Subscribe to Updates

    Get the latest creative news from FooBar about art, design and business.

    What's Hot

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023
    Facebook X (Twitter) Instagram
    Trending
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    • ୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ସଫଳ ପତ୍ନୀଙ୍କ ସହଯୋଗୀ ବନିଲେ ସ୍ବାମୀ, ଛାଡ଼ିଲେ ମିସ୍ତ୍ରି କାମ
    ରାଜ୍ୟ

    ସଫଳ ପତ୍ନୀଙ୍କ ସହଯୋଗୀ ବନିଲେ ସ୍ବାମୀ, ଛାଡ଼ିଲେ ମିସ୍ତ୍ରି କାମ

    NewsLaxmi7By NewsLaxmi7August 4, 2023Updated:August 4, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଶ୍ରୀନିବାସ ପାଇକରାୟ
    ହରିଚନ୍ଦନପୁର: ସ୍ବାମୀ ରାଜମିସ୍ତ୍ରି ଥିଲେ। ସ୍ବଳ୍ପ ରୋଜଗାରରେ ପରିବାର ପ୍ରତିପୋଷଣ କରିବା ସମସ୍ୟା ହେଉଥିଲା। ସ୍ବାମୀଙ୍କୁ ସହଯୋଗ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ସ୍ତ୍ରୀ ଦମୟନ୍ତୀ। ଆରମ୍ଭ କରିଥିଲେ ପରିବା ଚାଷ। ଏହା ତାଙ୍କ ପରିବାରର ଭାଗ୍ୟ ବଦଳାଇଦେଲା। ପରିବା ଚାଷରୁ ଦୟମନ୍ତୀ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ଏହା ତାଙ୍କୁ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇଛି।

    କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧୁରୁଡ଼ିଆମ୍ବ ପଞ୍ଚାୟତ ଜାମଦା ଗ୍ରାମର ଗୋବିନ୍ଦ ନାୟକଙ୍କ ପତ୍ନୀ ଦମୟନ୍ତୀ ୨୦୧୮-୧୯ରେ ଗ୍ରାମର ୧୦ଜଣ ମହିଳାଙ୍କୁ ନେଇ ଭାଗ୍ୟଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ଦମୟନ୍ତୀ ଏହାର ସଭାପତି। ଏହି ଗୋଷ୍ଠୀର ମହିଳାମାନେ ନିଜନିଜ ଜମିରେ ପରିବା‌ ଚାଷ ଆରମ୍ଭ କରିଥିଲେ। ଦମୟନ୍ତୀ ମଧ୍ୟ ନିଜ ବାଡ଼ିରେ ୮୦ ଡିସିମିଲ ଜମିରେ କଲରା, ବାଇଗଣ, ଫୁଲକୋବି, ଟମାଟୋ ଆଦି ଚାଷ କରିଥିଲେ। ଏଥିରୁ ଭଲ ଦୁଇ ପଇସା ରୋଜଗାର କଲେ। ୨୦୨୦ରେ ସେ ୪ଲକ୍ଷ ଟଙ୍କା ଆୟ କରିଥିବା ବେଳେ ୨୦୨୧ରେ ୧.୮୦ଲକ୍ଷ ଟଙ୍କା ଏବଂ ୨୦୨୨ରେ ୨.୩୦ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ପରିବା ଚାଷରୁ ଭଲ ରୋଜଗାର ହେବା ପରେ ସ୍ବାମୀ ଗୋବିନ୍ଦ ରାଜମିସ୍ତ୍ରି କାମ ଛାଡ଼ି ପତ୍ନୀଙ୍କୁ ଚାଷ କାମରେ ସହଯୋଗ କରୁଛନ୍ତି। ଚଳିତବର୍ଷ ଦମୟନ୍ତୀ ନିଜ ବାଡ଼ିରେ ୩ ହଜାର ବନ୍ଧାକୋବି ଓ ଫୁଲକୋବି ଚାଷ କରିବା ପାଇଁ ଚାରା ପକାଇଛନ୍ତି। ମିଠାମକା ଚାଷ କରିଛନ୍ତି। ବୁନ୍ଦା ଜଳସେଚନ ପ୍ରଣାଳୀରେ ଚାଷ କରିବା ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ତାଙ୍କୁ ସହାୟତା ମିଳିଛି।

