Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଶ୍ରୀଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର : ପ୍ରକଳ୍ପ ପୂର୍ଣ୍ଣ ରୂପ ନେବା ପୂର୍ବରୁ ଉଜୁଡ଼ିଯିବାକୁ ବସିଲାଣି
    ରାଜ୍ୟ

    ଶ୍ରୀଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର : ପ୍ରକଳ୍ପ ପୂର୍ଣ୍ଣ ରୂପ ନେବା ପୂର୍ବରୁ ଉଜୁଡ଼ିଯିବାକୁ ବସିଲାଣି

    NewsLaxmi7By NewsLaxmi7May 14, 2023Updated:May 14, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ପୁରୀ: ନବକଳେବରଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ନାନାଦି ବେଶ, ବିଶେଷ କରି ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ପର୍ଯ୍ୟଟକଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ପରସିବା ଲକ୍ଷ୍ୟରେ ଶ୍ରୀଜଗନ୍ନାଥବଲ୍ଲଭ ମଠ ପରିସରରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ବ୍ୟାଖ୍ୟାନ କେନ୍ଦ୍ର। ଏହି ପ୍ରକଳ୍ପକୁ ପୂର୍ଣ୍ଣ ରୂପ ଦେବାକୁ ଦାୟିତ୍ବ ମୁଣ୍ଡାଇଥିଲା ଓଟିଡିସି(ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ)। ଦାମୀ ଓ ବିରଳ ଖାଣ୍ଡେଲାଇଟ୍‌ ପଥରରେ ସମ୍ପୂର୍ଣ୍ଣ କାରୁକାର୍ଯ୍ୟ ଆରମ୍ଭ ହେଲା। କିନ୍ତୁ ଏହି ପ୍ରକଳ୍ପ ପୂର୍ଣ୍ଣ ରୂପ ନେବା ପୂର୍ବରୁ ଉଜୁଡ଼ିଯିବାକୁ ବସିଲାଣି। ବ୍ୟାଖ୍ୟାନ କେନ୍ଦ୍ର ପାଇଁ ନିର୍ମିତ ଖାଣ୍ଡେଲାଇଟ୍‌ ପଥର ଗୃହ ‌ଏବେ ଜବରଦଖଲକାରୀଙ୍କ କବଳରେ ଥିବାବେଳେ ଏଠାରେ ପଥରର ଯେଉଁ ଦାମୀ କାରୁକାର୍ଯ୍ୟ ସବୁ ଶୋଭା ବଢ଼ାଉଥିଲା, ତାହା କ୍ରମେ ନଷ୍ଟ ହେବାରେ ଲାଗିଲାଣି।

    ରହିଥାନ୍ତା ଶ୍ରୀଜଗନ୍ନାଥଙ୍କ ବେଶ ଓ ସଂସ୍କୃତିର ଇତିବୃତ୍ତି
    ଶୋଭା ବଢ଼ାଉଥିଲା ପଥରର ଦାମୀ କାରୁକାର୍ଯ୍ୟ
    ଥଇଥାନ କେନ୍ଦ୍ର ପାଲଟିଛି

    ଐତିହ୍ୟ ସହରର ବିକାଶ ପାଇଁ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଥିବା ହୃଦୟ(ନ୍ୟାସନାଲ୍‌ ହେରିଟେଜ୍‌ ସିଟି ଡେଭଲପମେଣ୍ଟ ଆଣ୍ଡ୍‌ ଅଗ୍‌ମେଣ୍ଟେସନ୍‌ ଯୋଜନା) ଯୋଜନାରେ ଶ୍ରୀଜଗନ୍ନାଥ ବ୍ୟାଖ୍ୟାନ କେନ୍ଦ୍ରର ପୂର୍ଣ୍ଣ ବିକାଶ ଲକ୍ଷ୍ୟ ରଖିଥିଲେ ସରକାର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଅନୁଦାନରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଗଲା। ଓଟିଡିସି ଏହି ପ୍ରକଳ୍ପର ଟେଣ୍ଡର ନେବା ପରେ ପ୍ରକଳ୍ପ କାର୍ଯ୍ୟ ନବକଳେବରଠାରୁ କାମ ଆରମ୍ଭ ହୋଇଛି ସତ, କିନ୍ତୁ ଆଜି ପର୍ଯ୍ୟନ୍ତ ସମ୍ପର୍ଣ୍ଣ କରିପାରିନି। ସେପଟେ ଯେଉଁ ସବୁ ବିକାଶ ଅଧାଗଢ଼ା ରହିଛି, ତାହା ଉଜୁଡ଼ିଯିବାକୁ ବସିଲାଣି। ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପାର୍କିଂକୁ ଲାଗି ଗୋଲାକୃତିର ବ୍ୟାଖ୍ୟାନ କେନ୍ଦ୍ର ଗୃହ ନିର୍ମାଣ ହୋଇଥିଲା। ଯେଉଁଥିରେ ଛୋଟ ଛୋଟ କୋଠରି ସବୁ ନିର୍ମାଣ କରାଯାଇଥିଲା। ଯାହା ଖାଣ୍ଡେଲାଇଟ୍‌ ପଥରରେ ହୋଇଥିଲା।

