୍ରମିକଙ୍କର ପ୍ରାପ୍ୟ ବାବଦରେ ଥିବା ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ପାରୁ ନଥିବାବେଳେ ସବୁ ଶ୍ରମିକ ଆବେଦନ କଲେ, ସ୍ଥିତି କେମିତି ହେବ, ଅନୁମାନ କରା ଯାଇପାରେ!

    ଏବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ରାଜ୍ୟ ଶ୍ରମମନ୍ତ୍ରୀ‌ ହୋଇଛନ୍ତି। ତାଙ୍କ ଆଗରେ ଜିଲ୍ଲାରେ ଶ୍ରମିକମାନଙ୍କର ମାଳ ମାଳ ସମସ୍ୟା ରହିଛି। ଏଥିସହ ୪୦୪୧ ଆବେଦନକାରୀଙ୍କୁ ମିଳିବାକୁ ଥିବା ୨୧ କୋଟି ୮୨ ଲକ୍ଷ ୬୮ ହଜାର ଟଙ୍କା ପ୍ରଦାନରେ ଶ୍ରମମନ୍ତ୍ରୀ ଶ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରମଜୀବୀ ଆଶା ରଖିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleପୂଜକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
    Next Article ପାଉଁଶ ହୋଇଗଲା ଦେବୀଘାଟ କଫି ବଗିଚା: ପୋଡ଼ିଗଲା ନା ପୋଡ଼ି ଦିଆଗଲା?
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ସବୁଠାରୁ ଦାମୀ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’!

    November 28, 2020

    ୨୯ଦିନ ପରେ ଗୋଟିଏ ମେସିନରେ ଚାଳିଲା ଜୟପୁର କାଗଜକଳ

    December 27, 2022

    ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା, ୪ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର

    April 2, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.