ବ୍ୟୁରୋ : ଭାରତର ସର୍ବ ବୃହତ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଶିକ୍ଷାର ବ୍ୟବଧାନକୁ ଦୂର କରିବା ତଥା ଗୁଣାତ୍ମକ ଶିକ୍ଷାର ଅବିରତ ସୁଯୋଗ ଦେଇ ଓଡ଼ିଶାର ଗ୍ରାମାଂଚଳର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ସୁଯୋଗ ପାଇବାକୁ ଉତ୍ସାହିତ କରୁଛି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଯୁବକମାନଙ୍କ ମଧ୍ୟରେ ସ୍ଥାୟୀ ଶିକ୍ଷାର ମହତ୍ୱ ଉପରେ ସଚେତନତା ସୃଷ୍ଟି କରିବା ଲାଗି କମ୍ପାନି ଏକ ସପ୍ତାହ ଧରି ଅଭିଯାନ ଚଳାଇଥିଲା । ଏହି ଅଭିଯାନର ଏକ ଅଂଶ ଭାବରେ ବେଦାନ୍ତ ଆଲୁମିନିୟମ ଭିନ୍ନ ଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲା ଓ ୭୦୦ରୁ ଅଧିକ ଛାତ୍ରଛାତ୍ରୀମାନେ ଜାମଖାନି ଓ ଘୋଗରପାଲିରୁ ଅଭିଯାନରେ ଅଂଶଗ୍ରହଣ କରିଥିଲେ ।
ଏପ୍ରିଲ ୨୦୨୨ ପରଠାରୁ କମ୍ପାନି କୋଭିଡ ହ୍ରାସ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାର ଜରପାଲମ, ବିଲାଇମୁଣ୍ଡା ଓ ମେଣ୍ଡ୍ରା ଗ୍ରାମର ୨୨ଟି ସ୍କୁଲ ଓ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ୫୫ ସ୍କୁଲ ପିଲାଙ୍କୁ ପାଠ୍ୟ ଉପକରଣ ବଂଟନ କରିଥିଲା । ଏହି ପଦକ୍ଷେପ ଦ୍ୱାରା ୭୦୦୦ରୁ ଅଧିକ ପିଲାମାନେ ଉପକୃତ ହୋଇଥିଲେ । ଏହା ସହ ବେଦାନ୍ତ ଆଲୁମିନିୟମର କର୍ମଚାରୀମାନେ ସ୍ୱେଛାକୃତ ଭାବେ ଅଂଚଳର ମାଧ୍ୟମିକ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିୟର କାଉନସେଲିଂ କାର୍ୟ୍ୟକ୍ରମ ପରିଚାଳନା କରିଛନ୍ତି ।
ଶିକ୍ଷା ପଦକ୍ଷେପ ସଂପର୍କରେ ଶ୍ରୀ ଭି.ଶ୍ରୀକାନ୍ତ, ସିଇଓ- ମାଇନ୍ସ (ବେଦାନ୍ତ ଆଲୁମିନିୟମ) କହିଛନ୍ତିଯେ- କଂପାନି ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ସକ୍ଷମ କରିବାକୁ ଦୃଢ ପରିକର । ଆମର ବିକାଶମୂଳକ ପଦକ୍ଷେପ ଗୁଡ଼ିକ ଅଂଚଳର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହୋଇଛି । ଆମେ ଚାହୁଁ ଆମ ଅଂଚଳରେ ଲୋମାନଙ୍କ ଜୀବନରେ ଗୁଣାତ୍ମକ ପରିବର୍ତନ ଆସୁ ଓ ଆମ ଯୁବକମାନଙ୍କ ପାଇଁ ନୂତନ ଅଭିବୃଦ୍ଧିର ସୁଯୋଗ ମିଳୁ ।