Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଅପରାଧ»ସମ୍ବଲପୁର ହିଂସା ଘଟଣାରେ ମୁହାଁମୁହିଁ; ବିଜେପି ଘୃଣା ରାଜନୀତି କରୁଛି : ବିଜେଡି
    ଅପରାଧ

    ସମ୍ବଲପୁର ହିଂସା ଘଟଣାରେ ମୁହାଁମୁହିଁ; ବିଜେପି ଘୃଣା ରାଜନୀତି କରୁଛି : ବିଜେଡି

    NewsLaxmi7By NewsLaxmi7May 3, 2023Updated:May 3, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ସମ୍ବଲପୁର: ସମ୍ବଲପୁର ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି। ସମ୍ବଲପୁର ହିଂସା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହିତ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି କମିଟିର ଅଧ୍ୟକ୍ଷ ତଥା ଗୃହ ବିଭାଗର ସଂସଦୀୟ କମିଟିର ଅଧ୍ୟକ୍ଷ ବ୍ରିଜଲାଲ ଦାବି କରିଛନ୍ତି। ବିଜେପି ସାଂସଦମାନଙ୍କ କମିଟି ଆଜି ମୃତକ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଝାରମୁଣ୍ଡା ଯାଇଥିଲେ। ଚନ୍ଦ୍ରମଣିଙ୍କ ଘରେ ତାଲା ପଡ଼ିଥିବାରୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ଆହତ ଭବାନୀପାଲିର ବିଶ୍ବନାଥ ଶିକା(କାଲିଆ)ଙ୍କୁ ଭେଟି ଘଟଣା ସଂକ୍ରାନ୍ତରେ ପଚାରିଥିଲେ। ସେଠାରୁ ଫେରି ସମ୍ବଲପୁର ସର୍କିଟ ହାଉସ୍‌ରେ ବିଭିନ୍ନ ସଂଗଠନର ସଦସ୍ୟଙ୍କୁ ଭେଟିବା ପରେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପୁଲିସ-ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

    ଅପରାହ୍ନରେ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ରିଜଲାଲ କହିଥିଲେ, ଭାରତ ସରକାର କିଛିଦିନ ଆଗରୁ ଦେଶରେ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ହିଂସା ସୃଷ୍ଟି ପାଇଁ ଉଦ୍ୟମ ହେଉଥିବାରୁ ସତର୍କ ରଖିବାକୁ ପରାମର୍ଶ ଦେଇଥିଲେ। ପୁଣି ହନୁମାନ ଜୟନ୍ତୀ‌ ବାଇକ୍‌ ଶୋଭାଯାତ୍ରାର ଦିନକ ପୂର୍ବରୁ ୧୧ ଏପ୍ରିଲରେ ରାଜ୍ୟ ଗୁଇନ୍ଦା ବିଭାଗ ମଧ୍ୟ ଏଦିଗରେ ସତର୍କ କରାଇଥିଲା। ତଥାପି, ସମ୍ବଲପୁର ପୁଲିସ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କଲାନାହିଁ। ଯାହା ଜଣାପଡ଼ୁଛି, ସମ୍ବଲପୁର ପୁଲିସ-ପ୍ରଶାସନ ରାଜ୍ୟର ବିଜେଡି ସରକାରଙ୍କ ଇସାରାରେ କାମ କରୁଥିଲା। କେବଳ ସେତିକି ନୁହେଁ, ହିଂସାର ମୁକାବିଲା ପାଇଁ ପୁଲିସ ଆଦୌ ପ୍ରସ୍ତୁତ ନଥିଲା। ଆକ୍ରମଣକାରୀଙ୍କ ଉପରେ ଟିୟର ଗ୍ୟାସ୍ ଛାଡ଼ିବା, ଲାଠିଚାଳନା କରିବା ଭଳି ଆଦୌ କୌଣସି ପଦକ୍ଷେପ ନିଆଯାଇନଥିଲା।

