ଅପରାଧ ରାଜ୍ୟ

ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କିଛି ଦିନ ତଳେ ପ୍ରେମିକ ସହ ଥିଲେ ଫେରାର

ଢେଙ୍କାନାଳ ୧୩।୮: ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଫ୍ୟାନରେ ପିନ୍ଧା ଲୁଗା ଲଗାଇ ଝୁଲିପଡିଛନ୍ତି ମହିଳା । ଢେଙ୍କାନାଳ ସହରର କାଠଗଡା ନୂଆ ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଖବର ପାଇ ଟାଉନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତା ମହିଳା ଜଣଙ୍କ କାଠଗଡା ନୂଆସାହିର ରବି ସାହୁଙ୍କ ପତ୍ନୀ ଗୌରୀ ସାହୁ ବୋଲି ଜଣାପଡିଛି । ଟାଉନ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ସ୍ବାମୀ ଦୋକାନକୁ ଯାଇଥିବା ବେଳେ ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ମହିଳା ଜଣଙ୍କ କିଛି ଦିନ ପୂର୍ବେ ପ୍ରେମିକ ସହ ଫେରାର ଥିଲେ । ସ୍ବାମୀ ଓ ବାପଘର ଲୋକ ବୁଝାସୁଝା କରି ତାଙ୍କୁ ଫେରାଇ ଆଣିଥିଲେ ବୋଲି ଜଣାପଡିଛି । ଫଳରେ ଲୋକଲଜ୍ଜା ହେଉ କିମ୍ବା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ମୃତ୍ୟୁ ପଛରେ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।