ଅପରାଧ ରାଜ୍ୟ

ମୋବାଇଲ୍‌ ନେଇ ସୀମା ପାର୍‌: ୨ ବର୍ଷରେ ୪ ହଜାର ଚୋରି, ଅଡ଼ୁଆ କରୁଛି ଟ୍ରାଇ କଟକଣା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ: ମୋବାଇଲ ଫୋନ୍‌ ଲୁଟେରାଙ୍କ ନୂଆ ଢଙ୍ଗରେ କାରବାର ଏବେ ସେମାନଙ୍କୁ ଧରିବାର ବଡ଼ ପ୍ରତିବନ୍ଧକ ସାଜିଛି। ଓଡ଼ିଶା ସୀମା ପାର୍ କରି ପଶ୍ଚିମବଙ୍ଗ ଏବଂ ସେଠାରୁ ନେପାଳ, ବଙ୍ଗଳାଦେଶ ଚାଲାଣ କରି ଦିଆଯାଉଥିବା ଚୋରା ମୋବାଇଲ୍ ଫୋନ୍‌କୁ ଟ୍ରାକ୍ କରିବା ପୁଲିସ ପାଇଁ ସହଜ ହେଉନାହିଁ। ମୋବାଇଲ୍‌ର ଆଇଏମ୍‌ଇଆଇ ନମ୍ବର ଟ୍ରାକ୍ କରିବା କିମ୍ବା ସିଡିଆର୍ ଯାଞ୍ଚ କରିବାକୁ ହେଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ ମାଧ୍ୟମରେ ପଶ୍ଚିମବଙ୍ଗର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିବାକୁ ପଡ଼ୁଛି। ତା’ପରେ ଏହି ମୋବାଇଲ୍ ଫୋନ୍‌ ସମ୍ପର୍କିତ ତଥ୍ୟ ଓଡ଼ିଶା ପୁଲିସ ହସ୍ତଗତ କରୁଛି। ପୁଲିସ୍‌ ଏଭଳି କୌଶଳରେ ମୋବାଇଲ୍‌ର ଟ୍ରାକ୍ କରିବାକୁ କସରତ କଲେ ବି ଠାବ କରିବା ଆଶା ଖୁବ୍ କମ୍‌। ପୁଣି ହାଵାଡ଼ାରେ ଚୋରା ମୋବାଇଲର ଆଇଏମ୍‌ଇଆଇ ନମ୍ବର ଓ ସିମ୍‌କୁ ବଙ୍ଗ ଭେଣ୍ଡର୍‌ଙ୍କ ଦ୍ବାରା ବଦଳାଇ ଦିଆଯାଉଛି। ଏଭଳି ପରିସ୍ଥିତିରେ ଏବେ ଚୋରା ମୋବାଇଲ୍ ଠାବ କରିବା କମିସନରେଟ୍ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲାଣି।