    ଏଭଳି ଘଟଣାରେ ଏସ୍‌ସି/ଏସ୍‌ଟି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ୮ଲକ୍ଷ ଟଙ୍କା କ୍ଷତିପୂରଣ ସାଂଗକୁ ମୃତକଙ୍କ ଉପରେ ନିର୍ଭରଶୀଳ ଥିବା ପରିବାରର ଜଣକକୁ ମାସିକ ୫ ହଜାର ଟଙ୍କା ଲେଖାଏଁ ପେନ୍‌ସନ୍ ଦେବା ପାଇଁ ଭାରତ ସରକାର ୨୦୧୬ ମସିହାରେ ଆଇନ ପ୍ରଣୟନ କରିଛନ୍ତି। ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଏହି ଆଇନକୁ ଲାଗୁ କରୁନାହାନ୍ତି। ଚନ୍ଦ୍ରମଣି ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ, ତାଙ୍କ ମା’ଙ୍କୁ ମାସିକ ୫ ହଜାର ଲେଖାଏଁ ଅନୁଦାନ ଦେବା, ଶୋଭାଯାତ୍ରା ସମୟରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିବାରୁ ସିବିଆଇ କିମ୍ବା ଏନ୍‌ଆଇଏ ଦ୍ବାରା ତଦନ୍ତ କରାଇବାକୁ ବ୍ରିଜଲାଲ ଦାବି କରିଥିଲେ।
    କମିଟିର ଅନ୍ୟତମ ସଦସ୍ୟ ସାଂସଦ ସମୀର ଓରାମ କହିଥିଲେ, ଚନ୍ଦ୍ରମଣିଙ୍କ ଆଦିବାସୀ ପରମ୍ପରା ଅନୁସାରେ ଶବଦାହ ହୋଇନାହିଁ କି ପରବର୍ତ୍ତୀ ସମୟରେ ଯେଉଁ ରୀତିନୀତି ସଂପନ୍ନ ହେବା କଥା, ତାହା ମଧ୍ୟ ହୋଇନାହିଁ। ପୁଲିସ-ପ୍ରଶସାନ କହୁଛି, କ୍ଷତିପୂରଣ ରାଶି ଚନ୍ଦ୍ରମଣିଙ୍କ ପରିବାରକୁ ଦିଆଯାଇଛି। ହେଲେ, ତାଙ୍କ ମା ଆଉ ଭଉଣୀ କୁଆଡ଼େ ଗଲେ କହୁ ନାହିଁ। ସାଂସଦ ଜ୍ୟୋର୍ତିମୟ ସିଂ ମ‌ହତୋ କହିଲେ, ପଶ୍ଚିମବଂଗରେ ମମତା ବାନାର୍ଜୀ ଶାସନର ଠିକ୍ ‘ଜେରକ୍ସ ଓଡ଼ିଶାରେ ବିଜେଡି ଚଳାଇଛି। ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ନାଉରୀ ନାୟକ, ମୁକେଶ ମହାଲିଂଗ, ମୋହନ ମାଝୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ନିତ୍ୟାନନ୍ଦ ଗଣ୍ଡ ଏବଂ ବିଜେପି ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

