Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଟିକେଟ୍ ବୁକିଂ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
    ରାଜ୍ୟ

    ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଟିକେଟ୍ ବୁକିଂ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

    NewsLaxmi7By NewsLaxmi7May 4, 2023Updated:May 4, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର : ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଟିକେଟ୍ ବୁକିଂ ଆରମ୍ଭ କରିଛନ୍ତି। ଏହାଦ୍ବାରା ଓଡ଼ିଶାର ଲୋକମାନେ ଉଚିତ ମୂଲ୍ୟରେ ଦକ୍ଷିଣ-ପୂର୍ବ ଏସୀୟ ଦେଶକୁ ସୁବିଧାରେ ଯାତାୟତ କରିପାରିବେ। ଏହାସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲୋକଙ୍କ ସ୍ବାର୍ଥକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାରେ ସହଯୋଗ କରିଛି।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପଦକ୍ଷେପ ଓଡ଼ିଶାର ଯୁବକମାନଙ୍କ ପାଇଁ ଚାକିରି ସୁଯୋଗ, ପର୍ଯ୍ୟଟନ କ୍ଷମତା ବୃଦ୍ଧି ଏବଂ ଆଇଟି ଓ ଆଇଟିଏସ୍‌ କ୍ଷେତ୍ରକୁ ସମୃଦ୍ଧ କରିବ। ଏହାସହ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆଜି ଇଣ୍ଡିଗୋ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଟିକେଟ୍ ବୁକିଂ ଆରମ୍ଭ କରିବା ଆମ ସମସ୍ତଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ ଘଟଣା। ମୁଁ କିଛିଦିନ ତଳେ ଦୁବାଇକୁ ଟିକେଟ୍ ବୁକିଂ ସେବା ଆରମ୍ଭ କରିଥିଲି। ଏହାଦ୍ବାରା ଓଡ଼ିଶା ଏବେ ଏସୀୟ ଦେଶର ସମସ୍ତ କସ୍‌ମୋପଲିଟାନ୍ ସହର ସହ ସଂଯୋଗ କରିବ, ଏହା ଆମ ଲୋକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି।

    ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ବୃଦ୍ଧି ଘଟିଛି। ଘରୋଇ ବିମାନ ‌ଉଡ଼ାଣ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହୋଇଥିଲେ ହେଁ ଲୋକଙ୍କ ଆକଂାକ୍ଷାକୁ ନଜରରେ ରଖି ରାଜ୍ୟ ସରକାର ଭୁବନେଶ୍ବରରୁ ବିଶ୍ବସ୍ତରୀୟ ସହରକୁ ବିମାନ ସଂଯୋଗକୁ ସୁନିଶ୍ଚିତ କରିବାକୁ ଆଗେଇ ଆସିଛନ୍ତି। ମୁଁ ଆଶା କରୁଛି ଯେ ଏହି ଅନ୍ତର୍ଜାତୀୟ ବିମାନଗୁଡ଼ିକ ପର୍ଯ୍ୟଟକଙ୍କୁ ଅଧିକ ସୁବିଧା ଏବଂ ସୁଲଭ ଯାତ୍ରା ବିକଳ୍ପ ଯୋଗାଇଦେବା ସହ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ଉତ୍ସାହିତ କରିବେ।

    ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଇଣ୍ଡିଗୋ ଏୟାରଲାଇନ୍ସକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟସଚିବ ପ୍ରଦୀପ କୁମାର ଜେନା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ଓ ଇଣ୍ଡିଗୋର ଅଧିକାରୀମାନେ ଉପସ୍ଥିତ ଥିଲେ।

    ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ଚଳିତ ବଜେଟ୍‌ରେ ୧୦୦କୋଟିର ବଜେଟ୍ ବ୍ୟବସ୍ଥା କରିଛନ୍ତି। ଇଣ୍ଡିଗୋ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ, ବିମାନର ପ୍ରତି ଉଡ଼ାଣ ପାଇଁ ଯେତିକି ଟିକେଟ୍ ବୁକିଂ ହେବ ତାହାର ଅର୍ଥ ଇଣ୍ଡିଗୋ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଦେବେ। ପ୍ରତିବଦଳରେ ରାଜ୍ୟ ସରକାର ପ୍ରତି ଉଡ଼ାଣ ପାଇଁ ଇଣ୍ଡିଗୋକୁ ଭଡ଼ା ଆକାରରେ ସଂପୂର୍ଣ୍ଣ ସିଟ୍‌ ବୁକିଂର ଅର୍ଥ ଦେବେ। ଏହାଦ୍ବାରା ଓଡ଼ିଶାବାସୀ କମ୍‌ ମୂଲ୍ୟରେ ବିଦେଶକୁ ବିମାନ ଯାତ୍ରା କରିବାର ସୁବିଧା ପାଇବେ।

    ମେ ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ସପ୍ତାହକୁ ତିନି ଦିନ ସୋମବାର, ବୁଧବାର, ଶୁକ୍ରବାର ବିମାନ ଉଡ଼ାଣ କରିବ। ଯିବା ଆସିବା ବିମାନ ଭଡ଼ା ୨୦ହଜାର ଟଙ୍କା ରହିଛି। ଗୋଟିଏ ରୁଟ୍‌ରେ ଯିବା ପାଇଁ ଟିକେଟ୍ ବୁକିଂ କଲେ ୧୦ହଜାର ଟଙ୍କା ପଡ଼ିବ। ସେହିପରି ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ପ୍ରତି ମଙ୍ଗଳବାର ଓ ଶନିବାର ବିମାନ ଯାତାୟତ କରିବ। ସିଙ୍ଗାପୁରରୁ ମଙ୍ଗଳବାର ଓ ଶନିବାର ଫେରିବାକୁ ଥିବାବେଳେ ବ୍ୟାଙ୍କକ୍‌ରୁ ବୁଧବାର ଓ ରବିବାର ଫେରିବ। ଏହି ଦୁଇଟି ସହରକୁ ବିମାନର ଯାତାୟତ ଭଡ଼ା ୧୫ହଜାର ଟଙ୍କା ରହିଥିବାବେଳେ ଗୋଟିଏ ରୁଟ୍‌ରେ ଟିକେଟ୍ ବୁକିଂ କଲେ ୭,୫୦୦ଟଙ୍କା ପଡ଼ିବ।

    Share. Facebook Twitter LinkedIn WhatsApp Email
    Previous Articleଝାରସୁଗୁଡ଼ାରେ ବିଜେପିକୁ ପୁଣି ଝଟ୍‌କା
    Next Article ସମୁଦ୍ର ଲହଡ଼ିରେ ଭାସି ବାପପୁଅ ମୃତ
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଆଜି ଓଡ଼ିଶାରେ ପହଞ୍ଚିବ ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା

    April 28, 2021

    ରାଜଧାନୀରେ ଆଉ ଏକ ନିର୍ଭୟା କାଣ୍ଡ, ନାବାଳିକାକୁ ଅପହରଣ ପରେ ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ

    July 15, 2022

    ହୁଏତ କମ୍ ଲୋକେ ଜାଣନ୍ତି ! ଝୋଟି ପାରିବା ଯୋଗୁ ମିଳିଥାଏ ୫ଟି ଲାଭ

    November 14, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.