Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଶିମିଳିପାଳ ବନରକ୍ଷୀଙ୍କ ମୃତ୍ୟୁ ଘଟଣା; ବନରକ୍ଷୀଙ୍କ ବଳିଦାନ ଚିରଋଣୀ କରି ରଖିବ: କେନ୍ଦ୍ର ମନ୍ତ୍ରୀ
    ରାଜ୍ୟ

    ଶିମିଳିପାଳ ବନରକ୍ଷୀଙ୍କ ମୃତ୍ୟୁ ଘଟଣା; ବନରକ୍ଷୀଙ୍କ ବଳିଦାନ ଚିରଋଣୀ କରି ରଖିବ: କେନ୍ଦ୍ର ମନ୍ତ୍ରୀ

    NewsLaxmi7By NewsLaxmi7May 24, 2023Updated:May 24, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କଳାବାଡ଼ିଆ/ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ବନରକ୍ଷୀ (ଫରେଷ୍ଟ ଗାର୍ଡ) ବିମଳ କୁମାର ଜେନାଙ୍କ ମୃତ୍ୟୁ ଘଟଣାରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି। କେନ୍ଦ୍ର ଶ୍ରମ, ନିଯୁକ୍ତି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କର୍ତ୍ତବ୍ୟରତ ଜଣେ ବନ କର୍ମଚାରୀଙ୍କ ବଳିଦାନ ତାଙ୍କୁ ଚିରଋଣୀ କରି ରଖିବ ବୋଲି ଟୁଇଟ୍‌ କରିଛନ୍ତି। ସେହିପରି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

    ଅନ୍ୟପକ୍ଷରେ, ଘଟଣାର ୨୪ ଘଣ୍ଟା ନବିତୁଣୁ ତଦନ୍ତକାରୀ ଟିମ୍‌କୁ ସଫଳତା ମିଳିଛି । ଆଜି ଅଭିଯୁକ୍ତ ସମ୍ପୃକ୍ତ ବାଙ୍ଗିରିପୋଷି ବ୍ଲକ୍‌ ବଡ଼ଗାଁ ପଞ୍ଚାୟତର ଚନ୍ଦନ ଦେଓଗାମ (୧୮), ରାମ ପିଙ୍ଗୁଆ (୩୫) ଓ ଲକ୍ଷ୍ମଣ ପିଙ୍ଗୁଆ (୩୦)ଙ୍କୁ ଉଠାଇ ଆଣିଛି ସ୍ପେସାଲ୍‌ ସ୍କ୍ବାଡ୍‌। ରାମ ପିଙ୍ଗୁଆଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଓ ସମ୍ବର ସିଙ୍ଗ ମଧ୍ୟ ଜବତ ହୋଇଛି। ସ୍ପେସାଲ୍‌ ସ୍କ୍ବାଡ୍‌ର ଅଧିକାରୀଙ୍କ କହିବା ଅନୁଯାୟୀ; ଗୁଳିମାଡ଼ ଘଟଣାରେ ଧରାପଡ଼ିଥିବା ୩ ଅଭିଯୁକ୍ତଙ୍କ ସହ ବଡ଼ଗାଁ ପଞ୍ଚାୟତ ରହଣୀ ସାହିର ଆଉ ୫ ଜଣଙ୍କ ସମ୍ପୃକ୍ତି ରହିଛି। ଯେଉଁମାନେ ଏବେ ବି ଶିମିଳିପାଳ ଅଭୟାରଣ୍ୟ ଭିତରେ ଲୁଚି ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ବାଙ୍ଗିରିପୋଷି ଥାନା ଅଧିକାରୀ କମଳାକାନ୍ତ ଦାସ ଓ ଟିମ୍‌ ଏବଂ ସ୍ପେସାଲ୍‌ ସ୍କ୍ବାଡ୍‌ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

    ସେହିପରି ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ବେଳେ ପିଠାବଟା ଦକ୍ଷିଣ ବନ୍ୟପ୍ରାଣୀ ରେଞ୍ଜ ବନପାଳ ଜୟନ୍ତ କୁମାର ଧଳ ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିମଳଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
    ଉଲ୍ଲେଖଥାଉକି ଗତକାଲି ସନ୍ଧ୍ୟାରେ ବନରକ୍ଷୀ ବିମଳ, ସୁରକ୍ଷା ବାହିନୀ ସଦସ୍ୟ ରୁବେନ ସୋରେନ ଓ ବୁଦ୍ଧିଆ ମାରାଣ୍ଡି ସୋରିଷପାଳ ପଞ୍ଚାୟତ କଳସୀଡ଼ୁବା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହିସମୟରେ ୮ରୁ ୧୦ ଜଣ ବନ୍ଧୁକଧାରୀ ଶିକାରୀ ୩ଟି କୁଟୁରା ଓ ୨ଟି ବାର୍‌ହା ଶିକାର କରି ଫେରୁଥିଲେ। ଏତିକିବେଳେ ସେମାନଙ୍କ ବ‌ାଟ ଓଗାଳିଥିଲେ ବିମଳ। ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ପ୍ରୟାସ କରିବାରୁ ଶିକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ବିମଳଙ୍କ ବାମପଟ ଛାତିରେ ବାଜିଥିଲା। ଫଳରେ, ସେ ସେଠାରେ ଟଳି ପଡ଼ିଥିଲେ।

    ମୃତ ବନରକ୍ଷୀ ପତ୍ନୀଙ୍କ ପ୍ରଶ୍ନ; ଠେଙ୍ଗାରେ କ’ଣ ବନ୍ଧୁକଧାରୀ ଶିକାରୀଙ୍କ ସାମ୍ନା କରିପାରିବେ?