    ପରିବାରର ଭାଗ୍ୟ ବଦଳାଇ ଦେଲା ପରିବା ଚାଷ
    ସଫଳ ମହିଳା ଚାଷୀ ଦମୟନ୍ତୀ
    ୩୫୦ ମହିଳାଙ୍କୁ ଦେଇଛନ୍ତି କୃଷି ପରାମର୍ଶ
    ଜିଲ୍ଲାର ଶ୍ରେଷ୍ଠ ମହିଳା ଚାଷୀ ରୂପେ ଦୁଇଥର ପୁରସ୍କୃତ

    ସେହିପରି ୨୩ଟି ସ୍ୱୟଂସହାୟକ ଗୋଷ୍ଠୀର ୧୫୦ଜଣ ମହିଳାଙ୍କୁ ନେଇ ଗଠନ ହୋଇଥିବା ଶ୍ରୀଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀର ପରିଚାଳନା ଦାୟିତ୍ୱରେ ଅଛନ୍ତି ଦମୟନ୍ତୀ। ଏଥିରୁ ମଧ୍ୟ ସେ ଭଲ ରୋଜଗାର କରୁଥିବା କହିଛନ୍ତି। ଏହାଛଡ଼ା ସେ ନିଜ ଗ୍ରାମ ଓ ଆଖପାଖ ଗ୍ରାମର ମହିଳା ଚାଷୀଙ୍କୁ ପରିବା ଚାଷ କରିବା ପାଇଁ ପରାମର୍ଶ ଦେଉଛନ୍ତି। କେଉଁ ସମୟରେ କେଉଁ ପରିବା ଚାଷ କଲେ ଅଧିକ ଲାଭ ମିଳିବ, ପରିବା ଚାଷରେ ସାର ପ୍ରୟୋଗ, ରୋଗପୋକ ନ ଲାଗିବା ପାଇଁ କେଉଁ ଔଷଧ ସିଞ୍ଚନ କରାଯିବ, ସେ ସମ୍ପର୍କରେ ସେ ଚାଷୀମାନଙ୍କୁ ପରାମର୍ଶ ଦେଉଛନ୍ତି। ତାଙ୍କ ପରାମର୍ଶ କ୍ରମେ ବର୍ତ୍ତମାନ ସୁଦ୍ଧା ୩୫୦ରୁ ଊର୍ଦ୍ଧ୍ବ ମହିଳା ପରିବା ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ୨୦୨୧ରେ ରାଜ୍ୟସ୍ତରୀୟ କୃଷକ ମେଳାରେ ଦମୟନ୍ତୀଙ୍କୁ କେନ୍ଦୁଝର ଜିଲ୍ଲାର ଶ୍ରେଷ୍ଠ ମହିଳା ଚାଷୀ ଭାବେ ପୁରସ୍କୃତ କରାଯାଇଥିଲା। ତତ୍କାଳୀନ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅରୁଣ ସାହୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଗତବର୍ଷ ସ୍ୱାଧୀନତା ଦିବସରେ ଅବସରରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କୁ ଶ୍ରେଷ୍ଠ ମହିଳା ଚାଷୀ ଭାବେ ସମ୍ମାନିତ କରିଥିଲେ। ଚଳିତବର୍ଷ ମହିଳା ଦିବସରେ ବ୍ଲକ୍‌ର ଶ୍ରେଷ୍ଠ ମହିଳା ଚାଷୀ ଭାବେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

    Share. Facebook Twitter LinkedIn WhatsApp Email
    Previous Articleଲୋୟର ସୁକତେଲ ପ୍ରକଳ୍ପ ବସ୍ତୁତଃ କାର୍ଯ୍ୟକ୍ଷମ! ଜଳସମାଧି ନେଲେ ୯ ଗାଁ
    Next Article ଭଲ ଖବର: ବର୍ଜ୍ୟବସ୍ତୁରୁ ଉପକରଣ, ରୋଜାଲିଙ୍କୁ ଦେଇଛି ରୋଜଗାର
    NewsLaxmi7
    • Website

    Related Posts

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    ରାଜନଗର: ପୋଖରୀକୁ ପଶି ଆସି ଆତଙ୍କ ସୃଷ୍ଟି କରିଥିବା ୧୪ ଫୁଟର କୁମ୍ଭୀର ଶେଷରେ ଧରା ପଡିଛି। ଦୀର୍ଘ ୫…

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ରାଜଧାନୀରେ ମର୍ଡର, ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇ ମୃତ

    September 20, 2022

    ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୨୩ ଜଣ ଆକ୍ରାନ୍ତ

    December 8, 2020

    ଇଡିକୁ ତଥ୍ୟ ଦେଲା କମିସନରେଟ ପୁଲିସ: ଆଜି ରିମାଣ୍ଡରେ ଆସିବେ ଅର୍ଚ୍ଚନା

    December 5, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.