Subscribe to Updates

    Get the latest creative news from FooBar about art, design and business.

    What's Hot

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023
    Facebook X (Twitter) Instagram
    Trending
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ସାମ୍ବାଦିକ ଆଳୟ ମହାନ୍ତିଙ୍କ ପରଲୋକ
    ରାଜ୍ୟ

    ସାମ୍ବାଦିକ ଆଳୟ ମହାନ୍ତିଙ୍କ ପରଲୋକ

    NewsLaxmi7By NewsLaxmi7January 4, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ବିଶିଷ୍ଟ ସାମ୍ବାଦିକ ତଥା ଜଣାଶୁଣା ସିନେ ପ୍ରଯୋଜକ ଆଳୟ ମହାନ୍ତି ଆଉ ନାହାନ୍ତି। ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ପାର୍ଥିବ ଶରୀରକୁ ହସ୍‌ପିଟାଲ୍‌ରୁ ପ୍ରଥମେ ୟୁନିଟ୍‌-୬ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଅଣାଯିବା ପରେ ସେଠାରେ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ। ଏହାପରେ ମର ଶରୀରକୁ ତାଙ୍କ ଜନ୍ମମାଟି ଜଟଣୀ ବ୍ଲକର ପଦନପୁର ଗ୍ରାମକୁ ନିଆଯାଇଥିଲା। ସେଠାରୁ ପୁରୀ ନିଆଯାଇ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ଦୁଇ ଝିଅ ଦୀପ୍ତି ମହାନ୍ତି ଓ ତୃପ୍ତି ମହାନ୍ତି, ବୋହୂ ଇତିଶ୍ରୀ ମହାନ୍ତି, ଦୁଇ ଜାମାତା ତରୁଣ ନାୟକ ଓ ସୁନୀଲ ରଥଙ୍କ ସମେତ ଦୁଇ ନାତି ଅଙ୍କିତ ମହାନ୍ତି ଓ ଆଶିଷ ମହାନ୍ତି ଉପସ୍ଥିତ ଥିଲେ। ଏକମାତ୍ର ପୁଅ ଦୀପକ ମହାନ୍ତି ମୁଖାଗ୍ନି ଦେଇଥିଲେ।

    ସ୍ବର୍ଗତ ମହାନ୍ତିଙ୍କ ପ୍ରଯୋଜିତ କଳାତ୍ମକ ଚଳଚ୍ଚିତ୍ର ‘ଶୂନ୍ୟ ସ୍ବରୂପ’ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ମାଇଲଖୁଣ୍ଟ। ଏହି ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା। ଏଥିସହ କଳାତ୍ମକ ଚଳଚ୍ଚିତ୍ର ‘ଆଶା’, ‘ଭୁଲ ବୁଝିବନି ମତେ’ ଆଦି ଚଳଚ୍ଚିତ୍ର ସହ ‘ବାଲିଘର’ ଓ ମରୀଚିକା’ ଭଳି ଧାରାବାହିକର ପ୍ରଯୋଜନା ଦାୟିତ୍ବ ସେ ତୁଲାଇଥିଲେ। ସ୍ବର୍ଗତ ମହାନ୍ତିଙ୍କ ବିୟୋଗରେ ଉଭୟ ଚଳଚ୍ଚିତ୍ର ଓ ସା‌ମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଗୀତାଞ୍ଜଳି ମହାନ୍ତିଙ୍କର କୋଭିଡ୍‌ରେ ପରଲୋକ ହୋଇଥିଲା।

    ମୁଖ୍ୟମନ୍ତ୍ରୀଙ୍କ ଶୋକ
    ବିଶିଷ୍ଟ ସାମ୍ବାଦିକ ଆଳୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ ମହାନ୍ତି ଜଣେ ବରିଷ୍ଠ ସାମ୍ବାଦିକ ଭାବରେ ଭୁବନେଶ୍ୱର ଓ ସାରା ଓଡ଼ିଶାରେ ଜଣାଶୁଣା ଥିଲେ। ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ପାଇଁ ସେ ସବୁବେଳେ ଯତ୍ନବାନ ଥିଲେ। ଏହାସହ ସମାଜସେବା ଓ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସେ ଅନେକ କାମ କରିଛନ୍ତି। ରୋଗୀ ଓ ଗରିବ ଲୋକଙ୍କୁ ସହାୟତା କ୍ଷେତ୍ରରେ ସେ ସବୁ ସମୟରେ ଆଗୁଆ ଥିଲେ। ତାଙ୍କ ବିୟୋଗ ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

    ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଆଳୟ ମହାନ୍ତିଙ୍କ ଦେହାନ୍ତ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଟ୍ବିଟ୍‌ରେ ସେ ଉଲ୍ଲେଖ କରିଛନ୍ତି, ଆଳୟଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ସାମ୍ବାଦିକତା ସହିତ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ।

    ପିସିସି ସଭାପତିଙ୍କ ଶୋକ
    ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ମହାନ୍ତି ଜଣେ ବରିଷ୍ଠ ସାମ୍ବାଦିକ ଭାବେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିବା ସହିତ ରାଜ୍ୟବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ। ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହି ରୋଗୀ ଓ ଗରିବଙ୍କ ସହାୟତା କରୁଥିଲେ।

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ: ରାଜନୀତିରେ ସେ ଥିଲେ ଚାଣକ୍ୟ
    Next Article ମାଞ୍ଜା ସୂତା ସଂପୂର୍ଣ୍ଣ ନିଷେଧ ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା
    NewsLaxmi7
    • Website

    Related Posts

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ନୂଆଦିଲ୍ଲୀ/ଭୁବନେଶ୍ୱର: ଦିବ୍ୟାଙ୍ଗ ପିଲାମାନଙ୍କ ପ୍ରତିଭା କାହାଠାରୁ କୌଣସି ଗୁଣରେ କମ୍ ନୁହେଁ। ସେମାନେ ଯାଦୁଗର ଭଳି ଅସମ୍ଭବ କଥାକୁ ସମ୍ଭବ…

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ, ୧୦ଜଣ ଭୋଇ ସେବାୟତ ନିୟୋଜିତ

    August 5, 2021

    ଠିକ୍‌ ଭାବେ ହେଉନି ଜଳ ପରିଚାଳନା: ବରବାଦ୍‌ ହେଲା ୫ ଫୁଟ ହୀରାକୁଦ ପାଣି

    July 4, 2023

    ମାଷ୍ଟରକ୍ୟାଣ୍ଟିନରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ୍‌ ଦାବି କରି ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

    April 22, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.