ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପଟ୍ଟାଙ୍ଗି : କୋରାପୁଟ ଜିଲ୍ଲାର କୋଟିଆକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗିରହିଛି। ଅଞ୍ଚଳ ପାଇଁ ଓଡ଼ିଶା ସରକାର ବିଭିନ୍ନ ଉନ୍ନୟନ କାମ କରୁଥିବା ବେଳେ ଏଠାରେ ନିର୍ମିତ ଏକ ଶୀତଳ ଭଣ୍ଡାର ଲୋକଙ୍କ କାମରେ ଆସୁ ନଥିବା ଜଣାପଡିଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିଆରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଉଛି। କୋଟିଆବାସୀଙ୍କୁ ଓଡିଶା ସହ ବାନ୍ଧି ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ଜରିଆରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ନୂଆ ଡାକ୍ତରଖାନା, ନୂଆ ଥାନାଠାରୁ ଆରମ୍ଭ କରି କୋଟିଆବାସୀ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ସରକାର ଜୋର୍ ଦେଉଛନ୍ତି। ଗତ ମାସ ୨୨ ତାରିଖରେ କୋଟିଆଠାରେ ଉକ୍ତ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା। ଗାଁର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ଭୁବନେଶ୍ୱରରୁ ଏକ କମ୍ପାନି କର୍ମକର୍ତ୍ତା ଆସି ମହିଳାମାନଙ୍କୁ ତାଲିମ ପ୍ରଦାନ କରିଥିଲେ। କିନ୍ତୁ ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ଶୀତଳ ଭଣ୍ଡାର ଅଞ୍ଚଳବାସୀଙ୍କ କାମରେ ଲାଗିପାରିନି। ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାର ସବୁଠାରୁ ବଡ଼ହାଟ ହେଉଛି କୁନ୍ଦୁଲି। ସପ୍ତାହରେ ଏହା ୫ ଦିନ ଖୋଲିଥାଏ। ଏଠାରେ ଶୀତଳ ଭଣ୍ଡାର ନଥିବାରୁ ଅଧିକାଂଶ ସମୟରେ ଚାଷୀ ଅଭାବୀ ବିକ୍ରିର ସାମନା କରୁଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l