ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ: ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ୍ ତୟବଙ୍କୁ ଗୁଳି ଫୁଟାଇ ହତ୍ୟା ଘଟଣାର ଅଭିଯୁକ୍ତ ଶଙ୍କର ଓରଫ ଦୀପକ ନାୟକ ପୁଲିସ ଏନ୍କାଉଣ୍ଟର୍ରେ ଆହତ ହୋଇଛି। ତା’ର ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ପୁଲିସ କାବୁ କରିଛି। ୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ଘଟିଥିବା ଫାରୁକ ହତ୍ୟାଘଟଣାର ଅଭିଯୁକ୍ତ ହେଉଛି ଶଙ୍କର। ରାଣୀହାଟ ଗୋପାଳ ସାହି ବାସିନ୍ଦା ଶଙ୍କର ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କ ସାର୍ପସୁଟର୍ ଭାବେ ପରିଚିତ। ଘଟଣାର ୭ ବର୍ଷପରେ ଅର୍ଥାତ୍ ୨୦୨୧ ସେପ୍ଟେମ୍ବର ୧ ତାରିଖରେ ମାଲଗୋଦାମ ଥାନା ପୁଲିସ ଶଙ୍କରକୁ ଗିରଫ କରିଥିଲା। ଗିରଫ ପରେ ତାକୁ ଚୌଦ୍ବାର ସର୍କଲ ଜେଲ୍କୁ ପଠାଇ ଦିଆଯାଇଥିଲା। ତେବେ, ଜେଲ୍ରୁ ଫେରିବା ପରେ ପୁଣି ବନ୍ଧୁକ କାରବାର ଭଳି ଅପରାଧିକ କାର୍ଯ୍ୟକଳାପରେ ଶଙ୍କରର ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ଆଜି ରାତି ପ୍ରାୟ ୮ଟା ୩୦ ବେଳେ ସେ ଭୁଆଶୁଣି ପଠା ନିକଟ ରାସ୍ତାରେ ଏକ ଅଟୋରେ ବନ୍ଧୁକ ବିକ୍ରି କରିବାକୁ ଯାଇଥିବା ନେଇ ପୁଲିସ ଖବର ପାଇଥିଲା। ଉଭୟ ବିଡ଼ାନାସୀ ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ ଟିମ୍ ତାକୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ, ସେ ପଡ଼ିଆ ଭିତରକୁ ଚାଲିଯାଇଥିଲା। ସେଠାରେ ପୁଲିସ ସହିତ ଶଙ୍କରର ମୁହାମୁଁହି ହୋଇଥିଲା। ଶଙ୍କର ସେଠାରେ ପ୍ରଥମେ ପୁଲିସ ଉପରକୁ ଦୁଇରାଉଣ୍ଡ ଗୁଳିଚାଳନା କରିଥିଲା। ଜୀବନ ବଞ୍ଚାଇବାକୁ ଯାଇ ପୁଲିସ ସର୍ଭିସ ପିସ୍ତଲରୁ ପାଲଟା ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲା। ପୁଲିସ ଗୁଳି ଶଙ୍କରର ବାମଗୋଡ଼ର ଆଣ୍ଠୁରେ ବାଜିବାରୁ ସେ ସେଠାରେ ପଡ଼ିଯାଇଥିଲା। ପୁଲିସ ଶଙ୍କର ନିକଟକୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ଓ ଅଟୋ ଜବତ କରିଥିବା ସୂଚନା ମିଳିଛି।
ବିଡ଼ାନାସୀ ଥାନା ଏସ୍ଆଇ ରୋହିତ ବଳ, ଏଏସ୍ଆଇ କେ କେ ନାୟକ, ସ୍ପେଶାଲ ସ୍କ୍ବାଡ୍ ଏସ୍ଆଇ ସୁନିଲ ଯାଦବ, କନେଷ୍ଟବଳ ସତ୍ୟ ପ୍ରକାଶ ଦାସ ପ୍ରମୁଖ ଏହି ଏନ୍କାଉଣ୍ଟର୍ରେ ସାମିଲ ହୋଇଥିଲେ। ଶଙ୍କରକୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାପରେ ଘଟଣା ସ୍ଥଳରେ ଡିସିପି ପିନାକ ମିଶ୍ର, ଏସିପି ତାପସ ପ୍ରଧାନ, ମଙ୍ଗଳାବାଗ ଥାନା ଆଇଆଇସି ସୁଧାଂଶୁ ଜେନା ପହଞ୍ଚିଥିଲେ। ଉଲ୍ଲେଖଯୋଗ୍ୟ ଯେ ଶଙ୍କର ୮ ମାସ ତଳେ ଚୌଦ୍ବାର ସର୍କଲ ଜେଲ୍ରୁ ବାହାରିବା ପରେ ପୁଣି ଗ୍ୟାଙ୍ଗ୍ ଗଢ଼ିଥିଲା। ଧଳସାମନ୍ତ ଗ୍ୟାଙ୍ଗର ପ୍ରାୟ ୭ ଜଣ ସଦସ୍ୟଙ୍କୁ ନେଇ କଟକ ସହରରେ ସେ ଗ୍ୟାଙ୍ଗ ଗଢ଼ୁଥିଲା। ଏହାସହିତ ଧଳସାମନ୍ତ ନାଁ ନେଇ ବ୍ୟବସାୟୀଙ୍କୁ ବଟି ମାଗୁଥିବା ସଂକ୍ରାନ୍ତରେ ପୁଲିସ ନିକଟରେ ପୂର୍ବରୁ ଅଭିଯୋଗ ବି ଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l