    ବାରିପଦା: ଶିକାରୀ ବନ୍ଧୁକ ଧରୁଛନ୍ତି, ବନ କର୍ମଚାରୀମାନେ କଣ ଠେଙ୍ଗାରେ ସେମାନଙ୍କ ମୁକାବିଲା କରିପାରିବେ? କାନ୍ଦିକାନ୍ଦି ଏହିଭଳି ପ୍ରଶ୍ନ କରିଛନ୍ତି ମୃତ ବନରକ୍ଷୀ ବିମଳକୁମାର ଜେନାଙ୍କ ପତ୍ନୀ ଦୀପିକା ସ୍ବାଇଁ। ବିମଳଙ୍କ ସହ ପତ୍ନୀ ଦୀପିକା ସ୍ବାଇଁ ମଧ୍ୟ ବନ ବିଭାଗରେ ଚାକିରି କରନ୍ତି। ତାଙ୍କ କହିବା କଥା, ଗତକାଲି ଅପରାହ୍ନ ୫ଟା ବେଳେ ଜଙ୍ଗଲରେ ପାଟ୍ରୋଲିଂ କରୁଥିବାବେଳେ ବିମଳ ତାଙ୍କୁ ଫୋନ୍‌ କରିଥି‌ଲେ। ସେ ଶିକାରୀଙ୍କ ଟାର୍ଗେଟ୍‌ରେ ଥିବାନେଇ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କହିଥିଲେ। ଏହିସମୟରେ ଶିକାରୀମାନେ ବିମଳଙ୍କ ଉପରକୁ ଗୁଳିମାଡ଼ କରିବାରୁ ଘଟଣାସ୍ଥଳରେ ସେ ଟଳିପଡ଼ିଥିଲେ। ଜଙ୍ଗଲରେ ନେଟ୍‌ୱାର୍କ ନଥିବାରୁ ଫୋନ୍‌ କଟିଗଲା ବୋଲି ଭାବିଥିଲେ ଦୀପିକା।

    ସେ ସଙ୍ଗେସଙ୍ଗେ ସ୍ବାମୀ ବିମଳ ବିପଦରେ ଥିବା କଥା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ, ରାତି ୧୧ଟାରେ ମୃତଦେହ ବାରିପଦା ପିଆର୍‌ଏମ୍‌ ମେଡିକାଲ୍‌କୁ ଅଣାଯିବା ପରେ ପତ୍ନୀ ଓ ପରିବାର ଲୋକ ବିମଳ ଏ ଦୁନିଆରେ ନଥିବା ଜାଣବାକୁ ପାଇଥିଲେ। ସ୍ବାମୀଙ୍କ ମୃତ୍ୟୁପରେ ଭାଙ୍ଗି ପଡ଼ିଛନ୍ତି ଦୀପିକା। ଭବିଷ୍ୟତରେ ଶିକାରୀ ଗୁଳିରେ ବିମଳଙ୍କ ପରି ଆଉ କାହାର ଜୀବନ ଯେମିତି ନଯାଉ, ସେଥିପାଇଁ ନିୟମରେ ପରିବର୍ତ୍ତନ ଆସୁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ରାଜ୍ୟ ସରକାରଙ୍କଠାରେ ଗୁହାରି କରିଥିଲେ।

    Share. Facebook Twitter LinkedIn WhatsApp Email
    Previous Articleମୁଣ୍ଡଳୀ ଟୋଲଗେଟ୍‌ କର୍ମଚାରୀଙ୍କ ଆକ୍ରମଣ, ୧୦ ପର୍ଯ୍ୟଟକ ଗୁରୁତର
    Next Article ଆଉ ବର୍ଷେ ବଢ଼ିଲା ‘ସୁନେତ୍ର’: ଚକ୍ଷୁରୋଗ ବିଶେଷଜ୍ଞଙ୍କୁ ଦିଆଯିବ ରେଟିନୋପ୍ୟାଥି ତାଲିମ୍‌
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଏଯାଏଁ ଅବସର ନେଇନି: ଏହି ପଡିଆରେ ଶେଷ ମ୍ୟାଚ୍ ଖେଳିବେ Universe Boss

    November 7, 2021

    ମୁଣ୍ଡଳୀ ବ୍ରିଜ୍‌ରେ ପୁଣି ଅଘଟଣ, ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ !

    August 30, 2022

    ଗୋଟିଏ ଓଭରରେ ୬ ଛକା: ପେରେରା ପ୍ରଥମ ସିଂହଳୀ ବ୍ୟାଟ୍‌ସମ୍ୟାନ୍‌

    March 30, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.