କେବଳ ଓଡ଼ିଶା ନୁହେଁ, ସମସ୍ତ ରାଜ୍ୟରେ ଚୋରି ବା ନିଖୋଜ ହେଉଥିବା ମୋବାଇଲ୍ ରାଜ୍ୟ ଭିତରେ ଥିଲେ ଏହାକୁ ମୋବାଇଲ୍ ସର୍ଭିସ ପ୍ରୋଭାଇଡର୍‌ଙ୍କ ମାଧ୍ୟମରେ ପୁଲିସ ଠାବ କରିପାରିବ। କିନ୍ତୁ, ରାଜ୍ୟ ବାହାରକୁ ମୋବାଇଲ୍ ଫୋନ ଚାଲିଗଲେ ଏହାକୁ ସିଧାସଳଖ ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡରଙ୍କ ମାଧ୍ୟମରେ ଠାବ କରିବା ସମ୍ଭବପର ନୁହେଁ। ଟ୍ରାଇ ଏହା ଉପରେ କଟକଣା ଲଗାଇଛି। ଯାହା ଫାଇଦା ନେଉଛନ୍ତି କଟକ ଓ ଭୁବନେଶ୍ବରରେ ପରିବା ମାର୍କେଟ, ଆମିଷ ମାର୍କେଟ ଓ ବିଭିନ୍ନ ମହୋତ୍ସବରୁ ମୋବାଇଲ୍ ଫୋନ୍‌ ଚୋରି କରୁଥିବା ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ। ସେହିପରି ଜଳେଶ୍ବର, ଭଦ୍ରକ, ଯାଜପୁର ରୋଡ, କଟକ, ଭୁବନେଶ୍ବର, ପୁରୀ ରେଳଷ୍ଟେସନରୁ ବି ଏହି ଗ୍ୟାଙ୍ଗ୍ ମୋବାଇଲ୍ ଫୋନ ଲୁଟୁଛନ୍ତି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବଙ୍ଗ ଭେଣ୍ଡର୍‌ ମାଧ୍ୟମରେ ଚୋରା ମୋବାଇଲ୍ ଟ୍ରେନ୍ ଯୋଗେ ହାଵାଡା ଷ୍ଟେସନରେ ପହଞ୍ଚାଯାଉଛି। ସେଠି ଦାମୀ ଓ କମ୍ ଦାମୀ ମୋବାଇଲ୍ ଫୋନ୍‌କୁ ଅଲଗା କରାଯିବା ପରେ ଏହାର ଆଇଏମଇଆଇ ନମ୍ବରକୁ ବଦଳାଯାଉଛି। ମୋବାଇଲର ଫଟୋ ବାଙ୍ଗଲାଦେଶ ଓ ନେପାଳର ଭେଣ୍ଡରଙ୍କୁ ପ୍ରାୟ ୫୦ଟି ହ୍ବାଟସଆପ୍ ଗ୍ରୁପରେ ଅପଲୋଡ କରାଯାଉଛି। ଏହି ହ୍ବାଟ୍ସଆପ୍ ଗ୍ରୁପରେ ହିଁ ଚୋରା ମୋବାଇଲର ନିଲାମ ଡକାଯାଉଛି। ବିଦେଶୀ ଭେଣ୍ଡର ପସନ୍ଦ କରିବା ପରେ ସେଠାରୁ ପଶ୍ଚିମବଙ୍ଗର ମାଲଦା ଓ ପୁରୁଲିଆକୁ ଯାଉଛି। ମାଲଦାରୁ ୧୬୦ କିମି ଏବଂ ପୁରୁଲିଆରୁ ୨୯୦ କିମି ଦୂରରେ ଥିବା ବାଂଲାଦେଶ ସୀମା ଦେଇ ମୋବାଇଲ୍ ଚାଲାଣ ହେଉଛି। ବିହାରର କିସନଗଞ୍ଜ ଜିଲ୍ଲା ନେପାଳ ସୀମାକୁ ଲାଗିଛି। ଏହି ଜିଲ୍ଲା ମାଧ୍ୟମରେ ମଧ୍ୟ ମୋବାଇଲ୍ ଫୋନ ନେପାଳ ପାର୍ ହେଉଛି। ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲା ମାଧ୍ୟମରେ ବି ଫୋନ୍‌ ନେପାଳ ଯାଉଛି।

କଟକ କମିସନରେଟର କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଗଲା ୧ ତାରିଖରେ ଝାଡ଼ଖଣ୍ଡ ସାହେବଗଞ୍ଜ ଜିଲ୍ଲା ରାଜମହଲର ଶିବ ମହନ୍ତ ଓ ଅନିଲ ଚୌହ୍ବାନକୁ ଗିରଫ କରି ସେମାନଙ୍କ ନିକଟରୁ ୪୦ ଲକ୍ଷ ଟଙ୍କାର ଚୋରା ମୋବାଇଲ୍ ଧରିବା ପରେ ଏଭଳି ଅନ୍ତଃର୍ଜାତୀୟ ମୋବାଇଲ୍ କାରବାର ସମ୍ପର୍କିତ ତଥ୍ୟ ପୁଲିସ ହାତରେ ଲାଗିଛି। କମିସନରେଟ୍ ପୁଲିସରେ ଗଲା ଦୁଇବର୍ଷରେ ପ୍ରାୟ ୪ ହଜାର ଚୋରା ମୋବାଇଲ୍ ପୁଲିସ ଠାବ କଲାଣି। ଏଥିରେ ଚୋରି ମୋବାଇଲ୍ ୨୫ଶହ ହେବ ବୋଲି ଆକଳନ କରାଯାଉଛି। ରୁଜୁ ମାମଲା ସଂଖ୍ୟା ୪ ହଜାରରୁ ଅଧିକ ବୋଲି କୁହାଯାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।