    ବିଜେପି ଘୃଣା ରାଜନୀତି କରୁଛି : ବିଜେଡି

    ସମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରିଥିବା ବେଳେ ବିଜେପି ଘୃଣା ରାଜନୀତି ସୃଷ୍ଟି କରୁଛି। ଭାଇଚାରା ଓ ସମନ୍ବୟର ସହର ସମ୍ବଲପୁରରେ ଯଦି ଆଗକୁ ପୁଣି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ରାଜ୍ୟ ବିଜେପି କେବଳ ଦାୟୀ ରହିବ ବୋଲି ଅତାବିରା ବିଧାୟିକା ତଥା ମହିଳା ବିଜେଡିର ରାଜ୍ୟ ସଭାନେତ୍ରୀ ସ୍ନେହାଂଗିନୀ ଛୁରିଆ କହିଛନ୍ତି। ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ କହିଲେ, ସମ୍ବଲପୁରରେ ଲୋକ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ବିଶ୍ବାସ ରଖନ୍ତି। ବିଗତ ଦିନରେ ଯେଉଁ ଦୁର୍ଭାଗ୍ୟଜନକ ଘଟଣା ଘଟିଗଲା, ତାହା ସମସ୍ତଙ୍କୁ ବ୍ୟଥିତ କରିଛି। ଶାନ୍ତିପ୍ରିୟ ସମ୍ବଲପୁରବାସୀ ଏବଂ ପୁଲିସ-ପ୍ରଶାସନର ଉଦ୍ୟମ ଯୋଗୁ ସମ୍ବଲପୁରରେ ଶାନ୍ତି ଫେରି ଆସିଛି। ଜୀବନଯାତ୍ରା ସ୍ବାଭାବିକ ହୋଇଛି। ଏହା କିନ୍ତୁ ରାଜ୍ୟ ବିଜେପିକୁ ଅସୁଖୀ କରିଛି। ଏଥିରେ ବିଜେପି ବିଚଳିତ ‌ହୋଇପଡ଼ିଛି। ଘୃଣା ରାଜନୀତି ସୃଷ୍ଟି କରୁଥିବା ବିଜେପି ସମ୍ବଲପୁରର ଶାନ୍ତି ଭଂଗକରି ରାଜନୈତିକ ଖେଳ ଖେଳିବାକୁ ଚେଷ୍ଟା କରୁଛି। ସମ୍ବଲପୁର ଲୋକେ ତାହା ହେବାକୁ ଦେବେନାହିଁ। ବିଜେପି ବିକାଶରେ ବିଶ୍ବାସ ରଖେ ନାହିଁ। ସେଥିପାଇଁ ତ ଗତ ୨୩ ବର୍ଷ ହେଲା ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆଦି ବିଜେପି ଶାସିତ ରାଜ୍ୟରେ ସମ୍ବଲପୁର ଭଳି ହିଂସା ପ୍ରାୟତଃ ଘଟୁଛି। ବିଜେପି କଣ ସେସବୁ ରାଜ୍ୟକୁ ଏଭଳି ସତ୍ୟ ଅନୁସନ୍ଧାନକାରୀ ଦଳ ପଠାଉଛି ବୋଲି ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଛନ୍ତି। ନିକଟରେ ଜାତୀୟ ଜନଜାତି ଆୟୋଗ ସମ୍ବଲପୁର ଆସି ତଦନ୍ତ କରୁଛନ୍ତି। ମାନବ ଅଧିକାର ଆୟୋଗ ବି ତଦନ୍ତ ଚଳାଇଛନ୍ତି। ଏହି ଦୁଇ ଆୟୋଗ ଉପରେ ବିଜେପିର ଭରସା ନାହିଁ। ଜାତି-ଜାତି, ଧର୍ମ-ଧର୍ମ ଓ ସଂପ୍ରଦାୟ-ସଂପ୍ରଦାୟ ମଧ୍ୟରେ ବିଜେପି ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ବିଜେପି ଏଥିରୁ କ୍ଷାନ୍ତ ରହିବା ଉଚିତ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଇନକୁ ତା ବାଟରେ ଯିବାକୁ ଦିଅନ୍ତି। ବିଗତ ଦିନ‌ର ଦୁର୍ଭାଗ୍ୟଜନକ ଘଟଣା ପାଇଁ ଯେଉଁମାନେ ବି ଦୋଷୀ, ସେମାନେ ନିଶ୍ଚିତ ଭାବେ ଦଣ୍ଡ ପାଇବେ। ଘଟଣାର ଏବେ ତଦନ୍ତ ଚାଲିଛି। ନିଶ୍ଚିତ ଭାବେ ଆଗାମୀ ଦିନରେ ସତ୍ୟ ପଦାକୁ ଆସିବ। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ବରିଷ୍ଠ ନେତା ଇଂ. ନଳିନୀ ପ୍ରଧାନ ଓ ବିଜେଡି ମୁଖପାତ୍ର ସଂଜୟ ବାବୁ ଉପସ୍ଥିତ ଥିଲେ।

    Share. Facebook Twitter LinkedIn WhatsApp Email
    Previous Articleସାତପଡ଼ା ଯାତ୍ରୀନିବାସ ଘରୋଇକରଣକୁ ବିରୋଧ
    Next Article ଏକାଧିକ ପ୍ଲଟ୍‌ ହାତେଇବା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଦ୍ବିତୀୟ ପ୍ଲଟ୍‌ ପାଇଁ ଆବେଦନ ଉପରେ କଟକଣା
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଦୈନିକ ଆହାର ଖାଉଛନ୍ତି ୧ ଲକ୍ଷ, ତାହା ବି ନିଅଣ୍ଟ

    May 9, 2023

    ଜାଣନ୍ତୁ ଆଜିର ରାଶିଫଳ

    December 18, 2021

    ହାତୀଙ୍କ ଉପରେ ମାଡିଗଲା ଟ୍ରେନ୍‌, ମାଆ ସହ ଦୁଇ ହାତୀ ଛୁଆ ମୃତ

    May 20, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.