Subscribe to Updates

    Get the latest creative news from FooBar about art, design and business.

    What's Hot

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023
    Facebook X (Twitter) Instagram
    Trending
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ୧୦ ହଜାର ଗଛ ଲଗାଇବ ଓଏଫ୍‌ଡିସି
    ରାଜ୍ୟ

    ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ୧୦ ହଜାର ଗଛ ଲଗାଇବ ଓଏଫ୍‌ଡିସି

    NewsLaxmi7By NewsLaxmi7July 20, 2023Updated:July 20, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ନେଉନି। ଗୋଟିଏ ପଟେ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ରେ ମାମଲାର ଶୁଣାଣି ଜାରି ରହିଥିବା ବେଳେ ଅନ୍ୟପଟେ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ହାଇକୋର୍ଟରେ ବି ମାମଲା କରାଯାଇଛି। ଏଥିସହ ଆସନ୍ତା ୨୨ ତାରିଖ ସକାଳ ୧୦ଟାରେ ଏଠାରେ ସମୂହ ବୃକ୍ଷରୋପଣ ସହ ସହିଦ ସ୍ମୃତିସ୍ତମ୍ଭର ଶିଳାନ୍ୟାସ କରିବାକୁ ନିଷ୍ପତ୍ତି ନିଆଯାଇଛି। କୌଣସି ବି ପରିସ୍ଥିତିରେ ଶିଖରଚଣ୍ତୀ ପାହାଡ଼ ଉପରେ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ଦିଆଯିବ ନାହିଁ ବୋଲି ସମିତିର ସଦସ୍ୟମାନେ ଚେତାବନୀ ଦେଇଛନ୍ତି। ସେପଟେ ନଷ୍ଟ ହୋଇଥିବା ୭.୫ ଏକର ପାହାଡ଼ରେ ବୃକ୍ଷରୋପଣ ଦିଗରେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ପଦକ୍ଷେପ ନେଇଛି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅନୁରୋଧକ୍ରମେ ଓଏଫ୍‌ଡିସି ପକ୍ଷରୁ ପାହାଡ଼ ଉପରେ ୧୦ ହଜାର ବୃକ୍ଷରୋପଣ ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଗମର ଅଧିକାରୀମାନେ ନଷ୍ଟ ହୋଇଥିବା ପାହାଡ଼ ଅଞ୍ଚଳ ବୁଲି ଦେଖିବା ସହ କେଉଁଠି ବୃକ୍ଷରୋପଣ ହେବ ସେନେଇ ଆଲୋଚନା କରିଛନ୍ତି। ଖୁବ୍‌ଶୀଘ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି।

    ୨୨ରେ ବିରୋଧୀଙ୍କ ସମୂହ ବୃକ୍ଷରୋପଣ
    ସହିଦ ସ୍ମୃତିସ୍ତମ୍ଭର ଶିଳାନ୍ୟାସ କରାଇବେ

    ସମିତି ଅଭିଯୋଗ ଅନୁଯାୟୀ ଏନ୍‌ଜିଟିରେ ମାମଲାର ବିଚାର ଚାଲିଥିବା ବେଳେ ଜଣେ ତେଲୁଗୁ ଠିକାଦାର ଏନ୍‌ଜିଟିଙ୍କ ଆଦେଶକୁ ଅବମାନନା କରି ପ୍ରକଳ୍ପ କରିବା ପାଇଁ ପାହାଡ଼କୁ ନଷ୍ଟ କରି ଚାଲିଛନ୍ତି। ୩ ଏକର ଜମିରେ ପ୍ରକଳ୍ପ କରିବାକୁ ଯୋଜନା ହୋଇଥିବା ବେଳେ ଇଡ୍‌କୋ ପକ୍ଷରୁ ୱାଟକୋକୁ ୪ ଏକର ପାହାଡ଼ ଜମି ଯୋଗାଇ ଦିଆଯାଇଛି। ଏହାର ଫାଇଦା ନେଇ ସମ୍ପୃକ୍ତ ଠିକାଦାର ପାହାଡ଼ର ୧୦ ଏକର ନଷ୍ଟ କରିଛି। ପାହାଡ଼ରୁ ଶତାଧିକ ଗଛ କଟାଯାଇଥିବାରୁ ଏବେ ଏହା ଲଣ୍ଡା ପାହାଡ଼ରେ ପରିଣତ ହୋଇଛି। ତେଣୁ ପାହାଡ଼ର ସବୁଜିମା ଫେରାଇ ଆଣିବା ପାଇଁ ଆସନ୍ତା ୨୨ ତାରିଖରେ ନିକଟବର୍ତ୍ତୀ ଗ୍ରାମର ଛାତ୍ର, ଯୁବକ, ମହିଳା, ପରିବେଶବିତ୍‌, ସମାଜସେବୀ, ଶିକ୍ଷାବିତ୍‌ ସାମିଲ ହୋଇ ବୃକ୍ଷରୋପଣ କରିବେ।

