ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ହ୍ରାସ ପାଉଛି ନୂଆ କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ରାଜ୍ୟରେ ନୂଆ କୁଷ୍ଠ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୦୧୯-୨୦ ବର୍ଷରେ ୧୦୦୭୭ କୁଷ୍ଠ ଅାକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୦୨୦-୨୧ରେ ଏହି ସଂଖ୍ୟା ୬୧୪୮ ଓ ୨୦୨୧-୨୨ରେ ୫୭୨୯ ଥିଲା। ସେହିପରି ଏହି ଅବଧିରେ ରୋଗ ପ୍ରସାର ହାର ମଧ୍ୟ ପ୍ରତି ୧୦ହଜାର ଜନସଂଖ୍ୟାରେ ୧.୪୫ରୁ ୦.୮୯କୁ ହ୍ରାସ ପାଇଛି। ରାଜ୍ୟ ସରକାରଙ୍କ ତରଫରୁ କୁଷ୍ଠ ନରାକରଣ ସଂପର୍କିତ ମାମଲାରେ ଦାଖଲ ସତ୍ୟପାଠରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି। ୨୦୨୩, ଜାନୁଆରି ୪ର ମନିଟରିଂ କମିଟି ବୈଠର ବିବରଣୀ ସରକାରଙ୍କ ପକ୍ଷରୁ ମଧ୍ୟ ଦାଖଲ କରାଯାଇଛି।

ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ, ସ୍ବାସ୍ଥ୍ୟ ଓ ବରିବାର କଲ୍ୟାଣ ବିଭାଗ ସଚିବ, କମିଟି ସଦସ୍ୟ ଓ ଦୁଇ ବିଭାଗର ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠରେ ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ତଥ୍ୟ ଉପସ୍ଥାପନ କରାଯାଇଥିବା ଦର୍ଶାଯାଇଥିଲା। ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକାରୀ ହେବା ପରେ କୁଷ୍ଠ ସମେତ ଅନ୍ୟାନ୍ୟ ରୋଗର ଚିହ୍ନଟ ଓ ଚିକିତ୍ସା ପାଇଁ ସମସ୍ତ ପାରାମେଡିକାଲ କର୍ମଚାରୀ ପ୍ରଶିକ୍ଷଣ ହାସଲ କରିଛନ୍ତି।

ରାଜ୍ୟରେ ୩୨୧୮ଜଣ ପୁରୁଷ (ମଲ୍ଟିପ‌ରପୋଜ ହେଲ୍‌ଥ ୱାର୍କର) ସ୍ବାସ୍ଥ୍ୟ କର୍ମୀ, ୭୨୨୪ଜଣ ମହିଳା ସ୍ବାସ୍ଥ୍ୟ କର୍ମୀ, ୪୮୦୧୧ଜଣ ଅାଶାକର୍ମୀ, ୪୯୯୧ଜଣ ଡାକ୍ତର (ଏମବିବିଏସ), ୪୦୦୯ଜଣ ସିଏଚଓ, ୧୩୮୫ଜଣ ଅାୟୁଷ ମେଡିକାଲ ଅଫିସର ଓ ୯୮ଜଣ ଫିଜିଓଥେରାପିଷ୍ଟ ଏହି କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଲାଭ କରିଛନ୍ତି। ସେହିପରି ୭ଜଣ ପ୍ରଶିକ୍ଷଣ ହାସଲ କରିଥିବା ସର୍ଜନଙ୍କୁ ୧୨ଟି କୁଷ୍ଠ ଚିକିତ୍ସାଳୟରେ ନିୟୋଜିତ କରାଯାଇଛି। ବର୍ତ୍ତମାନ ରହିଥିବା କୁଷ୍ଠ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ ପ୍ରତିଶତଙ୍କ କୌଣସି ଶାରୀରିକ ବିକୃତି/ଘାଆ ନାହିଁ ଓ ସୋମନଙ୍କୁ ୬ ମାସିଆ ମଲ୍ଟି ଡ୍ରଗ ଥେରାପି ସ୍ବାସ୍ଥ୍ୟକର୍ମୀ ଓ ସିଏଚଓଙ୍କ ଦ୍ବାରା ପ୍ରଦାନ କରାଯାଉଛି। ଅବଶିଷ୍ଟ ୨ ପ୍ରତିଶତଙ୍କର ଆବଶ୍ୟକ ଯତ୍ନ, ଚିକତ୍ସା, ଫିଜିଓଥେରାପି ପ୍ରାୟତଃ ଘରେ କରାଯାଉଛି। ମେଡିକାଲ ଅଫିସର, ସ୍ବାସ୍ଥ୍ୟ କର୍ମୀ, ଡ୍ରେସର ନିୟମିତ ଭାବେ କୁଷ୍ଠ କଲୋନି ଗୁଡିକୁ ସପ୍ତାହରେ ଥରେ ଯାଇ ରୋଗୀଙ୍କ ଚିକିତ୍ସା କରିବା ସହିତ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସମସ୍ୟା କଥା ବୁଝୁଛନ୍ତି।

ଏବେ ସୁଦ୍ଧା କଲୋନିକୁ ଏପରି ୧୦୧୨ଟି ଗସ୍ତ କରାଯାଇଛି, ୩୦୮୭ଟି କିଟ ବଣ୍ଟନ କରାଯିବା ସହିତ ୧୩୭୬ଟି ଏମସିଆର ଜେତା ପ୍ରଦାନ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଛି। ଏହି ସତ୍ୟପାଠକୁ ଅନୁଧ୍ୟାନ କରି ଜବାବ ଦାଖଲ କରିବାକୁ ଅାମିକସ କ୍ୟୁରୀଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବିପିନ ବିହାରୀ ପ୍ରଧାନଙ୍କ ଅାବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର, ବିଭୁ ପ୍ରସାଦ ତ୍ରିପାଠୀ ଓ ପି.ରଥ ମାମଲା ପରିଚାଳନା କରୁଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