    ମହାପ୍ରଭୁଙ୍କ ବିଭିନ୍ନ ବେଶ, ନର୍ତ୍ତକୀ ଓ ଧାର୍ମିକ କାରୁକାର୍ଯ୍ୟ ପୂର୍ଣ୍ଣ ବଡ଼ ବଡ଼ ପଥର ମୂର୍ତ୍ତି ସବୁ ସ୍ଥାନିତ କରାଯାଇଥିଲା। ଲକ୍ଷ୍ୟ ଥିଲା, ଯେଉଁ ପର୍ଯ୍ୟଟକମାନେ ଶ୍ରୀକ୍ଷେତ୍ର ବୁଲି ଆସୁଛନ୍ତି, ସେମାନଙ୍କୁ ଶ୍ରୀଜଗନ୍ନାଥଙ୍କ ନବକଳେବରଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବା। ନାଗାର୍ଜୁନ ବେଶ, ପଦ୍ମବେଶଠାରୁ ଆରମ୍ଭ କରି ଶ୍ରୀମନ୍ଦିରରେ ଶ୍ରୀଜିଉ ଯେଉଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି, ତାହାର ଅବତାରଣା କରିବା। ରଥଯାତ୍ରା ସମ୍ପର୍କରେ ଜଣାଇବା। ବିଶେଷ କରି ଯେଉଁମାନେ ଶ୍ରୀମନ୍ଦିର ଯାଇ ପାରୁନାହାନ୍ତି, ଅଣହିନ୍ଦୁ ଓ ବିଦେଶୀ ପର୍ଯ୍ୟଟକମାନେ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଏଠାରୁ ଅଧିକ ଜ୍ଞାନ ଆହରଣ କରି ପାରିଥାନ୍ତେ। ରିସର୍ଚ୍ଚ ସ୍କଲାରମାନେ ବି ଉପକୃତ ହୋଇପାରିଥାନ୍ତେ।

    କିନ୍ତୁ ଦୁର୍ଭାଗ୍ୟ ଦାମୀ ଖାଣ୍ଡେଲାଇଟ୍‌ ପଥରର ଏହି ବ୍ୟାଖ୍ୟାନ କେନ୍ଦ୍ର କୋଠରି ଭିତରେ ବିସ୍ଥାପିତଙ୍କୁ ଥଇଥାନ କରିଛି ଜିଲ୍ଲା ପ୍ରଶାସନ, ଯେଉଁମାନେ ପ୍ରଶାସନଠାରୁ ଉଭୟ ଜାଗା ଓ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପାଇସାରିଛନ୍ତି। ପ୍ରତି କୋଠରିକୁ ନିର୍ଦ୍ଦିଷ୍ଟ ପରିବାରଙ୍କୁ ଆଲଟ୍‌ କରାଯାଇଛି। ରହୁଥିବା ଲୋକେ ଏହି ଘରକୁ ଆବର୍ଜନାରେ ଭରି ରଖିଛନ୍ତି। ଏହିଠାରେ ରୋଷେଇ ହେଉଛି, ଯାହାର କଳାଧୂଆଁ କାନ୍ଥ ସବୁକୁ କଳା ପକାଇ ସାରିଲାଣି। ପାହାଡ଼ ଉଚ୍ଚାରେ ଜାଳେଣି କାଠ ଏଠାରେ ଗଚ୍ଛିତ ରଖାଯାଇଛି। ଏହା ଭିତରେ ଇଟାର ପାଚେରି ଉଠାଇ ସାରିଲେଣି। ଯେଉଁ କାରୁକାର୍ଯ୍ୟ ସବୁ ରହିଥିଲା, ନଷ୍ଟ ହୋଇ ଝଡ଼ି ପଡ଼ିଲାଣି। ଯାହା ବଳିଛି, ତାହା କଳାଧୂଆଁରେ ଅସୁନ୍ଦର ହୋଇଗଲାଣି। ଏସମ୍ପର୍କରେ ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ କହିବା ଅନୁସାରେ ଓଟିଡିସି ହୃଦୟ ଯୋଜନାରେ ଏହି କାମ କରୁଥିଲା ସତ, କିନ୍ତୁ ଅଦ୍ୟାବଧି ଏହା ସମ୍ପୂର୍ଣ୍ଣ ହୋଇନି କି ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର ହୋଇନି। ଦୁଇବର୍ଷ ତଳେ ଶେଷଥର ଏହା ଉପରେ ଓଟିଡିସି ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଶ୍ରୀସେତୁ କାମ ସରିବା ପରେ ଯାହା କିଛି କରାଯାଇ ପାରିବ ବୋଲି ଓଟିଡିସିର ଅଧିକାରୀମାନେ କହିଥିଲେ। ଏ ଦିଗରେ ଆମର କୌଣସି କର୍ତ୍ତୃତ୍ବ ନାହିଁ।

    Share. Facebook Twitter LinkedIn WhatsApp Email
    Previous Articleଆଜି ମାତୃ ଦିବସ: ଜରାଶ୍ରମରେ ଲୁହ ଝରାଉଛି ମା’
    Next Article ନିଷିଦ୍ଧ କାର୍ବାଇଡ୍‌ରେ ପାଚୁଛି ଆମ୍ବ, ଚେଇଁ ଶୋଇଛି ଖାଦ୍ୟ ସୁରକ୍ଷା ବିଭାଗ
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଶ୍ରୀଲଙ୍କା ହିଂସା ଅଣାୟତ୍ତ: ଦେଶ ଛାଡ଼ିବାକୁ ରାଜପ‌କ୍ଷେ ପରିବାରର ଯୋଜନା

    May 11, 2022

    ମିଲର୍‌ଙ୍କ ହାତରେ ଧାନ ସଂଗ୍ରହ ବ୍ୟବସ୍ଥା, ପ୍ରତିବର୍ଷ ୩ ହଜାର କୋଟି ଦୁର୍ନୀତି ଅଭିଯୋଗ

    February 9, 2023

    କୋଭିଡ ସଂକ୍ରମିତ ହେଲେ ଦିଲ୍ଲୀ ସିଏମ: ଆଇସୋଲେସନରେ ରହିଲେ, ସତର୍କ ରହିବାକୁ ପରାମର୍ଶ

    January 4, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.