ଶନି ଦେବତାଙ୍କ କୃପା ପାଇବା ପାଇଁ ଶନିଙ୍କ ଭକ୍ତ କ’ଣ କ’ଣ ନ କରନ୍ତି। ମନ୍ଦିର ଯାଆନ୍ତି, ଉପବାସ ରଖିଥାଆନ୍ତି ଏବଂ ଯେତେବେଳେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ସେତେବେଳେ ସେମାନେ ଶନି ଦେବତାଙ୍କ ଭକ୍ତି ଭାବରେ ବିଭୋର ହୋଇଯାଇଥାଆନ୍ତି। ଯଦି ଶନି ଭକ୍ତ ଶନି ଦେବତାଙ୍କ ଆରାଧନା ଭଲ ମନରେ କରିବେ ତେବେ ସୂର୍ଯ୍ୟ ପୁତ୍ର ତାଙ୍କ ମନୋସ୍କାମନା ପୂରଣ କରିବାରେ କେବେ ବିଳମ୍ବ କରିବେ ନାହିଁ। ଶନି ଦେବତାଙ୍କୁ କିପରି ପ୍ରସନ୍ନ କରାଯିବ ତାହା ପ୍ରତ୍ୟେକ ଭକ୍ତଙ୍କ ମନରେ ପ୍ରଶ୍ନ ଉଠିଥାଏ। ଆସନ୍ତୁ ଜାଣିବା ଅତ୍ୟନ୍ତ ସହଜ ଉପାୟ ବିଷୟରେ ଯାହାକୁ ଅବଲମ୍ବନ କରି ଆପଣ ଶନି ଦେବତାଙ୍କୁ ଶୀଘ୍ର ପ୍ରସନ୍ନ କରି ପାରିବେ।
ଶନିବାର ଓସ୍ତ ବୃକ୍ଷ ଚାରିପଟେ ୭ଥର କଞ୍ଚା ସୂତା ବାନ୍ଧନ୍ତୁ ଏବଂ ଏହା କରିବା ସମୟରେ ଶନି ଦେବତାଙ୍କ ଯେକୌଣସି ଏକ ମନ୍ତ୍ର ଜପ କରନ୍ତୁ। ଏହା ପରେ ବୃକ୍ଷକୁ ଧୂପ-ଦୀପରେ ପୂଜା କରନ୍ତୁ। ମନେ ରଖନ୍ତୁ ଯେଉଁ ଦିନ ପୂଜା କରିବେ ସେହି ଦିନ ବିନା ଲୁଣରେ ଭୋଜନ କରିବେ।
ଶନି ଦେବତାଙ୍କ ପ୍ରକୋପକୁ ଶାନ୍ତ କରି ତାଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଶନିଙ୍କ ପତ୍ନୀଙ୍କ ନାମକୁ ନିତ୍ୟ ପାଠ କରନ୍ତୁ ତେବେ ଶୁଭ ରହିବ। ମନ୍ତ୍ରଟି ହେଉଛି-
ଧ୍ବଜିନୀ ଧାମିନୀ ଚୌବ କଙ୍କାଳୀ କଳହପ୍ରିୟା।
କଙ୍କଟୀ କଳହୀ ଚାଉଥ ତୁରଙ୍ଗୀ ମହିଷୀ ଅଜା।
ଶନୈନମାନି ପତ୍ନୀନାମେତାନି ସଞ୍ଜପନ ପୁମାନ।
ଦୁଃଖାନି ନାଶ୍ୟେନିତ୍ୟଂ ସୌଭାଗ୍ୟମେଧତେ ସୁଖମ୍।
ଯଦି କୁଷ୍ଠ ରୋଗ ବଂଶାନୁଗତ ନ ହୋଇ ଶନିଙ୍କ କୋପ କାରଣରୁ ହୋଇଛି ତେବେ ଏହାଠାରୁ ମୁକ୍ତି ପାଇବା ପାଇଁ ଡାକ୍ତରୀ ପରାମର୍ଶ ସହ ଏହି ମନ୍ତ୍ର ଜପ କରିବା ଦ୍ବାରା ରୋଗ ଭଲ ହୋଇଯାଇଥାଏ।
ଓଂ ଏଂ ହ୍ରୀଂ ଶ୍ରୀ ଶନୈଶ୍ଚରାୟଃ ନମଃ
ଶନି ଗ୍ରହଙ୍କ ଅଶୁଭ ପ୍ରଭାବ କାରଣରୁ ଶରୀରରେ ଚର୍ମ ରୋଗ ହେଲେ ଶନିବାର ବିଛୁଆ ଗଛର ମୂଳ ବାହୁରେ ବାନ୍ଧିବା ଦ୍ବାରା ଲାଭ ହୋଇଥାଏ।
ଶନି ଗ୍ରହର ରତ୍ନ ହେଉଛି ନୀଲମ। ଏହାର ପ୍ରଭାବ ଶୀଘ୍ର ଆ ରମ୍ଭ ହୋଇଥାଏ। ଏହାକୁ ଧାରଣ କରିବା ସମୟରେ ଖାସ୍ ସାବଧାନତା ଅବଲମ୍ବନ କରନ୍ତୁ।
ପ୍ରତ୍ୟେକ ଶନିବାର ବର ଏବଂ ଓସ୍ତ ଗଛ ତଳେ ସୂଯ୍ୟୋଦୟ ପୂର୍ବରୁ ଦୀପ ଜଳାଇ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଶନି ଦେବତା ନିଶ୍ଚୟ ପ୍ରସନ୍ନ ହେବେ।
ଶନି ଦଶାରୁ ମୁକ୍ତି ପାଇବା ପାଇଁ ଜପ କରନ୍ତୁ ଶନି ଦେବତାଙ୍କ ପତ୍ନୀଙ୍କ ମନ୍ତ୍ର

