ଅପରାଧ ରାଜ୍ୟ

ଆମ୍ରି ହସ୍ପିଟାଲ୍ ବିରୋଧରେ ଆର୍ଥିକ ଶୋଷଣ ଅଭିଯୋଗ, ପ୍ରତିବାଦରେ ପୂର୍ବତଟ ରେଲୱେ ଶ୍ରମିକ ସଂଘର ଆନ୍ଦୋଳନ

ଭୁବନେଶ୍ୱର ୧୩।୦୮: ଆମ୍ରି ହସ୍ପିଟାଲ ବିରୋଧରେ ମନମୁଖୀ ଆର୍ଥିକ ଶୋଷଣ ଅଭିଯୋଗ। ଏହାର ପ୍ରତିବାଦରେ ପୂର୍ବତଟ ରେଲୱେ ଶ୍ରମିକ ୟୁନିୟନର ଆନ୍ଦୋଳନ। ପୂର୍ବତଟ ରେଲୱେ ଶ୍ରମିକ ୟୁନିୟନର ମହାମନ୍ତ୍ରୀ ପ୍ରଦୀପ୍ତ କୁମାର ପାଟ୍ଟଶାଣୀଙ୍କ ନେତୃତ୍ବରେ ସଂଗଠନର କର୍ମକର୍ତ୍ତା ଆମ୍ରି ହସ୍ପିଟାଲରେ ରୋଗାକ୍ରାନ୍ତ ରେଲୱେ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ କରାଯାଉଥିବା ଆର୍ଥିକ ଓ ମାନସିକ ନିର୍ଯାତନା ବିରୋଧରେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଖବର ଅନୁଯାୟୀ, ଇସମାଇଲ୍ ମୁର୍ମୁ ନାମକ ଜଣେ ରେଲୱେ କର୍ମଚାରୀ ଗତ ଜୁନ୨୬ରେ ସ୍ନାୟୁ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ନଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ଗତ ଜୁଲାଇ୯ରେ ରୋଗୀକୁ କୋଭିଡ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଜୁଲାଇ ୨୪ରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କୁ ୱାର୍ଡ ଓ ଆଇସିୟୁକୁ ବାରମ୍ବାର ସ୍ଥାନାନ୍ତର କରାଯାଇଥିଲା। ଏପରି ସ୍ଥିତିରେ ରୋଗୀ ଇସମାଇଲ୍ ମୁର୍ମୁଙ୍କ ପତ୍ନୀ ଆମ୍ରି ହସ୍ପିଟାଲରେ ଅସୁସ୍ଥ ହୋଇପଡ଼ି ଚତୁର୍ଥ ମହଲା ଲିଫ୍ଟ ପାଖରେ ଚେତାଶୂନ୍ୟ ହୋଇଗଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏମର୍ଜେନ୍ସିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଥାପି ହସ୍ପିଟାଲ କର୍ତ୍ତୃପକ୍ଷ ୭ ହଜାର ଟଙ୍କା ଜମା କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ରେଲୱେ ସହ ହସ୍ପିଟାଲର ହୋଇଥିବା ଚୁକ୍ତିନାମା ଅନୁଯାଇ ଏହାର ସମସ୍ତ କର୍ମଚାରୀ ଓ ପରିବାରବର୍ଗଙ୍କୁ ଆମ୍ରି ହସ୍ପିଟାଲ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେଵ। ଏହା ସତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ ବାରମ୍ବାର ଇସମାଇଲ ମୁର୍ମୁଙ୍କୁ ଡିସଚାର୍ଜ ହେବାକୁ ବାଧ୍ୟ କରିଥିଲେ। ତାଙ୍କୁ ବେଆଇନ ଭାବେ ୫୬ ହଜାର ୯୧୪ ଟଙ୍କା ଜମା କରିବାକୁ ବାଧ୍ୟ କରାଯିବା ସହ ଦୁର୍ବ୍ୟବହାର କରାଯାଇଥିଲା। ଏହାର ପ୍ରତିବାଦରେ ପୂର୍ବତଟ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ ହସ୍ପିଟାଲ ସମ୍ମୁଖରେ ଧାରଣା ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।