    ଐତିହ୍ୟ ଦୃଷ୍ଟିକୋଣରୁ ଏହି ମନ୍ଦିର ସହ ପାହାଡ଼ର ମାହାତ୍ମ୍ୟ ବହୁତ ରହିଥିବାରୁ ଏହାର ସୁରକ୍ଷା ଓ ସଂରକ୍ଷଣ ନିତାନ୍ତ ଅପରିହାର୍ଯ୍ୟ। ୧୯୬୬-୬୭ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ପ୍ରକାଶିତ ରିଭ୍ୟୁ ନିବନ୍ଧରେ ଶିଖରଚଣ୍ଡୀ ପାହାଡ଼ ଉପରେ ଅବସ୍ଥିତ ମନ୍ଦିର ଓ ମା’ ମହିଷାମର୍ଦ୍ଦିନୀ ମୂର୍ତ୍ତି ୭ମ ଶତାବ୍ଦୀର ବୋଲି ଦର୍ଶାଯାଇଛି। ଏହି ଦୁର୍ଗା ମୂର୍ତ୍ତି ପରବର୍ତ୍ତୀ ସମୟରେ ମା’ ଶିଖରଚଣ୍ଡୀ ନାମରେ ପୂଜା ପାଉଛନ୍ତି। ଓଡ଼ିଶାର ଶୈଳଭବ ରାଜବଂଶ ଓ ଭୌମକର ରାଜବଂଶର ଇଷ୍ଟଦେବୀ ହେଉଛନ୍ତି ମା’ ଶିଖରଚଣ୍ଡୀ। ପ୍ରାକୃତିକ ଜଙ୍ଗଲରେ ପରିପୂର୍ଣ୍ଣ ଶିଖରଚଣ୍ଡୀ ପାହାଡ଼ ବନ୍ୟପ୍ରାଣୀଙ୍କ ଚରାଭୂମି ଏବଂ ଏହା ଏକ ଐତିହାସିକ ପୀଠସ୍ଥଳୀ। ଏଠାରେ ପାଇକମାନେ ମା’ ଶିଖରଚଣ୍ଡୀଙ୍କ ଆଶୀର୍ବାଦ ନେଇ ବ୍ରିଟିସ୍‌ମାନଙ୍କ ବିରୋଧରେ ସମରାଭ୍ୟାସ ସହ ଗରିଲା ଯୁଦ୍ଧ କରିଥିଲେ, ଯାହାକି ‘ଖୋର୍ଦ୍ଧା ଦର୍ପଣ’ ପୁସ୍ତକରେ ଲେଖାଯାଇଛି। ବାସ୍ତବରେ ଏହା ଓଡ଼ିଶା ବୀରତ୍ବପୂର୍ଣ୍ଣ ଇତିହାସର ମୂକସାକ୍ଷୀ। ଜୈବ ବିବିଧତାର ପ୍ରାଣକେନ୍ଦ୍ର ଓ ଭୁବନେଶ୍ବରର ଫୁସ୍‌ଫୁସ୍‌। ତେଣୁ ଏହି ପାହାଡ଼ରେ ପାଣି ପ୍ରକଳ୍ପ କରାଇ ଦିଆଯିବ ନାହିଁ ବୋଲି ସମିତିର ଆବାହକ ସଚିନ ମହାପାତ୍ରଙ୍କ ସମେତ ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରିନ୍‌ ଆର୍ମିର କମାଣ୍ଡାଣ୍ଟ ଇନ୍‌ ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନ, ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ପ୍ରମୁଖ ଚେତାବନୀ ଦେଇଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleମହାରା‌ଷ୍ଟ୍ରର ରାୟଗଡ଼ରେ ଭୂସ୍ଖଳନ; ୫ ମୃତ, ଫସି ରହିଛନ୍ତି ଅନେକ
    Next Article ମୋବାଇଲ୍‌ ଫୋନ୍‌ରେ ବ୍ୟସ୍ତ ରହୁଥିବାରୁ ଗାଳି ଦେଲେ ବାପାମାଆ; ୯୦ ଫୁଟ୍‌ ଉଚ୍ଚରୁ ଜଳପ୍ରପାତକୁ ଡେଇଁ ପଡ଼ିଲେ ଯୁବତୀ
    NewsLaxmi7
    • Website

    Related Posts

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ପାତ୍ରପୁର: ଉପସ୍ଥାନ କମ୍ କାରଣରୁ କିଛି ବିଦ୍ୟାଳୟକୁ ଓଡ଼ିଶା ସରକାରଙ୍କ ଓ ଶିକ୍ଷା ବିଭାଗ ବନ୍ଦ କରିଦେବା ପରେ ପିଲାମାନଙ୍କ…

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ନିଶା ନିବାରଣ କେନ୍ଦ୍ରର ମାଲିକ ଗିରଫ, ପ୍ରଶାସନର ନିର୍ଦ୍ଦେଶ ନ ମାନି ବେଆଇନ ଭାବେ ଚଳାଇଥିଲେ କେନ୍ଦ୍ର

    September 4, 2022

    ରାତିରେ ପଡିଲା ହାତଗଣ୍ଠି, ସାତ ଫେରା ନେଲେ ନବ ଦମ୍ପତି, କନିଆ କହିଲା-ମୁଁ ବର ସହ ଯିବିନି

    June 8, 2022

    ଧରାପଡ଼ିଲା ସିଦ୍ଧୁ ମୂସେଓ୍ବାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ! କାଲିଫୋର୍ଣ୍ଣିଆରେ ଗୋଲ୍ଡି ବରାଡ଼ ରହିଥିବା ନେଇ ସୂଚନା

    December 2, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.